No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି :- ନେସନାଲ ଏଲିଜିବୁଲି ଟିଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍)ରେ ପାରଳାଖେମୁଣ୍ଡି ଛାତ୍ରୀ ଓନା ଶ୍ରୀଲେଖା ୭୨୦ ମାର୍କରୁ ୬୭୬ ମାର୍କ ରଖିଉଲେଖନୀୟ ସଫଳତା ହାସଲ କରିଛନ୍ତି । ଅଲଇଣ୍ଡିଆ ଓପେନ କେଟଗରିରେ ସେ ୧୧୧୧ର୍ୟାଙ୍କ ରଖି ଗଜପତି ଜିଲ୍ଲା ଓ ପାରଳାଖେମୁଣ୍ଡି ସହର ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି ।
ସେ ପାରଳା ସହର କାମ୍ପସାହି ନିବାସୀ ବ୍ୟବସାୟୀ ଓନା ମହେଶ ଓ ଲକ୍ଷ୍ମୀଙ୍କ ସୁପୁତ୍ରୀ ଅଟନ୍ତି । ଓନା ଶ୍ରୀଲେଖାଙ୍କ ଏହି ସଫଳତା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଇବାର ସହ ପ୍ରଶଂସାର ସୁଅ ଛୁଟିଛି ।

No Result
View All Result