No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଗଜପତି ଆରକ୍ଷୀ ଅଧୀକ୍ଷକ ଜୟ ରାମ ଶତପଥୀ,ଉପ ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ମହାରଣା ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକରେ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନ ଚାଳକଙ୍କ ସକାଶେ ସମସ୍ତ ନିୟମ ଲାଗୁ କରିବା । ସେହି ଭଳି ଦୁର୍ଘଟଣା ହେଉ ଥିବା ସ୍ଥାନ ମାନଙ୍କରେ ସଂକେତ ବ୍ୟବସ୍ଥା ସହ ଜବର ଦଖଲ ଉଚ୍ଛେଦ କରିବା, ମଦ୍ୟପ ଅଧିକ ବେଗରେ ବିନା ହେଲମେଟରେ ଗାଡି ଚଳାଇବା, ଟ୍ରାଫିକ ନିୟମ ଉଲ୍ଲଂଘନ କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହେଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ଓ ପରମିଟ ରଦ୍ଦ ଭଳି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହା ହେଲେ ହିଁ ଲୋକ ଆଇନକୁ ସମ୍ମାନ ଦେବା ସହ ଏହାକୁ ମାନିବେ ବୋଲି କୁହାଯାଇଛି । ଏହି ବୈଠକରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶାସନର ଏକ ପାଖିଆ ନିଷ୍ପତ୍ତିକୁ ବିରୋଧ କରିବା ସହ ସହରର ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ତିନି ବର୍ଷ ହେଲା ନିର୍ମାଣ ବା ମରାମତି କାର୍ଯ୍ୟ ସରୁନାହିଁ ବୋଲି ଅଭିଯୋଗ କରିଥିଲେ । ଲୋକେ ନାହିଁ ନ ଥିବା ଅସୁବିଧା ଭଗୁଥିବା ବେଳେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏ ନେଇ ପ୍ରତ୍ୟେକ ବୈଠକରେ ଆଲୋଚନା ସତ୍ତେ୍ୱପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି । ଏଣୁ ପ୍ରଥମେ ରାସ୍ତା କାମ ସାର ତା ପରେ ଲୋକଙ୍କ ଠାରୁ ଜୋରିମାନା ଗ୍ରହଣ କରିବ ବୋଲି କହିଥିଲେ ।
ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳଙ୍କ ଗାଡିର ବୀମା ନବୀକରଣ କରି ନ ଥିବା ସେ ନେଇ କାହିଁକି ଜରିମାନା ଆଦାୟ ହେଉ ନାହିଁ ବୋଲି ଗଣମାଧ୍ୟମ ପ୍ରଶ୍ନ ଉଠାଇ ଥିଲେ । ସେହିପରି ସରକାରୀ ଗାଡି ଚଳାଉଥିବା ବେଳେ ସେଫଟି ବେଲ୍ଟ ନ ପିନ୍ଧିବା ସେମାନଙ୍କୁ ଅନୁକମ୍ପା ଦେଖାଉଛନ୍ତି କାହିଁକି ?ଦୁଇ ଚକିଆ ଯାନ ଚେକିଙ୍ଗ ସମୟରେ ଚାବି ଛଡାଇ ନେବା ଓ ମୋବାଇଲ ଛଡାଇ ନେବା ଏହାକୁ କାହାର ନିର୍ଦ୍ଦେଶରେ କରାଯାଉଛି ବୋଲି ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ । ପୂର୍ତ୍ତ ବିଭାଗର କାର୍ଯ୍ୟ ନିର୍ବାହି ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ, ଆର.ଡି ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତି ଥିବା ଯୋଗୁଁ ଗୃହରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସହରରେ ବୁଲା କୁକୁରଙ୍କ ପାଦୁର୍ଭାବ ବୃଦ୍ଧି ହେଉ ଥିବାର ଗଣମାଧ୍ୟମ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ ।
[
No Result
View All Result