No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର) ଭୁବନେଶ୍ୱର :- ଷ୍ଟାର ଫ୍ଲିକ୍ସ ପ୍ରଡ଼କ୍ସନ ଦ୍ୱାରା ପ୍ରସ୍ତୁତ ଦୁଇଟି ଓଡ଼ିଆ ଆଲବମ୍ ‘ଆଖି ବୁଜିଦେଲେ ତୋ ଚେହେରା’ ଓ ‘ପ୍ରିୟାରେ’ର ଅଡ଼ିଓ ରିଲିଜ ଉତ୍କଳ ସାମ୍ବାଦିକ ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ଅଭିନାଶ ନାୟକଙ୍କ ପ୍ରଯୋଜନାରେ ନିର୍ମିତ ଆଲବମ୍ରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏନ୍ ଶ୍ରୀନିବାସ, ରାକେଶ କୁମାର ଓ ରୋମା କଣ୍ଠଦାନ କରିଛନ୍ତି । ଗୀତ ଲେଖିଛନ୍ତି ରମାକାନ୍ତ ଦାସ ।
ଏହି ଅଡ଼ିଓ ରିଲିଜ୍ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଣ୍ଠଶିଳ୍ପୀ ଡଃ ଜୟଶ୍ରୀ ଧଳ, ସମାଜସେବୀ ମୀରା ପରିଡ଼ା, ସମାଜସେବୀ ତଥା କବୟିତ୍ରୀ ଡଃ ବନ୍ଦନା ହରିଚନ୍ଦନ, ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ଅନିନେତା ବୁଲୁ ପଣ୍ଡା, ବରଦା ପ୍ରସନ୍ନ ପାତ୍ର, ପ୍ରଧ୍ୟାପକ ଡଃ ଅସିତ୍ ଦାସ, ନିର୍ଦ୍ଦେଶକ ଚନ୍ଦ୍ରଭାନୁ କର, ସମାଜସେୀବ ଧୀରେନ ରାଉତରାୟ, ଆର୍ଜେ କେପି ପ୍ରମୁଖ ଯୋଗ ଦେଇଥିଲେ ।
ଶେଷରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଆର. ଜେ.କେ.ପି, ସାମ୍ବାଦକ ଅରବିନ୍ଦ ତ୍ରିପାଠୀ, ମନୋରଞ୍ଜନ ମହାନ୍ତି, ଅଭିନେତା ଅବିନାଶ ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନିର୍ଦ୍ଦେଶକ ବାପୁ ଓଝା ।
No Result
View All Result