• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆର୍‌ବିଏଲ୍ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ୧୦୦ କିମି ସାଇକ୍ଲୋଥନ୍‌ର ଉଦ୍‌ଘାଟନ ; ଭାରତୀୟ ସେନାର ନେତୃତ୍ୱାଧୀନ “ସ୍ୱର୍ଣ୍ଣିମ ବିଜୟ ମଶାଲ’ ଯାତ୍ରାର ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
October 31, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଆର୍‌ବିଏଲ୍ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ୧୦୦ କିମି ସାଇକ୍ଲୋଥନ୍‌ର ଉଦ୍‌ଘାଟନ ; ଭାରତୀୟ ସେନାର ନେତୃତ୍ୱାଧୀନ “ସ୍ୱର୍ଣ୍ଣିମ ବିଜୟ ମଶାଲ’ ଯାତ୍ରାର ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆର୍‌ବିଏଲ୍ ବ୍ୟାଙ୍କ ପକ୍ଷରୁ ଏହାର ସିଏସ୍‌ଆର୍ ଅଭିଯାନ ଉମିଦ୍‌ ୧୦୦୦ ସାଇକ୍ଲୋଥନ୍ ଅଧୀନରେ ୧୦୦କିମି ସାଇକ୍ଲୋଥନ୍ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ୍ ଆଡ୍‌ଭେଂଚର୍ କ୍ଲବ୍‌ର ୭୦ ସାଇକେଲ୍ ଆରୋହୀ ଅଂଶଗ୍ରହଣ କରିଥିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ବରିଷ୍ଠ ପ୍ରଶାସକ ଓ ଆର୍‌ବିଏଲ୍ ବ୍ୟାଙ୍କର କର୍ମଚାରୀ, ଭାରତୀୟ ସ୍ଥଳ ସେନା ଓ ସୈନିକ ସ୍କୁଲ୍‌ର ସାଇକେଲ୍ ଆରୋହୀ । ଭାରତୀୟ ସେନା ପକ୍ଷରୁ ଭୁବନେଶ୍ୱରରେ ଥିବା ତାଙ୍କ ସ୍ଥଳରୁ ସ୍ୱର୍ଣ୍ଣିମ ବିଜୟ ମଶାଲ୍‌କୁ ଆର୍‌ବିଏଲ୍ ବ୍ୟାଙ୍କ ଆୟୋଜନ କରିଥିବା ସାଇକ୍ଲୋଥନ୍ ପର୍ଯ୍ୟନ୍ତ ଅଣାଯାଇଥିଲା । ଏହି ମଶାଲ୍ ହେଉଛି ୧୯୭୧ ଯୁଦ୍ଧରେ ଭାରତର ବିଜୟର ପ୍ରତୀକ । ୨୦୨୦ ଡିସେମ୍ବର ୧୬ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏହାକୁ ପ୍ରଜ୍ଜ୍ୱଳିତ କରିଥିଲେ ଏବଂ ଏହା ଦେଶର ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଛି । ଏହି ଜ୍ୟୋତିକୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପରବର୍ତୀ ଅଭିଯାନ ଆରମ୍ଭ ହେବ । ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀ ୧୯୭୧ ଯୁଦ୍ଧର ହିରୋମାନଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଉଦ୍‌ଘାଟନୀ ସମାରୋହ ଆର୍‌ବିଏଲ୍ ବ୍ୟାଙ୍କର ଭୁବନେଶ୍ୱର ଶାଖାରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କାର୍ଯ୍ୟକ୍ରମକୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ବିଶାଲ୍ କୁମାର ଦେବ, ମାନ୍ୟବର ସାଂସଦ ଓ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଶ୍ରୀଯୁକ୍ତ ଶାନ୍ତା ୱଲୁରି ଗାନ୍ଧୀ, ମୁଖ୍ୟ- ମାନବ ସମ୍ବଳ, ସିଏସ୍‌ଆର୍ ଆଣ୍ଡ୍ ଇଂଟର୍‌ନାଲ୍ ବ୍ରାଣ୍ଡିଂ, ଆର୍‌ବିଏଲ୍ ବ୍ୟାଙ୍କ ଓ ବ୍ରିଗେଡିୟର୍ ପ୍ରଶାନ୍ତ ଚୌହ୍ୱାନ, କମାଣ୍ଡିଂ ଅଫିସର, ଛତିଶଗଡ଼, ଓଡ଼ିଶା ଓ ଉପ ଅଂଚଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆର୍‌ବିଏଲ୍ ବ୍ୟାଙ୍କର ପ୍ରମୁଖ ସିଏସ୍‌ଆର୍ ଅଭିଯାନ ଉମିଦ୍‌୧୦୦୦ ସାଇକ୍ଲୋଥନ୍‌ର ଏକ ଅଂଶ ହେଉଛି ଏହି କାର୍ଯ୍ୟକ୍ରମ ଯେଉଁଥିରେ ପାଣ୍ଠି ଯୋଗାଡ଼ କରିବା ଲାଗି ସାଇକେଲ୍ ଆରୋହୀମାନେ ୧୪ ଦିନ ଭିତରେ ୧୦୦ କିମି ଯାତ୍ରା କରିବାର ଆହ୍ୱାନକୁ ଗ୍ରହଣ କରିଥାନ୍ତି । ଅଂଶଗ୍ରହଣକାରୀ ସାଇକେଲ୍ ଆରୋହୀମାନେ ଦିବ୍ୟାଙ୍ଗ ଶିଶୁ, ଭିନ୍ନକ୍ଷମ ବ୍ୟକ୍ତି, ଉପେକ୍ଷୀତ ଗୋଷ୍ଠୀର ପିଲା ଓ ସ୍କୁଲରୁ ଅଧାରୁ ପାଠ ଛାଡ଼ିଥିବା ପ୍ରାପ୍ତବୟସ୍କଙ୍କ ଅନ୍ତର୍ଭୁକ୍ତୀକରଣ ଶିକ୍ଷା ଉପରେ ଗୁରୁତ୍ୱାରୋପ କରୁଥିବା ଆରବିଏଲ୍‌ ବ୍ୟାଙ୍କର ସିଏସ୍‌ଆର୍ ଅଭିଯାନ ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ବିଶାଲ୍ କୁମାର ଦେବ, ଆଇଏଏସ୍‌, ପ୍ରମୁଖ ସଚିବ, ଅର୍ଥ କହିଛନ୍ତି ଯେ, “ଏକ ଦୃଢ଼ ଦେଶ ଗଠନ ଲାଗି ଶିକ୍ଷା ଜରୁରୀ ।

ଦେଶର ସାହସୀ ଦୃଦୟଧାରୀ ଭାରତୀୟ ସେନା ଓ ବରିଷ୍ଠ ଅଧିକାରୀମାନେ ଆର୍‌ବିଏଲ୍ ବ୍ୟାଙ୍କର ସାଇକେଲ୍ ଆରୋହୀଙ୍କ ସହ ହାତ ମିଳାଇ ଅନ୍ତର୍ଭୁକ୍ତୀକରଣ ଶିକ୍ଷା ଭଳି ମହତ ଉଦ୍ଦେଶ୍ୟ ପାଇଁ ୧୦୦ କିମି ଯାତ୍ରା କରୁଥିବା ଦେଖି ଅନୁପ୍ରାଣିତ ମନେ ହେଉଛି ।’’ ମିସ୍ ଶାନ୍ତା ୱଲୁରି ଗାନ୍ଧୀ, ମୁଖ୍ୟ-ଏଚ୍‌ଆର୍‌, ସିଏସ୍‌ଆର୍ ଓ ଇଂଟର୍‌ନାଲ୍ ବ୍ରାଣ୍ଡିଂ, ଆର୍‌ବିଏଲ୍ ବ୍ୟାଙ୍କ କହିଛନ୍ତି ଯେ, “ଆର୍‌ବିଏଲ୍‌ ବ୍ୟାଙ୍କ ହେଉଛି ଏକ ସାମାଜିକ ଦାୟିତ୍ୱ ସମ୍ପନ୍ନ ଅନୁଷ୍ଠାନ ଓ ବିଭିନ୍ନ ସିଏସ୍‌ଆର୍ କାର୍ଯ୍ୟକ୍ରମ ଜରିଆରେ ଉପେକ୍ଷୀତ ବର୍ଗର ସେବା କରିବା ଲାଗି ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଗତ ୧୮ ମାସରେ ମହାମାରୀ ବ୍ୟାପିବା ଯୋଗୁଁ ବିଭିନ୍ନ ସମ୍ପ୍ରଦାୟର ନିରନ୍ତରତା ଉପରେ ବଡ଼ ଧରଣର ଓ ବିପର୍ଯ୍ୟସ୍ତ ପ୍ରଭାବ ପଡ଼ିଛି । ଏହି ଅଭିଯାନ ଜରିଆରେ ଆର୍‌ବିଏଲ୍ ବ୍ୟାଙ୍କ ପକ୍ଷରୁ ଯେଉଁମାନେ ପଛରେ ରହିଯାଇଛନ୍ତି ସେମାନଙ୍କ ଅନ୍ତର୍ଭୁକ୍ତୀକରଣ ଶିକ୍ଷା ଲାଗି ଆମର ରହିଥିବା ସାମଗ୍ରୀକ ସ୍ୱପ୍ନକୁ ଉତ୍ସାହିତ କରିବା ଓ ଶ୍ରେଷ୍ଠ ସମ୍ଭବ ସହାୟତାର ହାତ ବଢ଼ାଇବା ଲାଗି ଦୃଢ଼ ସଂକଳ୍ପ ରହିଛି । ପୁନଶ୍ଚ, ଆମର ଅନ୍ତୁର୍ଭକ୍ତୀକରଣ ଲକ୍ଷ୍ୟ ଜରିଆରେ ସ୍ୱର୍ଣ୍ଣିମ ବିଜୟ ମଶାଲ୍ ଯାତ୍ରାର ଅଂଶ ହେବା ଓ ୧୯୭୧ ଯୁଦ୍ଧର ହିରୋଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଥିବାରୁ ଆମେ ଅତ୍ୟନ୍ତ ଖୁସି ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version