No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) ଭୁବନେଶ୍ୱର :- ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) କାରଖାନାକୁ ଏହାର କୋକ୍ ଓଭେନ୍ରୁ ବାହାରୁଥିବା ବିଷାକ୍ତ ବର୍ଜ୍ୟଜଳ ପରିଚାଳନା କାର୍ଯ୍ୟକାରୀ କରାଯାଇଥିବା ଅଲଟ୍ରାଭାୟୋଲେଟ୍ (ୟୁଭି) ଅକ୍ସିଡେସନ୍ ପ୍ରକଳ୍ପ ପାଇଁ ଟାଟା ଗ୍ରୁପ୍ କଂପାନିର ପ୍ରମୁଖ ନବସୃଜନ ପୁରସ୍କାର ଟାଟା ଇନୋଭିଷ୍ଟା ଆୱାର୍ଡ ପ୍ରଦାନ କରାଯାଇଛି । ମୁମ୍ବାଇରେ ଟାଟା ଷ୍ଟିଲ୍ର ମୁଖ୍ୟ କର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦେଶକ ଟି ଭି ନରେନ୍ଦ୍ରନ୍ ଓ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ୍ ଚନ୍ଦ୍ରଶେଖରନ୍ଙ୍କ ଠାରୁ ଟାଟା ଷ୍ଟିଲ୍ ବିଏସ୍ଏଲ୍ର ପୂର୍ବତନ ପରିଚାଳନା ନିର୍ଦେଶକ ତଥା ଟାଟା ଷ୍ଟିଲ୍ର ମାର୍କେଟିଂ ଓ ବିକ୍ରି (ଫ୍ଲାଟ୍ ପ୍ରଡକ୍ଟସ୍)ର ଉପସଭାପତି ରାଜୀବ୍ ସିଂଘଲ୍ ପୁରସ୍କାର ଗ୍ରହଣ କରିଛନ୍ତି । “କାର୍ଯ୍ୟକାରୀ ନବସୃଜନ’ (କୋକ୍ ପ୍ରୋସେସ୍) ବର୍ଗରେ ବିଷାକ୍ତ ଜଳର ମୁକାବିଲା ଲାଗି ଫଟୋକ୍ସିନ୍ ପ୍ରକଳ୍ପ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାରଖାନାର କୋକ୍ ଓଭେନ୍ ବର୍ଜ୍ୟଜଳରେ ଥିବା ସିଆନାଇଡ୍ର ପରିଚାଳନା କରିବା ଲାଗି ଟିଏସ୍ଏମ୍ ପକ୍ଷରୁ ଉନ୍ନତ ମାନର ୟୁଭି ଅକ୍ସିଡାଂଟ୍ ପ୍ରଯୁକ୍ତି ବିକଶିତ କରାଯାଇଛି । ଟାଟା ଷ୍ଟିଲ୍ର ଗବେଷଣା ଓ ବିକାଶ (ଆର୍ଆଣ୍ଡ୍ଡି) ଟିମ୍ ସହଯୋଗରେ ଟିଏସ୍ଏମ୍ ପକ୍ଷରୁ ଇସ୍ପାତ ଶିଳ୍ପରେ ବିଶ୍ୱର ପ୍ରଥମ ୟୁଭି ଅକ୍ସିଡେସନ୍ ପ୍ଲାଂଟ୍ ସ୍ଥାପନ କରାଯାଇଥିଲା ।
ଏହାର କ୍ଷମତା ହେଉଛି ଘଂଟା ପିଛା ୮୦ କ୍ୟୁବିକ୍ ମିଟର ବର୍ଜ୍ୟ ଜଳ ପରିଚାଳନା କରିବା । କୋକ୍ ଓଭେନ୍ ବର୍ଜ୍ୟଜଳର ସିଆନାଇଡ୍ ଯାହା ହେଉଛି ଅନ୍ୟତମ ସବୁଠୁ ବିଷାକ୍ତ ଏବଂ ସମ୍ଭାବ୍ୟ ଘାତକ ପ୍ରଦୂଷଣକାରୀ ଉପାଦାନ ଯାହାକୁ ପରିଚାଳନା କରିବାର ପାରମ୍ପରିକ ପଦ୍ଧତିକୁ କୁହାଯାଉଛି ସଲିଡ୍ ସ୍ଲଜ୍ ଅଲଗା କରିବା ପ୍ରଯୁକ୍ତି ଯେଉଁଥିରେ ମାଧ୍ୟମିକ ଉପାୟରେ ବିଷାକ୍ତ ସ୍ଲଜ୍ (କାଦୁଅ) ବିଘଟନରେ ସିଆନାଇଡ୍ ବିଷାକ୍ତ ହେବାର ଆଶଙ୍କା ରହିଥାଏ । ସିଆନାଇଡ୍କୁ ପରିଚାଳନା କରିବାର ଏକ ଶ୍ରେଷ୍ଠ ଉପାୟ ହେଉଛି ଅକ୍ସିଡେସନ୍ ଜରିଆରେ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଯାହା ୟୁଭି ଅକ୍ସିଡେସନ୍ ପ୍ଲାଂଟ୍ କରିଥାଏ । ଟାଟା ଇନୋଭିଷ୍ଟା ହେଉଛି ଗ୍ରୁପ୍ ସ୍ତରରେ ଥିବା କଂପାନିଗୁଡ଼ିକର ନବସୃଜନକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ତାହାକୁ ପାଳନ କରିବା ଲାଗି ଏକ ସ୍ୱତନ୍ତ୍ର “ୱାନ୍ ଟାଟା’ ପ୍ଲାଟଫର୍ମ । ଦୃଶ୍ୟମାନ ହେଉଥିବା ପ୍ରଭାବ ଏବଂ ନିରନ୍ତର ନସବୃଜନ ସଂସ୍କୃତିକୁ ସମୃଦ୍ଧ କରିବା ଉପରେ ଗୁରୁତ୍ୱାରୋପ କରିବ ବାସ୍ତବ ବ୍ୟବସାୟ ସମସ୍ୟାର ଅଭିନବ ସମାଧାନ ଗ୍ରୁପ୍ର ଦଳର ଦକ୍ଷତାକୁ ଏହା ପ୍ରଦର୍ଶିତ କରୁଛି ।
No Result
View All Result