No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୫ ଅକ୍ଟୋବର ସୋମବାର) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତରେ ହୋଇ ଥିବା ମନରେଗା ଯୋଜନାରେ କାମର ଦୁର୍ନତୀ ଅଭିଯୋଗରେ ବରତୁଣ୍ଡା ପଞ୍ଚାୟତର ଅଧିବାସୀ ଓ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ମନରେଗା ଯୋଜନାରେ ଜାଳିଆତି କରି ୮ ଲକ୍ଷ ଟଙ୍କା ଆତ୍ମସାତ କରା ଯାଉଥିବା ଓ ବିନା କାମରେ ବିଲ୍ କରି ଟଙ୍କା ଆତ୍ମସାତ କରିଥିବା ନେଇ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏନେଇ ଗତ ତା ୧୬ ୵ ୮ ୵ ୨୦୨୧ ଦିନ ବରତୁଣ୍ଡା ପଞ୍ଚାୟତର ଅଫିସକୁ ତାଳା ବନ୍ଦ କରିବା ସହ ଶହ ଶହ ଶ୍ରମିକ ମାନେ ଅଫିସ ଆଗରେ ଧାରଣା ଦେଇଥିଲେ ।

ଧାରଣା ର ୪ ଦିନ ପରେ ଅର୍ଥାତ ୧୯ ୵ ୮ ୵ ୨୧ ଦିନ ପାଇକମାଲ ବିଡିଓ ଉପାଞୀଳି ମାଝୀ,ଏବିଡିଓ ଭୀଷ୍ମଦେବ ମାଝୀ,ଏସଡିପିଓ ବିଭୁତି ଭୂଷଣ ଭୋଇ, ଆଇଆଇସି ବିଶ୍ବଜିତ ମନୋବଧ, ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ବୁଝାସୁଝା କରି ଦୋଷୀ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ର ଲିଖିତ ପ୍ରତିଶୃତି ଦେଇଥିଲେ । ଆଜିକୁ ୨ ମାସ ବିତିଯାଇଥିଲେ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଘଟଣା କୁ ଚପାଇ ଦେବାକୁ ସରକାରୀ ସ୍ତରରେ ଉଦ୍ୟମ କରା ଯାଉଛି ବୋଲି ଶ୍ରମିକ ମାନେ ଗୁରୁତର ଅଭିଯୋଗ ଆଣିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଯୋଗାଇ ଦେବାର ବ୍ୟବସ୍ଥା ଓ ସରକାରଙ୍କ ରାଜକୋଷରୁ ଅର୍ଥ ଆତ୍ମସାତ କରିଥିବା ଦୋଷୀ ଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ପାଇକମାଲ ବ୍ଳକ କାର୍ଯ୍ୟାଳୟ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପାଇକମାଲ ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।
ସରକାର ଙ୍କ ୫ଟି ସବିଚ ଙ୍କୁ ମଧ୍ୟ ଅବଗତ କରା ଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଆଜି ଦାବି ପତ୍ର ପ୍ରଦାନ ସମୟରେ ଦୁର୍ଯ୍ୟୋଧନ ପୁଟା,ମଦନ ଭୁଏ ଧ୍ରୁବ ମଲ୍ଲିକ, ଦୁଃଶାସନ କୁମ୍ଭାର,ଦୀନମଣି ବରିହା,ନାରାୟଣ ମଲ୍ଲିକ,ରତନ ଧରୁଆ,ଗୋବିନ୍ଦ ବନଛୋର, ପ୍ରଫୁଲ୍ଲ ନାୟକ,ଦୁଲ ସିଂ ମାଝୀ,ପ୍ରଭୁ ଲାଲ ଧରୁଆ,ବସନ୍ତ ଧରୁଆ, ସୌଉକି ବରିହା, ଡମନ ଭୁଏ,ଟିକେଶ୍ଵର ମଲିକ,ନୀରଞ୍ଜନ ଭୁଏ,ବଲଦେବ ଧରୁଆ, ଡିଙ୍ଗର ଧରୁଆ,ବ୍ରଜ ମୋହନ ଧରୁଆ, ମାୟାଧର ଧରୁଆ, ବସନ୍ତ ଧରୁଆ,କୁଶଲ ଧରୁଆ, ବ୍ରଜ ବିଶି ଙ୍କ ସମେତ ଅନ୍ୟ ଶ୍ରମିକ ମାନେ ଉପସ୍ଥିତ ଥିଲେ ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result