• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ୨୬ ଓ୨୭ ତାରିଖରେ ରାଜ୍ୟର ସମସ୍ତ ଏସ୍‌ପି ଅଫିସ୍ ଘେରାଓ : ଇରାଶିଶ୍ ଆଚାର୍ଯ୍ୟ

Proprietor Abhimanyu Maharana by Proprietor Abhimanyu Maharana
October 27, 2021
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ୨୬ ଓ୨୭ ତାରିଖରେ ରାଜ୍ୟର ସମସ୍ତ ଏସ୍‌ପି ଅଫିସ୍ ଘେରାଓ : ଇରାଶିଶ୍ ଆଚାର୍ଯ୍ୟ
Share on FacebookShare on TwitterWhatsapp

1. ପୋଲିସ ବିଭାଗକୁ ହାତବାରିସୀ କରି ଜଘନ୍ୟ ଓ ବର୍ବରୋଚି ତହତ୍ୟାକାଣ୍ଡ କୁ ଦିଗହରା କରିବା ପାଇଁ ହୀନ ପ୍ରଚେଷ୍ଟା ଓ ଷଡଯନ୍ତ୍ର କରୁଛି ଶାସକ ବିଜେଡି
2. ଜଘନ୍ୟ ମମିତା ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ୨୧ବର୍ଷ ଶାସନ କାଳରେ ନାରୀ ନିର୍ଯାତନାର ଆଉ ଏକ କଳାଫର୍ଦ୍ଦ ଯୋଡି ହୋଇଛି । ଶିକ୍ଷୟିତ୍ରୀ ମମିତା ମେହେର୍ ହତ୍ୟାକାଣ୍ଡ ଏବଂ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଓଡିଶାବାସୀଙ୍କ ଜନମାନସକୁ ଆନ୍ଦୋଳିତ କରୁଛି । ମୃତ ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ, ସନସାଇନ ସ୍କୁଲର ମୁଖ୍ୟ ସଂଚାଳକ ଗୋବିନ୍ଦ ସାହୁଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ ରହିଛି । ରାଜ୍ୟ ମନ୍ତ୍ରୀମଣ୍ଡଳର ବହୁ ବରିଷ୍ଠ ମନ୍ତ୍ରୀ, ବିଧାୟକ ତଥା ଶାସକ ବିଜେଡିର ନେତାମାନେ ବାରମ୍ବାର ସେହି ସ୍କୁଲକୁ ଆସି ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ।

ସ୍ଥାନୀୟ ବିଧାୟକ ହୋଇଥିବା ସତ୍ୱେ ମନ୍ତ୍ରୀ ଶ୍ରୀ ମିଶ୍ର କାହିଁକି ସ୍କୁଲର ବିଳାସମୟ କଠୋରୀରେ ରହୁଥିଲେ..? ନିଖୋଜ ଘଟଣାରେ ପୋଲିସ ମମିତାର ପରିବାର ସଦସ୍ୟଙ୍କୁ ହତାଦର କରି ଏଫଆଇଆର ରୁଜୁ ନକରି କାହିଁକି ଏବଂ କାହାର ନିର୍ଦ୍ଦେଶରେ ଫେରାଇ ଦେଇଥିଲା ..? ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ୱେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଆର୍ଥିକ ଅନୁଦାନ କାହିଁକି ମଂଜୁରୀ କରାଇଥିଲେ ମନ୍ତ୍ରୀ ଶ୍ରୀ ମିଶ୍ର ..? ଏଭଳି ସମ୍ବେଦନଶୀଳ ଘଟଣାରେ ତାଙ୍କ ଉପରେ ଉଠିଥିବା ପ୍ରଶ୍ନର ଜବାବ୍ ଦେଉନାହାଁନ୍ତି କାହିଁକିମନ୍ତ୍ରୀ ଶ୍ରୀ ମିଶ୍ର..? ଗୃହମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରି କାହିଁକି ଗିରଫ କରାଯାଉନାହିଁ..? ମମିତା ମେହେର୍ ହତ୍ୟାକାଣ୍ଡ ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରାଯାଉ ଏହି ଦାବୀରେ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଧାରଣା ପ୍ରଦର୍ଶନ କରାଯିବ ବୋଲି ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ଓ ଶାସକ ଦଳ ଦୋଷୀକୁ ଘଂଟ ଘୋଡାଉଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଅଟେ । ଏହି ଘଟଣା ନୂଆ ନୁହେଁ ମାଧବୀଲତା, ଇତିଶ୍ରୀ, ବେବିନା, କୁନ୍ଦୁଲୀ ପୀଡିତା, ପରୀ, ସ୍ମିତାରାଣୀ, ମାହାଙ୍ଗା ଡବଲ୍ ମର୍ଡର, ସୌମ୍ୟରଞ୍ଜନଙ୍କ ଭଳି ବର୍ତମାନ ମମିତା ମେହେର୍ ଯିଏକି ସନସାଇନ ସ୍କୁଲର ଶିକ୍ଷୟିତ୍ରୀ ତାଙ୍କୁ ଅପହରଣ କରି ହତ୍ୟା କରାଗଲା । ଶାସକ ବିଜେଡିର ଚାପରେ ପୋଲିସ୍ ଜାଣିଶୁଣି କେସ୍‌ରେ ଅବହେଳା କରୁଛି । ଲୋକଦେଖାଣିଆ ଭାବରେ ଜଣେ ପୋଲିସ୍ ଅଧିକାରୀଙ୍କୁ ସସପେଣ୍ଡ୍ କରାଯାଇ ମନ୍ତ୍ରୀଙ୍କୁ ଖସେଇ ଦେବାର ଚକ୍ରାନ୍ତ କରାଯାଉଛି ବୋଲି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ମୃତ ଶିକ୍ଷୟିତ୍ରୀ ମମିତା ଦୀର୍ଘ ୭ମାସ ଧରି ଛୁଟିରେ ଘରେ ଥିଲେ ତାଙ୍କୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଚକ୍ରାନ୍ତ କରି ଘରୁ ଡାକିଥିଲା ବୋଲି ପୋଲିସ୍ ନିଜେ ପ୍ରକାଶ କରିଛି । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅନୈତିକ କାରବାରରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମ୍ପୃକ୍ତିସମ୍ପର୍କରେ ମମିତାଙ୍କ ପିତା ମାତାଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ କାହିଁକ ବୟାନ୍ ରେକର୍ଡ କରାଯାଇନାହିଁ..? ପୋଲିସ ବିଭାଗକୁ ହାତବାରିସୀ କରି ଶାସକ ବିଜେଡି ଏଭଳି ଜଘନ୍ୟ ଓ ବର୍ବରୋଚିତ ହତ୍ୟାକାଣ୍ଡକୁ ଦିଗହରା କରିବା ପାଇଁ ହୀନ ପ୍ରଚେଷ୍ଟା ଓ ଷଡଯନ୍ତ୍ର କରୁଛନ୍ତି ।

ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରି ତଦନ୍ତ ପରିସରଭୁକ୍ତ କରିବା ସହ ଯଥାଶୀଘ୍ର ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ ଓ ମନୋଜ ପଶ୍ଚିମ କବାଟ, ଯୁବ ମୋର୍ଚ୍ଚା ମିଡିଆ ରାଜ୍ୟ ସଂଯୋଜକ ସୁଜିତ୍ ସାହୁ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

September 20, 2026
ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

September 20, 2026
ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ

ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ

September 20, 2026
ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

September 20, 2026
ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version