• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ଆଜି ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
November 2, 2021
in ଓଡ଼ିଶା, ଦେଶ, ମହାନଗର, ରାଜନୀତି, ହୋମ୍
0
ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ଆଜି ଶୁଭାରମ୍ଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନର ଆଜି ଶୁଭାରମ୍ଭ କଲା । ଏହି ସଭ୍ୟସଂଗ୍ରହ ଅଭିଯାନ ସାରା ରାଜ୍ୟର ଜିଲ୍ଲାସ୍ତର ଠାରୁ ଆରମ୍ଭ କରି ପଂଚାୟତ ସ୍ତର ପର୍ଯ୍ୟନ୍ତ ଚାଲିବ । ଆଜି ସକାଳ ୧୧ ଘଟିକା ସମୟରେ ଓଡ଼ିଶା ପ୍ରଭାରୀ ତଥା ଅଖିଳଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡ. ଏ ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, କାର୍ଯ୍ୟକାରି ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ,

ସାଂସଦ ସପ୍ତଗିରୀ ଉଲ୍ଲାକା, ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ପିସିସି ସଭାପତି, ଶ୍ରୀ ଜୟଦେବ ଜେନା, ଶରତ ପଟ୍ଟନାୟକ, କିଶୋର ପଟେଲ, ଶରତ ରାଉତ, ବରିଷ୍ଠ କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ଶ୍ରୀ ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ରାଜନ ଏକା ଏବଂ ଯଜେ୍ଞଶ୍ୱର ବାବୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଜିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଗାନ୍ଧୀ ସୁତା ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ସମ୍ଭାଷଣରେ କହିଥିଲେ ଯେ ସଭ୍ୟସଂଗ୍ରହ ହେଉଛି କଂଗ୍ରେସ ଦଳ ପାଇଁ ଏବଂ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ଏହି କାର୍ଯ୍ୟକୁ ଅତି ଆଗ୍ରହର ସହିତ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ନିତି ନିୟମ ଅନୁସାରେ ସଭ୍ୟ ସଂଗ୍ରହ କରାଯିବ । ନୂତନ ସଭ୍ୟ ସଂଗ୍ରହ ଗୋଟିଏ ରାଜନୈତିକ ଦଳକୁ ଖାଲି ଅଧିକ ଶକ୍ତିଶାଳୀ କରିନଥାଏ ବରଂ ଏହାକୁ ନୂତନ ଚିନ୍ତା ଓ ଚେତନା ସମିଶ୍ରଣର ଏକ ସୁଯୋଗ ଓ ଆହ୍ୱାନ ସୃଷ୍ଟିକରିଥାଏ । ଆସନ୍ତା ଦିନରେ କିଭଳି ଭାବେର ରାଜ୍ୟକୁ ଏବଂ ରାଷ୍ଟ୍ରନିର୍ମାଣରେ କେଉଁ ସବୁ ଦିଗ ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ । ଶ୍ରୀ ପଟ୍ଟନାୟକ କଂଗ୍ରେସ କର୍ମୀ ଓ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇ କହିଥିଲେ ଆଜି ରାଜ୍ୟ ରସାତଳଗାମୀ ।

 

ରାଜ୍ୟର ହଜାର ହଜାର ଯୁବକଯୁବତୀ ଆଜି ବେକାର । ରୋଜଗାରର ପ୍ରଚୁର ସୁଯୋଗ ଥାଇ ମଧ୍ୟ ସରକାର ଜାଣିସୁଣି ଆଜିର ଶିକ୍ଷିତ ଯୁବକ ଯୁବତୀଙ୍କୁ ବେକାର କରିବାରେ ଲାଗିଛନ୍ତି । ପ୍ରତିିଦିନ ଏ ରାଜ୍ୟରେ ନାରୀ ନିର୍ଯ୍ୟାତିତା ହୁଏ କିନ୍ତୁ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳ କହେ ମା’କୁ ସମ୍ମାନ ତାଙ୍କ ସରକାର ବା ତାଙ୍କ ଦଳର ପ୍ରାଥମିକ ଦାୟୀତ୍ୱ । ସରକାରଙ୍କର ଖୋଦ ମନ୍ତ୍ରୀଙ୍କ ବିରୋଧରେ ନାରୀ ନିର୍ଯ୍ୟାତନାର ସ୍ୱର ଉଠିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀରବ । ଅପ୍ରାପ୍ତ ବୟସ୍କା ବାଳିକାଙ୍କ ପ୍ରତି ଦ୍ରୁତ ଗତିରେ ବଢ଼ି ଚାଲିଛି । ମହିଳା ଚାଲାଣ ଶିଶୁ ଚାଲାଣ ଯେମତି ରାଜ୍ୟରେ ଏକ ନିତିଦିନିଆ କଥା ।

ହିଂସା, ଡକାୟତି, ମର୍ଡର ଏକ ସାମାନ୍ୟ ଘଟଣା ହୋଇସାରିଲାଣି । ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ମାନେ ଆଜି ନିଜ ପ୍ରତି ଆଶା ବିଶ୍ୱାସ ହରାଇ ସାରିଛନ୍ତି । ଆମେ କେବଳ ସ୍ମାର୍ଟ ସିଟିର ଡିଣ୍ଡିମ ପିଟିଲେ ହେବ ନାହିଁ କିନ୍ତୁ ଯେପର୍ଯ୍ୟନ୍ତ ଏ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀ କର୍ମନିଯୁକ୍ତି ପାଇନାହାନ୍ତି, ଉଚ୍ଚ ଶିକ୍ଷିତ ହୋଇ ନାହାନ୍ତି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଅତି ଉଗ୍ରରୂପ ଧାରଣ କରିଛି ସେତେବେଳେ ଆମେ କେଉଁ ସହର ଓ କାହାକୁ ସ୍ମାର୍ଟ କଲୁ । ଦରଦାମ ଆଜି ଆକାଶଛୁଆଁ ସାଧାରଣ ପରିବାର ପାଖରେ ଭାତ ଥାଳିରେ ଡାଲି ଟିକିଏ ପରସିବା କଷ୍ଟକର ବ୍ୟାପାର ।

ରାଜ୍ୟରେ ସମସ୍ତ ଶୀତଳ ଭଣ୍ଡାର ବନ୍ଦ, କୃଷିଭିର୍ତିିକ ଶିଳ୍ପ ବନ୍ଦ ଏବଂ କୃଷକ ପରିବାର ଆଜି କେନ୍ଦ୍ର ସରକାରର କଳା ଆଇନ ଓ ରାଜ୍ୟ ସରକାରଙ୍କ ଅପାରଗତାରେ ସବର୍ସ ହରାଇ ସାରିଲାଣି । ଓଡ଼ିଶାର ପ୍ରଗତି ଏକଟଙ୍କିଆ ଚାଉଳ, ଛତା, ଯୋତା ଓ ଲ୍ୟାପଟପ ଦ୍ୱାରା ସମ୍ଭବ କି? ଆଜି ଅପପୃଷ୍ଟି କ୍ଷେତ୍ରରେ ଓଡ଼ିଶା ଦେଶରେ ବହୁ ଆଗରେ । ୨୧ ବର୍ଷ ଭିତରେ ବିଜୁ ଜନତା ଦଳର ସରକାର କେତେ ନଗଡ଼ା ସୃଷ୍ଟି କରିଛନ୍ତି ତାହା କାହାକୁ ଆଉ ଅଛପା ନୁହେଁ । ୭୦ ବର୍ଷର କଂଗ୍ରେସ ଯାହା ସୃଷ୍ଟି କରିଥିଲା ୭ ବର୍ଷରେ ଆଜି ନରେନ୍ଦ୍ର ମୋଦି ସରକାର ସବୁକିଛି ଧ୍ୱଂସ କରିସାରିଲାଣି ।

ପ୍ରତିବର୍ଷର୍ ୨ କୋଟି ଚାକିରୀ ଦେବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୭ ବର୍ଷ ଭିତରେ ୧୭ କୋଟି ଲୋକ ଆଜି ନିଯୁକ୍ତି ହରାଇ ସାରିଛନ୍ତି । ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ମୂଲ୍ୟ କେଉଁଠି ପଂହଚିଛି ତାହା କହିବା ଦରକାର ନାହିଁ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଆଜି ଭାରତ ବର୍ଷର ଗରିବ, କୃଷକ, ନିମ୍ନମଧ୍ୟବିତ ଓ ମଧ୍ୟବିତ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇପଡ଼ିଛି । ଡ. ଏ ଚେଲା କୁମାର ତାଙ୍କ ଅଭିଭାଷଣରେ କହିଥିଲେ ଆଜି ଓଡ଼ିଶାରେ ଯାହା କିଛି ହେଇଛି ସେ ପାରାଦ୍ୱୀପ ପୋର୍ଟ, ନାଲକୋ, ରାଉରକେଲା ଷ୍ଟିଲପ୍ଲାଂଟ, କୋରାପୁଟର ହାଲ, ଏନଟି୍‌ପିସି ଇତ୍ୟାଦି କଂଗ୍ରେସ ସମୟରେ ହୋଇଥିଲା ।

ହଜାର ଦିନର ହଜାର ଶିଳ୍ପର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ମଧ୍ୟ ସେ କାର୍ଯ୍ୟକାରୀ କରାଇଥିଲେ । ଆଜି ଓଡ଼ିଶାରେ ଯେଉଁ କିଛି କୃଷିଭର୍ତିକ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ଏବଂ ପ୍ରତେକ ଜିଲ୍ଲାରେ ଶିଳ୍ପାଚଂଳ ସୃଷ୍ଟି କରି ଶିଳ୍ପ ଅନୁନ୍ୱତ ଜିଲ୍ଲାରେ ଶିଳ୍ପ ଗଢ଼ାଯାଇଥିଲା । କିନ୍ତୁ ୨୧ବର୍ଷ ଭିତରେ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟ ବୁଲି ପୁଞ୍ଜି ବିନିଯୋଗର କଥା କହୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏ ରାଜ୍ୟର ଗୋଟିଏ ମଧ୍ୟ ଶୀତଳ ଭଣ୍ଡାର କରିପାରି ନାହାନ୍ତି । କଂଗ୍ରେସ ସମୟରେ ହୋଟେଲକୁ ଶିଳ୍ପର ମାନ୍ୟତା ଦେଇଥିଲେ । ୨୧ ବର୍ଷ ଭିତରେ ଗୋଟିଏ ବି ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିପାରି ନାହାନ୍ତି ।

ଠିକ୍ ସେହିଭଳି ଭାବରେ କେନ୍ଦ୍ରରେ ଏକ ସରକାର କେବଳ ମିଛ, ଘୃଣା, ଓ ହିଂସା ସୃଷ୍ଟି କରୁଛନ୍ତି । କୃଷକ ହେଉଛନ୍ତି ଭାରତ ବର୍ଷର ମେରୁଦଣ୍ଡ । ଭାରତବର୍ଷକୁ ବିଶ୍ୱ ଦରବାରରେ ଏକ ନମ୍ବର କରିବାକୁ ହେଲେ ଭାରତ ବର୍ଷର କୃଷକକୁ ନ୍ୟାୟ ମିଳିବା ଦରକାର । ବିଧାୟକ ଶ୍ରୀ ବାହିନପୀତି କହିଲେ ଆମେ କାଗଜରେ ବାଘ ନୁହେଁ ଆମେ କାର୍ଯ୍ୟକ୍ଷେତ୍ରରେ ବାଘ । ଆମେ ଲୋକଙ୍କ ସହିତ ରହିଛୁ ଓ ଲୋକଙ୍କ ପାଇଁ ଲଢ଼ିବୁ ଏଇଟା ହିଁ କଂଗ୍ରେସର ଆଦର୍ଶ । ଶ୍ରୀ ଜୟଦେବ ଜେନା ନିଜର କୋହକୁ ସମ୍ବରଣ କରି କହିଲେ କଂଗ୍ରେସ ହେଉଛି ମୋର ମା ଆଜି ମୋ ପାଇଁ ସୁଖର କଥା ହେଉଛି କଂଗ୍ରେସ ପାଟି ପାଇଁଁ ନୂତନ ସଭ୍ୟ ସଂଗ୍ରହ କାର୍ଯ୍ୟରେ ନିଜକୁ ନିୟୋଜିତ କରିବି ଓ କଂଗ୍ରେସକୁ ଶକ୍ତିଶାଳୀ କରିବି ଏବଂ ରାଜ୍ୟରେ କଂଗ୍ରେସକୁ ଫେରାଇବି ଏହାହିଁ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।

ଶ୍ରୀ ଶରତ ପଟ୍ଟନାୟକ ସଭ୍ୟ ସଂଗ୍ରହକୁ ଅତ୍ୟନ୍ତ ନିଷ୍ଠାର ସହ କରାଯିବା ସହ ଆସନ୍ତା ଦିନରେ ଅଧିକରୁ ଅଧିକ ଯୁବପିଢ଼ୀଙ୍କୁ କଂଗ୍ରେସ ଆଦର୍ଶରେ ଅନୁପ୍ରାଣୀତ କରାଇବା ମୋର ମୁଖ୍ୟକାମ । ଏହି ଅବସରରେ ରିପ୍ଲବିକ ପାଟି ଅଫ ଇଣ୍ଡିଆର ସଭାପତି ସେକ ଅବଦୁଲ ଅଲ୍ଲୀ ତାଙ୍କର ୧୦ ଜଣ ସାଥୀ କଂଗ୍ରେସରେ ଯୋଗଦେଲେ । ଏହି ଅବସରରେ ଶ୍ରୀମତୀ ମମତା ମହାପାତ୍ର ସଂରପଂଚ ନୂଆଗାଁ ବାଙ୍କି ନିର୍ବାଚନ ମଣ୍ଡଳୀର, ଭିନ୍ନକ୍ଷମ ଶ୍ରୀ ଜିତେନ୍ଦ୍ର ବିଶ୍ୱାଳ, ବାସୁଦେବ ସାହୁ, ଅନୁସୂଚିତ ଜାତିର ସଂକର ନାୟକ, ନକୁଳ ଚରଣ ମଲ୍ଲିକ, ଅନୁସୂଚିତ ଜନଜାତିରୁ ଜନରଞ୍ଜନ ମାରାଣ୍ଡି, ଶ୍ୟାମଘନ ପ୍ରଧାନ, ସଂଖ୍ୟାଲଘୁ ସଂପ୍ରଦାୟର ଏସ୍‌କେ ତାକ୍ୟୁଇନ ଅହମ୍ମଦ ଇତ୍ୟାଦିଙ୍କୁ ଆଜି କଂଗ୍ରେସ ଦଳର ନୂତନ ସଭ୍ୟ ଭାବରେ ଗ୍ରହଣ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ରାଜନ ଏକା ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସ ଧନ୍ୟବାଦ ଦେବା ସହ ଆସନ୍ତା ଦିନରେ କଂଗ୍ରେସକୁ ଶକ୍ତିଶାଳୀ କରିବାପାଇଁ କହିଥିଲେ । ଏହି ସଭ୍ୟ ସଂଗ୍ରହ ଅଭିଯାନ ସଭାରେ ସମସ୍ତ ଜିଲ୍ଲା ସଭାପତି ତଥା ଜିଲ୍ଲା ମହିଳା ସଭାନେତ୍ରୀ ତଥା ଅନ୍ୟନେତୃବର୍ଗ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶିବାନନ୍ଦ ରାୟ, ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ମାନସ ଚୌଧୁରୀ, ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ଛାତ୍ର କଂଗ୍େରସ ସଭାପତି ଶ୍ରୀ ୟାସିର ନୱାଜ, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ଅଭିଶେକ ମହାନନ୍ଦ, ମନୋରଞ୍ଜନ ଦାଶ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ସସ୍ମିତା ବେହେରା, ସଂଜୀବ ଗିରି, ଜାନକୀ ବଲ୍ଲଭ ପଟ୍ଟନାୟକ, ରଜନୀ ମହାନ୍ତି ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026
ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟନ କଲେ ବାଚସ୍ପତି 

ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟନ କଲେ ବାଚସ୍ପତି 

July 28, 2026
ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

July 27, 2026

Recent News

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026
ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟନ କଲେ ବାଚସ୍ପତି 

ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟନ କଲେ ବାଚସ୍ପତି 

July 28, 2026
ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

July 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version