No Result
View All Result
କାହିଁକି ଆଖି ବୁଜି ଦେଇଚି : ଦେବୋତ୍ରୋ ବିଭାଗ
୧୯୯୩ ମସିହାରେ ରଣପୁର ର ଲଛମନ ବାଲାଜୀ ବଡ଼ ମଠର ମହନ୍ତ ଗୋପାଳ ଚରଣ ଦାସ ନାଗା କମଳ ଲୋଚନ ଦାଶ ଙ୍କୁ କଣ୍ଠିି କୌପୂନି ଦେଇ ଚେଲା ଭାବେ ଗ୍ରହଣ କରି ରଣପୁର ବଡ଼ ମଠ ଓ କାସନ୍ଦା ତୃତୀୟା ଦେବଙ୍କ ମଠ ପରିଚାଳନା ପାଇଁ ଏକ ପତ୍ର ସମ୍ପାଦନ କରିଥିଲେ । ଯାହାକୁ ଆଧାର କରି ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ବଜ୍ରଧର ନରେନ୍ଦ୍ର ମହାପାତ୍ର ୨୦୦୪ ମସିହାରେ କମଳଲୋଚନ ଙ୍କୁ ଶାଢ଼ୀ ପ୍ରଦାନ କରି ମହନ୍ତ ଭାବେ ଘୋଷଣା କରିଥିଲେ ।
କିଛି ଦିନ ପରେ ମହନ୍ତ କମଳ ଲୋଚନ ଦାଶ ଅଧିକ ଜ୍ଞାନ ଆହରଣ ଓ ସାଧନା ପାଇଁ ବୃନ୍ଦାବନ ଆଦି ବିଭିନ୍ନ ଧାମ କୁ ଯାଇଥିଲେ ତାଙ୍କର ଅନୁପସ୍ଥିତରେ ମଠ ପରିଚାଳନା ପାଇଁ ମନ୍ଦିର ପୂଜକଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଡିସେମ୍ବର ରବିବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ରଣପୁର ଦେବୋତ୍ତର ବିଭାଗ ଅଧୀନରେ ରାଜସୁନାଖଳା ନିକଟସ୍ଥ କାସନ୍ଦା ଠାରେ ରହିଛି ତୃତୀୟାଦେବ ମଠ ଏହି ମଠର ପୁରୀ ବଡ଼ ଆଖଡା ମଠ ସହ ସମ୍ପର୍କ ରହିଛି । ରାଜରାଜୁଡା ଅମଳରୁ ରଣପୁର ରାଜା ପାଇକ ମାନଙ୍କୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେବା ପାଇଁ ରଣପୁର ବଡ଼ ମଠ ଓ କାସନ୍ଦା ତୃତୀୟା ଦେବ ଙ୍କ ମଠ ପ୍ରତିଷ୍ଠା କରିଥିଲେ । ତେବେ ତୃତୀୟା ଦେବଙ୍କ ମଠ ପରିଚାଳନା ପାଇଁ ୭୦ ଏକର ଜମି ଖଞ୍ଜିଥିଲେ । ଦେବୋତ୍ତର ବିଭାଗର ଅଣଦେଖା ସାଙ୍ଗକୁ ମଠ ମହନ୍ତ ଙ୍କ ବିବାଦ କୁ ନେଇ ରାଜ ରାଜୁଡା ଅମଳ ର ଏହି ଆଖଡା ମଠ ଏବେ ଭାଙ୍ଗି ରୁଜି ଗଲାଣି ।

କାସନ୍ଦା ଗ୍ରାମର ସଭାପତି ସୁକାନ୍ତ ସାମନ୍ତରାୟ ମଠର ପୁନଃଉଦ୍ଧାର ପାଇଁ ଦେବୋତ୍ତର ବିଭାଗକୁ ଅନୁରୋଧ କରିଥିବା ଜଣାପଡ଼ିଛି । ୧୯୯୩ ମସିହାରେ ରଣପୁର ର ଲଛମନ ବାଲାଜୀ ବଡ଼ ମଠର ମହନ୍ତ ଗୋପାଳ ଚରଣ ଦାସ ନାଗା କମଳ ଲୋଚନ ଦାଶ ଙ୍କୁ କଣ୍ଠିି କୌପୂନି ଦେଇ ଚେଲା ଭାବେ ଗ୍ରହଣ କରି ରଣପୁର ବଡ଼ ମଠ ଓ କାସନ୍ଦା ତୃତୀୟା ଦେବଙ୍କ ମଠ ପରିଚାଳନା ପାଇଁ ଏକ ପତ୍ର ସମ୍ପାଦନ କରିଥିଲେ । ଯାହାକୁ ଆଧାର କରି ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ବଜ୍ରଧର ନରେନ୍ଦ୍ର ମହାପାତ୍ର ୨୦୦୪ ମସିହାରେ କମଳଲୋଚନ ଙ୍କୁ ଶାଢ଼ୀ ପ୍ରଦାନ କରି ମହନ୍ତ ଭାବେ ଘୋଷଣା କରିଥିଲେ ।
କିଛି ଦିନ ପରେ ମହନ୍ତ କମଳ ଲୋଚନ ଦାଶ ଅଧିକ ଜ୍ଞାନ ଆହରଣ ଓ ସାଧନା ପାଇଁ ବୃନ୍ଦାବନ ଆଦି ବିଭିନ୍ନ ଧାମ କୁ ଯାଇଥିଲେ । ତାଙ୍କର ଅନୁପସ୍ଥିତରେ ମଠ ପରିଚାଳନା ପାଇଁ ମନ୍ଦିର ପୂଜକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବୃନ୍ଦବନ ରୁ ମଠ ମହନ୍ତ ଫେରନ୍ତେ ଦେଖିଲେ ଯେ ମଠ ର ପୁଜା ଦାୟିତ୍ଵ ରେ ଥିବା ପୂଜାରୀ ହୋଇଯାଇଛନ୍ତି ମଠର ମହନ୍ତ । ସେ କିଭଳି ମଠ ମହନ୍ତ ହେଲେ ଓ କେଉଁ ଆଧାରରେ ହେଲେ ଏହାକୁ ନେଇ ଦେବୋତ୍ତର ବିଭାଗ ରେ କଥା ଉଠିଛି । ଯାହାକୁ ନେଇ କାସନ୍ଦା ଓ ରଣପୁର ରେ ଚର୍ଚ୍ଚା ହେଉଛି ।
ଦେବୋତ୍ତର ବିଭାଗ କହିବାନୁସାରେ ଏହି କଥାର କିଛି ସତ୍ୟାସତ୍ୟ ଥିଲେ ଏହା ଉପରେ କଡା ପଦକ୍ଷେପ ଗ୍ରହଣ କରାଯିବ । ବର୍ତ୍ତମାନ ମଠ ମହନ୍ତ କମଳ ଲୋଚନ ଦାସ ଙ୍କୁ କାସନ୍ଦା ର ଗ୍ରାମବାସୀ ମାନେ ତୃତୀୟା ଦେବଙ୍କ ମଠ ପରିଚାଳନା ଦାୟିତ୍ଵ ଦେଇଥିବା ଜଣା ଯାଇଛି । ଦେବୋତ୍ତର ବିଭାଗ ଏହି ପୁରାତନ ସଂସ୍କୃତି ସମ୍ପନ୍ନ ତୃତୀୟାଦେବ ମଠର ପୁନରୁଦ୍ଧାର କରିବାକୁ ମଧ୍ୟ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

ତୃତୀୟା ଦେବଙ୍କ ମଠ
No Result
View All Result