No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଚିନ୍ମୟ ନଗର ସ୍ଥିତ ଚିନ୍ମୟ ମିଶନ ତରଫରୁ କାର୍ତ୍ତିକ ମାସ ଉପଲକ୍ଷେ ଏକ ମାସ ବ୍ୟାପି ଅଖଣ୍ଡ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ବାମୀ ନିଗମାନନ୍ଦ ସରସ୍ଵତୀ ମହାରାଜ ଦ୍ଵାରା ନାମ ଯଜ୍ଞ, ଗୀତା ଯଜ୍ଞ, ଅନ୍ନ ଯଜ୍ଞ ଇତ୍ୟାଦି ହେଉଥିବା ବେଳେ ଆଖ ପାଖରୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଆସି ଶିବିରରେ ଯୋଗ ଦେବା ସହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପ୍ରବାଚିକା ସାଧ୍ୱୀ ଗୀତା ଦେବୀ ଙ୍କ ଦ୍ଵାରା ପ୍ରବଚନ ପାଠ ହୁଏ ।

ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ନଗର ର ସମାଜସେବୀ ଶ୍ରୀମାନ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଙ୍କୁ ବହୁ ପ୍ରତିକ୍ଷିତ ପାରଳାଖେମୁଣ୍ଡି ନଗରର ଜଗନ୍ନାଥ ମନ୍ଦିର ନିର୍ମାଣ ର ଶୁଭାରମ୍ଭ ଓ ନିଜକୁ ବହୁ ସାମାଜିକ କ୍ଷେତ୍ରରେ ଯୋଗଦାନ କରିଥିବାରୁ ଚିନ୍ମୟ ମିଶନ ତରଫରୁ ଆଜି ଶ୍ରୀ ପାଣିଗ୍ରାହୀ ଦମ୍ପତି ଦ୍ବୟଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସାଧନା ଶିବିର ଗତ ୨୧.୧୦.୨୦୨୧ ତାରିଖ ଠାରୁ ଆରମ୍ଭ ହୋଇ ୧୯.୧୧.୨୦୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନର ସଂଯୋଜକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି ।

No Result
View All Result