No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ଅକ୍ଟୋବର ମଙ୍ଗଳବାର) ଭୁବନେଶ୍ଵର :- ବିଜେପି ନେତା ବିଭୂ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଏକ ଟିମ ଆଜି କ୍ୟାପିଟାଲ ହସପିଟାଲକୁ ଯାଇଥିଲେ । ହସପିଟାଲ ନିର୍ଦ୍ଦେଶକଙ୍କୁ ଭେଟି ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ବିଧାୟକ ବାହାନା କରି ହସପିଟାଲରେ ରହିଥିବା ନେଇ ଏକ ଦାବି ପତ୍ର ହସପିଟାଲ ନିର୍ଦ୍ଦେଶକଙ୍କୁ ଦେଇଛନ୍ତି । ବିଜେପିର ଏଭଳି ଦାବିକୁ ପରେ ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି, । ଦଳିତ ବିଜେପି ନେତାଙ୍କୁ ଆକ୍ରମଣ କରିବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ ହୋଇଛନ୍ତି ।
ଜେଲ ଯିବା ପୂର୍ବରୁ ସେ କୋର୍ଟରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଛି । ସେ ଏବେ କ୍ୟାପିଟାଲ ହସପିଟାଲରେ ଏକ କ୍ୟାବିନରେ ରହି ଚିକିତ୍ସିତ ହେଉଛନ୍ତି । ହେଲେ ଜେଲ ନଯିବାକୁ ବାହାନା କରି ବିଧାୟକ ହସପିଟାଲରେ ରହିଥିବା ବିଜେପି ଅଭିଯୋଗ କରିଛି । ବିଜେପିର ଏଭଳି ଦାବିକୁ ପରେ ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଅପରପକ୍ଷରେ ହସପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲଡି ସାହୁ କହିଛନ୍ତି, ବିଧାୟକଙ୍କ ନିଶ୍ୱାସ ନେବାରେ ସମସ୍ୟା ହେଉଛି । ତାଙ୍କର ଡାଏବେଟିସ ଓ ବ୍ଲଡପ୍ରେସର ମଧ୍ୟ ରହିଛି । ସେହପରି ଇକୋରେ କିଛି ସମସ୍ୟା ଥିବା ଦେଖାଯାଉଛି । କାଲି କିମ୍ବା ପରଦିନ ଆଞ୍ଜିଓଗ୍ରାମ କରାଯିବା ପରେ ଅଧିକ ସ୍ପଷ୍ଟ ହୋଇପାରିବ । ଏହାପରେ ଅପରେସନ୍ କିମ୍ବା ଷ୍ଟେଂଟ ଲଗାଯିବା ନେଇ ନିଷ୍ପତ୍ତି ହେବ । ମେଡିସିନ୍ ଓ କାର୍ଡିଓଲୋଜି ବିଭାଗର ଏକ ଡାକ୍ତରୀ ଟିମ ବିଧାୟକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ନିର୍ଦ୍ଦେଶକ କହିଛନ୍ତି ।
No Result
View All Result