No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦରମହକୁମାପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ଛକ ନିକଟରୁ ଏକ ପୋଲିସ ଗାଡ଼ିରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ ହୋଇଛି। ଗାଡ଼ିଟି ପୋଲିସ ବିଭାଗର ୩ ବାଟାଲିୟନ ଓ ଏସଏପି ଏବଂ ଗାଡ଼ିରେ ଯାଉଥିବା ୪ଜଣ ମଧ୍ୟପୋଲିସକର୍ମଚାରୀଥିଲେ ଗଜପତି ଜିଲ୍ଲା ଜଙ୍ଗଲ ବିଭାଗ ଖବର ପାଇ ଗାଡ଼ିକୁ ଅଟକାଇ ଏହି ସବୁ କାଠ ଜବତ କରିଛି ।
ଗାଡ଼ିଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ଅଟକ ଥିବା ପୋଲିସ କର୍ମଚାରୀ ମାନେ କହିଛନ୍ତି। ତେବେ ପୋଲିସ ବିଭାଗର ଗାଡ଼ିରେ ଏତେ ପରିମାଣ କାଠ ଚାଲାଣ ନିଶ୍ଚିତ ଭାବେ ଏହା ପଛରେ ପୋଲିସ ବିଭାଗର ବଡ ଅଧିକାରୀଙ୍କ ହାତ ଥିବା ସନ୍ଦେହ ସୃଷ୍ଟି କରୁଛି। ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି l
ଏହି କାଠ କେଉଁ ଠାରୁ ଆସିଥିଲା ଏବଂ କାହାପାଇଁଏହାପୋଲିସ ଭେନ୍ ରେ ଭୁବନେଶ୍ଵର ଯାଉଥିଲା ତାରତଦନ୍ତ ଭିଜିଲାନ୍ସ ବିଭାଗ ଦ୍ଵାରାକରାଯିବାକୁଏଅଞ୍ଚଳର ସର୍ବସାଧାରଣରେ ଦାବି ଦାବି ହେଉଛି l

No Result
View All Result