No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) କୋରାଇ :- ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚାର ଆହ୍ୱାନରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଆଦି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି କୋରାଇ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରାକାରଙ୍କ ବିରୋଧରେ କୋରାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ଧନେଶ୍ୱର ପଂଚାୟତ କାର୍ଯ୍ୟାଳୟ ନିକଟରୁ ବିଜେଡିର ନେତା ଓ କାର୍ମାମୋନେ ହାତରେ ପ୍ଲା-କାର୍ଡ ଧରି କେନ୍ଦ୍ରର ଶାସନାଧିନ ବିଜେପି ସରକାର ବିରୋଧରେ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଜିଲା ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ସବିତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ କୋରାଇ ବିଧାୟକ ଅଶୋକକୁମାର ବଳଙ୍କ ସମେତ ବହୁ ମହିଳା ନେତ୍ରୀଙ୍କ ସମେତ ଜିଲା ତଥା କୋରାଇର ବରିଷ୍ଠ ନେତାମାନେ କେନ୍ଦ୍ର ସରକାରଙ୍କ ତୈଳ ଆଦି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧିର ବିରୁଦ୍ଧରେ ବକ୍ତବ୍ୟ ରଖିବା ସହ କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧି କାର୍ଯ୍ୟର ଦୃଢ ସମାଲୋଚନା କରିଥିଲେ । ଏନେଇ ମହାମହିମୋ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏବିଡିଓ ଜ୍ଞାନଦା ନାୟକଙ୍କୁ ବିଧାୟକ ଶ୍ରୀ ବଳଙ୍କ ସମେତ ନେତୃମଣ୍ଡଳୀଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲାବିଜେଡି ସଭାନେତ୍ରୀ ଶ୍ରୀମତୀ ରାଉତଙ୍କ ସମେତ ବ୍ଲକ ବିଜେଡି ସଭାନେତ୍ରୀ ନିର୍ମଳା ରାଉତ, ବ୍ୟାସନଗର ସଭାନେତ୍ରୀ ସରୋଜିନୀ ବଳ, ଜିଲାପରିଷଦ ସଭ୍ୟା ମାତାଜୀ ଆଇଚ, ସରପଂଚ ସୁରେଖା ସେଠୀ, ସସ୍ମିତା ତରାଇ, ରୁନୁ ଭୂୟାଁ, ରଜନୀ ସେଠୀ, ଝିଲି ମହାନ୍ତି ପ୍ରମୁଖ ବହୁ ନାରୀନେତ୍ରୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋରାଇ ବ୍ଲକ ବିଜେଡି ସଭାପତି ଭକ୍ତବତ୍ସଳ ସ୍ୱାଇଁ, ବିଧାୟକ ପ୍ରତିନିଧି ତାରକେଶ୍ୱର ମହାନ୍ତି,

ଆଇନିଜୀବୀ ଧନେଶ୍ୱର ବାରିକ, ଯୁବନେତା ପ୍ରତାପ ମହାନ୍ତି, କୋରାଇ ବ୍ଲକ ଉପାଧ୍ୟକ୍ଷ ଅନିଲକୁମାର ମହାପାତ୍ର, ସରପଂଚ ସୌଭାଗ୍ୟକୁମାର ମହାନ୍ତି, କାର୍ତିକଚନ୍ଦ୍ର ପଣ୍ଡା, ନିରଞ୍ଜନ ବାରିକ, ଗଣେଶଚନ୍ଦ୍ର ସାହୁ, ମଜବୁର ରେହେମନ(ଗୋରା), ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଥୟ ମହାନ୍ତି, ରମେଶ ସାହୁ, ସୁକର୍ଣ୍ଣ ରାଉତ, ବସନ୍ତ ମହାକୁଡ, ଗୋଲକ ମାଝି, ସୁଶାନ୍ତ କୁମାର ମହାପାତ୍ର, ସୁଧାଂଶୁଶେଖର ବରାଳ, ବଳରାମ ରାଉତ, ହିମାଂଶୁଶେଖର ବରାଳ ପ୍ରମୁଖ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ ।

No Result
View All Result