No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ ସାଧାରଣ ବୈଠକ ନୟାଗଡ଼ ସହର ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ତଥା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସାମ୍ବାଦିକ ଅନୀଲ କୁମାର ପଣ୍ଡା, ସଭାପତି କାଶୀନାଥ ମିଶ୍ର, ସମ୍ପାଦକ ବୈକୁଣ୍ଠ ନାଥ ନାୟକ, କୋଷାଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ମହାପାତ୍ର ଏବଂ ସହ ସମ୍ପାଦକ ଜଗନ୍ନାଥ ତ୍ରିପାଠୀ ପ୍ରମୂଖ ଉପସ୍ଥିତ ରହି ସଂଘର ଆଗାମୀ କାର୍ଯ୍ୟପନ୍ଥା ଏବଂ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସହାୟତା ପାଇବା ବାବଦରେ ଆଲୋଚନା କରିଛନ୍ତି ।
ସମସ୍ତ ହକରଙ୍କୁ ସଂଘ ପକ୍ଷରୁ କୋଭିଡ୍ ସହାୟତା ପାଇବା ପାଇଁ ଫର୍ମ ଯୋଗାଇ ଦିଆଯାଇଛି । ଆଗାମୀ ସୋମବାର ମଧ୍ୟରେ ସମସ୍ତ ବିତରକ ସଂଘ ମାଧ୍ୟମରେ ଫର୍ମ ଏବଂ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୦ ରୁ ଉଦ୍ଧ୍ୱର୍ ବିତରକ ଏହି ବୈଠକରେ ଯୋଗ ଦେଇଥିବା ବେଳେ ସଂଘ ପ୍ରାଥମିକ ସଦସ୍ୟ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।

No Result
View All Result