No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) କୋରାଇରୁ :- ବୁଧବାର ପବିତ୍ର ଦୀପାବଳି ଅବସରରେ କୋରାଇର ଅଂଳରେ ଦୀପାବଳି ପର୍ବ ପାଳିତ ହୋଇଥିଲା ବେଳେ କେତେକ ସ୍ଥାନରେ ଅନୁଷ୍ଠିତ ହୋଇଥିବା ମା’କାଳିଙ୍କର ପୂଜା ଆରମ୍ଭ ହୋଇଛି । ଆଲୋକର ପର୍ବ ଦୀପାବଳି ଅବସରରେ ପୟାଶ୍ରଦ୍ଧ ଲାଗି ଗାଁ ଗହଳିରେ ପୂର୍ବପୁରୁଷଙ୍କ ନିମନ୍ତେ ପିଣ୍ଡଦାନ ଓ ରାତିରେ କାଉଁରିଆ କାଠି ଜାଳି ‘ବଡ ବଡୁଆ ହୋ, ଅନ୍ଧାରରେ ଆସ ଆଲୁଅରେ ଯା’ ଆବାହନି କରୁଥିବା ଦେଖିବାକୁ ମିଳିଛି ।

ରଙ୍ଗ ବେରଙ୍ଗର ଆଲୋକମାଳାରେ ଘରଗୁଡିକୁ ସୁସଜ୍ଜିତ କରାଯାଇଥିଲା ବେଳେ ବିଭିନ୍ନ ପ୍ରକାର ବାଣଫୁଟା ଶବ୍ଦରେ ପ୍ରକମ୍ପିତ ହୋଇଉଠିଥିଲା ଗାଁ । ଅନ୍ୟପକ୍ଷରେ ଏହି ଦୀପାବଳି ଅବସରରେ କୋରାଇର ବିଭିନ୍ନ ସ୍ଥାନରେ ପୂଜାପାଉଥିବା ମା’କାଳିଙ୍କର ଘଟ ସ୍ଥାପନକରି ପୂଜାଆରମ୍ଭ କରାଯାଇଥିବା ବେଳେ ଆଉ କେତେକ ବାଣିଜ୍ୟ ପ୍ରତିଷ୍ଠାନରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି

No Result
View All Result