ଦାବୀ ସମୁହ
୧–DA arear ନମିଳିବା
୨–ନଭେମ୍ବରମାସର ଦରମା ନମିଳିବା
୩–GIS ନୂତନ ଟଙ୍କା ନକଟିବା
୪–ବିନା ଉତ୍କୋଚରେ କୌଣସି କାର୍ଯ୍ୟନହେବା
୫–ସ୍ୱର୍ଗତ ଗଙ୍ଗାଧର ପ୍ରଧାନ ଙ୍କ ବକେୟା କାର୍ଯ୍ୟ ନହେବା
ବ୍ଳକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ଧାରଣା ସ୍ଥଳ କୁ ଆସି ଦାବୀ ଗୁଡିକ ବିଷୟରେ ଆଲୋଚନା କରି ସମାଧାନ କରିଥିଲେ ।
ସ୍ୱର୍ଗତ ସୈବାଳ ସାହୁ ଙ୍କ ମୃତ୍ୟୁ କାଳୀନ ପ୍ରାପ୍ୟ ନମିଳିବା ଇତ୍ୟାଦି
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଡିସେମ୍ବର, ମଙ୍ଗଳବାର ) ରଣପୁର :- ପ୍ରାଥମିକ ଶିକ୍ଷକସଂଘ ରଣପୁର ବ୍ଳକ ର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ ସଂପାଦକ ଜଗନ୍ନାଥ ଦାଶ ନୟାଗଡ଼ ଜିଲ୍ଲା ସଂଘର ସଭାପତି ଜ୍ୟୋତି ରଞ୍ଜନଦାଶ ଉପସ୍ଥିତରହି ବକ୍ତବ୍ୟ ଦେଇଥିଲେ । ବ୍ଳକ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକସଂଘର ସଭାପତି ଅଶୋକକୁମାର ଦାଶ, ଶିକ୍ଷକ ନେତା ନୀଳମଣି ବେହେରା, ସୁରେଶ ସତପଥି, ରୀତାଞଳୀ ମହାରଣା ଉପସଭାନେତ୍ରୀ, ବ୍ରଜକିଶୋର ପଟ୍ଟନାୟକ, ବିରଞ୍ଚି ରଣା, ମଦନ ପଣ୍ଡା, ପ୍ରକାଶ ମିଶ୍ର ପ୍ରଭୃତି ଯୋଗଦେଇ ଅଭିଭାଷଣ ଦେଇଥିଲେ
ବ୍ଳକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ଧାରଣା ସ୍ଥଳ କୁ ଆସି ଦାବୀ ଗୁଡିକ ବିଷୟରେ ଆଲୋଚନା କରି ସମାଧାନ କରିଥିଲେ । ଶିକ୍ଷକ ଗଙ୍ଗାଧର ପ୍ରଧାନ ଓ ସୈବାଳ ସାହୁ ମୃତ୍ୟୁ ବରଣ କରିବାର ଦୀର୍ଘଦିନ ହୋଇଥିଲେ ମଧ୍ୟ ତାଙ୍କର କୋୖଣସି କାର୍ଯ୍ୟ ହୋଇନଥିବା ନେଇ ସଂଘ କ୍ଷୋଭ ପ୍ରକାଶ କରିଥିଲେ । ବ୍ଳକଶିକ୍ଷା ଅଧିକାରୀ ୭ଦିନ ଭିତରେ ସବୁ ବକେୟା କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର କରାଯାଇଥିଲା ।
















