No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ନୟାଗଡ଼ :- ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶାନ୍ତନୁ ପାଣି ଏବଂ ମହିଳା ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଝରଣା ପାଣି ନୟାଗଡ଼ ଗସ୍ତ ରେ ଆସି ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇଛନ୍ତି । ନୟାଗଡ଼ ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଗଭର୍ଣ୍ଣର ଙ୍କ ସମେତ ଆସିଷ୍ଟାଣ୍ଟ ଗଭର୍ଣ୍ଣର ପ୍ରଦ୍ୟୁନ କୁମାର ମଲ୍ଲିକ,

ନୟାଗଡ଼ ରୋଟାରୀ କ୍ଲବ ସମ୍ପାଦକ ମିହିର ରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରୋଟାରୀ କ୍ଲବ ସର୍ବଦା ଗରିବ , ନିଷ୍ପେସିତ ମାନଙ୍କ ପାଇଁ କାର୍ଯ୍ୟ କରୁଅଛି ଏବଂ ସମସ୍ତ ଜନ ହିତକର କାର୍ଯ୍ୟ ଆଗକୁ ଜାରି ରହିବା ସହିତ ଆଗାମୀ ଦିନରେ ବହୁ ଜନ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ଗଭର୍ଣ୍ଣର ଶ୍ରୀଯୁକ୍ତ ପାଣି ନୟାଗଡ଼ ଜିଲ୍ଲାରେ ଅତି ଶିଘ୍ର ଏକ ରୋଗ ନିରୁପଣ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ ।

ନୟାଗଡ଼ ରୋଟାରୀ କ୍ଳବ୍ ଜିଲ୍ଲା ରେ ରୋଗୀ ସେବା ଠାରୁ ଆରମ୍ଭ କରି ଅସହାୟ ଲୋକ ମାନଙ୍କର ସେବା କରିବାରେ ସଦାବେଳେ ତତ୍ପର ଅଛି ଏବଂ ଆଗାମୀ ଦିନରେ ଲୋକମାନଙ୍କୁ କିପରି ଅଧିକରୁ ଅଧିକ ସାହାଯ୍ୟ କରାଯାଇ ପାରିବ ସେ ସମ୍ପର୍କରେ ନୟାଗଡ଼ ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ଜନହିତକର କାର୍ଯ୍ୟରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯିବା ସହ ନୂତନ ସଭ୍ୟ ଗ୍ରହଣ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀଆନ ପ୍ରସନ୍ନ କୁମାର ବସନ୍ତିଆ, ରୋଟାରୀଆନ ଆରିଫ ଖାଁ, ରୋଟାରୀଆନ ପ୍ରବୀର ପୃଷ୍ଟି ପ୍ରମୁଖ ଆଗେଇ ନେଇଥିବା ବେଳେ ରୋଟାରୀଆନ ମଦନ ମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ,ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ରୋଟାରୀଆନ ବହୁ ସମାଜସେବୀ, ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ଯୋଗ ଦେଇଥିଲେ ।

No Result
View All Result