No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) ବରଗଡ଼ :- ସୋହେଲା ବ୍ଲକ କୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା, ଚାଷୀ ଙ୍କ ସମ୍ପୁର୍ଣ୍ଣ ଋଣ ଛାଡ,ଚାଷ ପାଇଁ ଦିଆଯାଉଥିବା ବିଜୁଳି ବିଲ୍ ଛାଡ଼, କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ୩ କୃଷି ବିଲ୍ ପ୍ରତ୍ୟାହାର ଆଦି ୮ ଦଫା ଦାବିରେ ଆଜି ଜୟ କିଷାନ ଆନ୍ଦୋଳନ, ସୋହେଲା ବ୍ଲକ ଶାଖା ପକ୍ଷରୁ ସୋହେଲା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅନାବୃଷ୍ଟି ଯୋଗୁଁ ସୋହେଲା ବ୍ଲକ ରେ ସମ୍ପୁର୍ଣ୍ଣ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି ।

ଧାନ ଛଡ଼ା ଏ ଅଞ୍ଚଳରେ ମୁଗ,ବିରି, ଚିନାବାଦାମ ଆଦି ଫସଲ ମଧ୍ୟ ଚାଷ କରାଯାଏ । ଯାହାକି ଅନାବୃଷ୍ଟି ଯୋଗୁଁ ଉଜୁଡି ଯାଇଛି । ଗତ ଦେଢବର୍ଷ ହେବ କରୋନା ମହାମାରୀ କଟକଣା ଯୋଗୁଁ ପନିପରିବା, ଦୁଗ୍ଧ ଆଦି ଉତ୍ପାଦକୁ ଚାଷୀ ମାନେ ଶସ୍ତା ଦରରେ ବିକ୍ରୀ ତଥା ଅବିକ୍ରି ଯୋଗୁଁ ଚାଷୀ ଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଅପରପକ୍ଷରେ ଏହି ବ୍ଲକ ଅଞ୍ଚଳ ରେ ଚାଷୀ ଓ ଚାଷ ର ଉନ୍ନତି ପାଇଁ କୈାଣସି ଆଖି ଦୃଶିଆ ପଦକ୍ଷେପ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କରିପାରିନାହାନ୍ତି ବୋଲି ଚାଷୀ ନେତା ମାନେ ବିକ୍ଷୋଭ ସଭାରେ ଅଭିଯୋଗ କରିଥିଲେ ।

ଶେଷରେ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ସୋହେଲା ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା । ଜୟ କିଷାନ ଆନ୍ଦୋଳନ ର ସୋହେଲା ବ୍ଲକ ଶାଖା ସଭାପତି ସୁରେନ୍ଦ୍ର ମେହେର ଏବଂ ସରୋଜ ବାରିକ୍ ଙ୍କ ନେତୃତ୍ବରେ ଚାଷୀ ନେତା ଲିଙ୍ଗରାଜ, ରମେଶ ମହାପାତ୍ର,ହର ବନିଆ ପ୍ରମୁଖ ବହୁ ଚାଷୀ ନେତା ସାମିଲ ଥିଲେ ।

No Result
View All Result