No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :-କଟକ ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଙ୍କୀ ଅବକାରୀ ଅଧିକାରୀ ତେଲେସ୍ଫର ଲାକ୍ରା ଙ୍କ ନେତୃତ୍ୱରେ ଅବକାରୀ ଟିମ ବାଙ୍କୀର ବିଭିନ୍ନ ସ୍ଥାନ ଚଢ଼ାଉ କରାଯାଇଥିଲା । ଅବକାରୀ ଟିମ ଚଢ଼ାଉ ସମୟରେ ବିଶେଷ ସୂତ୍ର ରୁ ଖବର ପାଇ ହଇରାଜପୁର ତାରିଣୀ ଛକ ନିକଟରୁ ୧୨ଲିଟର ଦେଶୀ ଚୋରା ମଦ ଜବତ ହୋଇଛି ।ଉକ୍ତ ୧୨ ଲିଟର ମଦ ଅବକାରୀ ବିଭାଗ ଜବତ କରାଯାଇଥିବା ବ୍ୟକ୍ତି ଙ୍କ ନାମ ଋଷି ଗୋଛାୟତ (୪୮)ସେ ହଇରାଜ ପୁର ର ବୋଲିଜଣାପଡିଛି।ସେହିପରି ଅବକାରୀ ବିଭାଗ ଜାତମୁଣ୍ଡିଆ ଗୋଲେଇ ଛକ ନିକଟରୁ ହୋଣ୍ଡା ଆକ୍ଟିଭା ୫ଜି ଓଡି-୦୫-ଏଇଉ-୦୩୬୦ଗାଡ଼ିରୁ ୬୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଥିଲା।
ଉକ୍ତ ୬୦ଲିଟର ଚୋରା ଦେଶୀ ମଦ ଅବକାରୀ ବିଭାଗ ଜବତକରାଯାଇଥିବା ବ୍ୟକ୍ତି ଙ୍କ ନାମ ପାପୁନା ଭୋଇ (୨୬)ଗୋବିନ୍ଦପୁର ପଞ୍ଚାୟତ ହଳଦୀ ପଦା ଅଞ୍ଚଳର ବୋଲି ଜଣାପଡିଛି।ସେହିପରି ଆବକାରୀ ଦଳ ଘୋଡ଼ାବର ହନୁମାନ ମନ୍ଦିର ନିକଟରୁ ୪୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଥିଲା।ଅବକାରୀ ବିଭାଗ ଉକ୍ତ ୪୦ ଲିଟର ଚୋରାଦେଶୀ ମଦ ଜବତ କରିଥିବା ବ୍ୟକ୍ତି ଙ୍କ ନାମ ନାଲୁ ଭୋଇ (୨୧) ବ୍ରାହ୍ମଣିଆ ଅଞ୍ଚଳର । ଏହି ଚଢ଼ଉ ରେ ଅବକାରୀ ଏ.ଏସ୍ . ଆଇ ଦୀପକ ସାମଲ, କନେଷ୍ଟବଳ ସଂଜୟ ରାଉତ, ପୂର୍ଣ୍ଣଚନ୍ଦ୍ର ମାଝୀ, ବିଶ୍ୱନାଥ ସୁରେନ , ବିଶ୍ୱଜିତ ବେହେରା ପ୍ରମୁଖ ସାମିଲ ଥିଲେ । ଆବକାରୀ ବିଭାଗ ଦ୍ୱାରା ନାଲୁ, ପପୁନ, ଋଷି କୁ ଗିରଫ କରି କେସ ନମ୍ବର୮୩/୨୧ ,୮୪/୨୧ ,୮୫/୨୧ରେ ମାମଲା ରୁଜୁ କରି ବାଙ୍କୀ କୋର୍ଟକୁ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ।
No Result
View All Result