No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ବରଗଡ଼ :- ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ପକ୍ଷରୁ ଆଜି ପାରିଶ୍ରମିକ ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି ଅନ୍ତର୍ଭୁକ୍ତ କରିବା ଆଦି ୩ଦଫା ଦାବୀରେ ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ସୈ।ମ୍ୟ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ବରେ ସଂଘ ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବରଗଡ଼ ସହରର ଲୋକ ମଣ୍ଡପ ପଡ଼ିଆରୁ ଆଜି ଏକ ରାଲି ବାହାରି ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିକ୍ଷୋଭ ସଭାରେ ସଂଘ ପକ୍ଷରୁ ଗତ ପାଞ୍ଚ ବର୍ଷ ହେଲା ପାରିଶ୍ରମିକ ବୃଦ୍ଧି ପାଇଁ ସରକାରଙ୍କୁ ନିବେଦନ ଓ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ସରକାର କନିଷ୍ଠ ଶିକ୍ଷକମାନଙ୍କର ପାରିଶ୍ରମିକ ଏକ ଟଙ୍କା ମଧ୍ୟ ବୃଦ୍ଧି କରିନଥିବା କ୍ଷୋଭ ପ୍ରକାଶ କରିଥିଲେ। ପ୍ରମୁଖ ଦାବି ମଧ୍ୟରେ ପିଏବି ହାରରେ ପରିତୋଷିକ ବୃଦ୍ଧି, ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି କନିଷ୍ଠ ଶିକ୍ଷକଙ୍କୁ ଅନ୍ତର୍ଭୁକ୍ତ କରିବା ଓ ସମସ୍ତ ବର୍ଗର କନିଷ୍ଠ ଶିକ୍ଷକଙ୍କୁ ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା ପ୍ରଦାନ ଦାବୀ ରହିଥିଲା ।

ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲ ଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲା ସଭାପତି ଙ୍କ ସମେତ ସମ୍ପାଦକ ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ଅକ୍ଷୟ କୁମାର ପ୍ରଧାନ, ଶୁଶିଲ କୁମାର ଦୁଆନ, ଅଭିଷେକ ପ୍ରଧାନ,ଫିରୋଜ ନାଗ, ଅଂଶୁମାନ ପଧାନ, ସୁଶ୍ରୀ ଅର୍ଚ୍ଚିତା ପାଣିଗ୍ରାହୀ, ଚିନୁ ସୁନା, ସୁଶ୍ରୀ ସ୍ବାତୀ ସାଗରୀକା ତ୍ରିପାଠୀ, ପଲ୍ଲବୀ ସାହୁ ପ୍ରମୁଖ ସଂଘ ର କର୍ମକର୍ତ୍ତା ଉଦବୋଧନ ଦେଇଥିଲେ।

No Result
View All Result