No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂତନ ଗୃହ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,

ଆତ୍ମା ଅଧ୍ୟକ୍ଷ ତଥା ବିଜେଡ଼ି ଯୁବ ସଂଗଠକ ସଞ୍ଜୟ କୁମାର ସାହୁ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଉପ ସଭାପତି ମୁରଲୀ ଧର ଜେନା,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ନୂତନ ଗୃହ ଉଦ୍ଘାଟନ ସମୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ,ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ,ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ, ଭାଷା ଅଧ୍ୟାପକ ,ଅର୍ଥନୀତି ଅଧ୍ୟାପିକା ,ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ଙ୍କ ସମେତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କ୍ରୀଡା ଅଧ୍ୟାପକ ପ୍ରଦୀପ କୁମାର ଖଣ୍ଡୁଆଳ ପରିଚାଳନା କରିଥିଲେ ।

No Result
View All Result