No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ବରପାଲି ହାଇସ୍କୁଲ ର ପୁରାତନ ଛାତ୍ର ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋହଳ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯାଇଥିଲା । ଚଳିତ ବର୍ଷ ବରପାଲି ହାଇସ୍କୁଲ ର ୭୫ ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଥିବା ବେଳେ ମାଟ୍ରିକ ବ୍ୟାଚ ର ୫୦ ତମ ବର୍ଷ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ୨୫ତମ ହେଉଥିବାରୁ ଏହି ଅବସରରେ ଏକ ସ୍ମରଣିକା ପ୍ରକାଶିତ କରିବା ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା ।
ସେହିପରି ଏଥିପାଇଁ ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା । ବୈଠକରେ ମହେନ୍ଦ୍ର କୁମାର ମେହେର, ଯୋଗେନ୍ଦ୍ର ମେହେର, ଗଂଗାଧର ମହାନନ୍ଦ ତଥା ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ ।

No Result
View All Result