No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) କୋରାଇ :- କୋରାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ଓ ବଜରଙ୍ଗ ଦଳ ପକ୍ଷରୁ ଦୁର୍ଗା ପୂଜା ଅବସରରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ କୋରାଇ ସ୍ଥିତ ଗୋପୀନଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳର ମାର୍ଗଦର୍ଶକ ତଥା କୋରାଇ ସଂଯୋଜକ ଭୂପତି ଭୂଷଣ ଦାଶଙ୍କ ସଭାପତିତ୍ୱରେ ପୂଜନ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ବିଶ୍ୱହିନ୍ଦୁ ପରିଷଦର ଜିଲା କାର୍ଯ୍ୟକରୀ ସଭାପତି ଅକ୍ଷୟକୁମାର ବଳ, ସମ୍ମାନିତ ଅତିଥିଭାବେ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଲେଙ୍କା,

ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦର ସଂପାଦକ ହୃଷିକେଶ ମହାନ୍ତି ପ୍ରମୁଖ ଯୋଗଦେଇ ହିନ୍ଦୁ ଧର୍ମର ଆରାଧ୍ୟ ଦେବୀ ମା’ ଦୁର୍ଗା ପପୀ, ଦୁରାଚାରୀଙ୍କୁ ଧରାପୃଷ୍ଠରୁ ବିନାଶ କରି ସାଧୁ ସନ୍ଥମାନଙ୍କୁ ସଂସ୍ଥାପନା କରିବାରେ ସହାୟକ ହୋଇଥିଲେ ବୋଲି ମତବ୍ୟକ୍ତ କରିଥିଲେ । ବଜରଙ୍ଗ ଦଳର ସହ – ସଂଯୋଜକ ବଙ୍ଗନ ଖିଲାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ବଜରଙ୍ଗ ଦଳର ସୁରକ୍ଷା ପ୍ରମୁଖ ସୁବାସ ମହାରଣା ଶସ୍ତ୍ରପୂଜନ ସଂପର୍କରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମକୁ ପରିଚାଳନାରେ ଆଖଡା ପ୍ରମୁଖ ଅନିଲ କୁମାର ଦାଶ, ସୂଚନା ପ୍ରମୁଖ ପ୍ରକାଶ ସାହୁଙ୍କ ସମେତ ଅଜୟ ମଲିକ, ରାଜାରାମ ଖିଲାର, ଅକ୍ଷୟ ମଲିକ, ବଳରାମ ଖିଲାର, ରବୀନ୍ଦ୍ର ମଲିକ, ଅମର ମଲିକ, ଅନନ୍ତ ସାହୁ, ଅନୁକୂଳ ମଲିକ, ରବୀନ୍ଦ୍ର ମହାରଣା, କାର୍ତିକ ମଲିକ, ଶଙ୍କର୍ଷଣ ଓଝା, ବିପିନି ସାମଲ, ଗଦାଧର ବେହେରା, ଜଗବନ୍ଧୁ ମହାକୁଡ, ସଂଗ୍ରାମ କେଶରୀ ଜେନା, ଆଲୋକ ଓଝା, ଆଶୁତୋଶ କର, ବାଇଧର ଜେନା, ପଦ୍ମନାଭ ଶତପଥୀ, ଶଶୀଭୂଷଣ ଖଟୁଆ, ପ୍ରଭାତ ଧୀର ପ୍ରମୁଖ ଶତାଧିକ କର୍ମୀ ଓ କର୍ମକର୍ତା ସାମିଲ ହୋଇଥିଲେ । ଶେଷର ପ୍ରଦୀପ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ

No Result
View All Result