No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର ) ବରଗଡ଼ :- ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶାର ପ୍ରଭାରୀ ଶ୍ରୀମତୀ ଡିଗୁବତୀ ପୁରେନ୍ଦେଶ୍ବରୀ ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ର ବିକାଶ ଏବଂ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ସଂପର୍କରେ ଆଲୋକପାତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଗତ ଦିନରେ ସେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବା ପରେ ଏବେ ପଶ୍ଚିମ ଓଡ଼ିଶା କୁ ଆସିଛନ୍ତି । ଗତ ଦୁଇ ଦିନ ଧରି ଝାରସୁଗୁଡ଼ା ଜିଲ୍ଲାର କର୍ମୀ ମାନଙ୍କ ସହ ଦଳୀୟ ସମୀକ୍ଷା କରିଥିଲେ । ଆଜି ବରଗଡ଼ ଜିଲ୍ଲା ର ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ସେହିଭଳି ଓଡ଼ିଶାରେ ନାରୀ ମାନେ ଏବେ ସୁରକ୍ଷିତ ନୁହନ୍ତି । ଯାହାର ଉଦାହରଣ ମମିତା ହତ୍ୟା ଘଟଣା ସଂପର୍କରେ ସୂଚନା ଦେଇଥିଲେ । ଏଥିରେ ଶାସକ ଦଳ ର ସଂପୃକ୍ତି ରହିଛି, ତେଣୁ ଏହାର ତଦନ୍ତ ଠିକ୍ ଭାବରେ ଆଗେଇ ପାରୁନାହିଁ ବୋଲି ଅଭିଯୋଗ କରିଥିଲେ ।

ବରଗଡ଼ ଜିଲ୍ଲାର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ର ଏତଲା ମଧ୍ୟ ଥାନାରେ ଗ୍ରହଣ କରାଯାଉନାହିଁ । ଅନେକ ଆନ୍ଦୋଳନ ସତ୍ବେ ପୀଡ଼ିତା ପରିବାର ଏପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ତଦନ୍ତ ମଧ୍ୟ ବାଟ ବଣା ହୋଇ ରହିଛି ବୋଲି କହିଥିଲେ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ରହିଛି ରାଜ୍ୟରେ । ଆସନ୍ତା ଦିନରେ ରାଜ୍ୟବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି କହିଥିଲେ । ବରଗଡ଼ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ତଥା ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।

No Result
View All Result