No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ବାଙ୍କୀ :- ଛଅ ଗୋଟି ସେବା ସମବାୟ ସମିତି କୁ ନେଇ ଗଠିତ ହୋଇଥିବା ଡମପଡା ସମବାୟ ବ୍ୟାଙ୍କ ଦୀର୍ଘ ୨୦ବର୍ଷ ହେବ ଭଡା ଘରେ ଚାଲି ଆସୁଛି । ଏହା ଦ୍ୱାରା ସମବାୟ ବିଭାଗର ଅଯଥା ଖର୍ଚ୍ଚ ହେଉଥିବା ବହୁ ପଞ୍ଜିକୃତି ଚାଷୀପ୍ରକାଶ କରିଛନ୍ତି । ୨୦୧୭-୧୮ମସିହାରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ ଡମପଡା ତହସିଲ ପାଖରେ ବ୍ୟାଙ୍କ ର ନିଜସ୍ୱ ଜାଗାରେ ନୂତନ ଡମପଡା ସମବାୟ ବ୍ୟାଙ୍କ ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଶ୍ରୀ ପାଢ଼ୀ ମଧ୍ୟ କାମକୁ କିପରି ଉଚିତ ମାନର କରା ଯିବା ସହ ଶୀଘ୍ର ଶେଷ କରିବାକୁ ନିର୍ଦେଶ ଦେଇଥିଲେ ।

ଏହାପରେ ଶ୍ରୀ ପାଢ଼ୀ ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ବର୍ତ୍ତମାନ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଅଛନ୍ତି । ଉକ୍ତ ସମୟ ର ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ର ସମ୍ପାଦକ ସରୋଜ କୁମାର କାଶ୍ୟପ ମଧ୍ୟ ଏହି ଅସମ୍ପୂର୍ଣ୍ଣ ଡମପଡା ସମବାୟ ବ୍ୟାଙ୍କ ନିର୍ମାଣ କିପରି ସମ୍ପୂର୍ଣ୍ଣ ହୋଇପାରିବ ସେଥି ପ୍ରତି ଦୃଷ୍ଟି ନଦେବା କି ଅନ୍ତରିକତା ଅଭାବ ବସ୍ତାବିକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବୋଲି ବହୁସମବାୟ ବିତ ପ୍ରକାଶ କରିଥିଲେ । ତତ୍କାଳୀନ ବାବୁ କାଶ୍ୟପ ଙ୍କୁ ବ୍ୟାଙ୍କ ଗାଡି ଦୈନିକ ଭୁବନେଶ୍ୱର ନିଜ ଘରୁ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଆଣିବା ଓ ପୁନଃ ବାଙ୍କୀ ରୁ ଭୁବନେଶ୍ୱର ଘରେ ଛାଡ଼ି ବାଙ୍କୀ ଫେରିବା ରାଜ୍ୟ ସରକାର ଙ୍କ କେତେ ରାଜସ୍ବ ନଷ୍ଟ ହେଉଥିଲା ତାହା ତଦନ୍ତ ସାପେକ୍ଷ ବୋଲି ବାଙ୍କୀ ର ବହୁ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ମାତ୍ର ସମବାୟ ବିଭାଗର ର ନୀରବତା ଚିନ୍ତା ର ବିଷୟ ।
ଶ୍ରୀ କାଶ୍ୟପ ଙ୍କ ଅବସର ପରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ରେ ବନଶ୍ରୀ ମଲ୍ଲିକ ନୂତନସମ୍ପାଦକ ଭାବେ ଯୋଗଦେବା ପରେ ବି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି କି କିପରି ଏହି ଅର୍ଦ୍ଧ ନିର୍ମିତ ସମବାୟ ଗୃହ ସମ୍ପୂର୍ଣ୍ଣ ହେବ ସେଥିପାଇଁ ଚିନ୍ତା ବି ନାହିଁ ବୋଲି ସୁଦାମ ସାହୁ, ଗିରିଶ ଦାସ,ଅନୁପ ଧଳ ସାମନ୍ତ ପ୍ରଭୁତି ବହୁ ଲୋକେ ଅଭିଯୋଗ କରିଛନ୍ତି । ଡମପଡା ସମବାୟ ବ୍ୟାଙ୍କ ସମ୍ପୂର୍ଣ୍ଣ କରେଇ ନୂତନ ଶାଖା ଖିଲିବା ପାଇଁ ବହୁ ବାର ବହୁ ଲୋକ ଦାବି କରୁଥିଲେ ମଧ୍ୟ ସମବାୟ ବିଭାଗ ଏସମ୍ପର୍କରେ କୌଣସି ପଦକ୍ଷେପ ନନେବା ବାସ୍ତବିକ ଚିନ୍ତା ର ବିଷୟ ।
ବର୍ତ୍ତମାନ ଉକ୍ତ ଅର୍ଦ୍ଧନିର୍ମିତ ସମବାୟ ବ୍ୟାଙ୍କ ଗୃହ ନିଶା ଖୋରଓ ଅସାମାଜିକ ଲୋକଙ୍କ ଆଡା ସ୍ଥଳୀ ପାଲଟି ଯାଇଛି । ଅର୍ଦ୍ଧ ନିର୍ମିତ ବ୍ୟାଙ୍କ ପରିସର ଅରମା ବଣ ରେ ପରିଣତ ହୋଇଛି । ସମବାୟ ବ୍ୟାଙ୍କ ର ଅର୍ଦ୍ଧ ନିର୍ମିତ ଗୃହ କୁ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବହୁ ଜନସାଧାରଣ କଟକ ଜିଲ୍ଲାପାଳ,ସମବାୟ ବିଭାଗ କୁ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ଶ୍ରୀମତୀ ମଲ୍ଲିକ ଙ୍କୁ ପଚାରିବରୁ ସେ କହିଲେ ସେ ଏ ସମ୍ପର୍କରେ ଅବଗତ ଅଛନ୍ତି । ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ସେଥିପାଇଁ ବିଭାଗୀୟ ଅଧିକାରୀ ସହ ଆଲୋଚନା ହୋଇଛି ।

No Result
View All Result