No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ଅକ୍ଟୋବର , ରବିବାର ) ବଡଚଣା :- ପାରିବାରିକ କଳହର କରୁଣ ପରିଣତି। ଶାଶୁ ବୋହୁ କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଟି ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ହରିଚନ୍ଦନ ପୁର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ଭରତ ଦାଶ୍ ଙ୍କ ପତ୍ନୀ ଶାନ୍ତି ଲତା ଦାଶ୍ ଙ୍କୁ ତାଙ୍କ ଶାଶୁ ମଧ୍ୟରେ ଗତ କାଲି ପାରିବାରିକ ଆଶାନ୍ତି ତୀବ୍ର ରୂପ ନେଇ ଥିଲା,ଫଳରେ ଶାଶୁ ସଞ୍ଜୁ ଉତ୍କ୍ଷିପ୍ତ ହୋଇ ବୋହୁ କୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି, ଏହି ଘଟଣା ଘଟିଥିବା ବେଳେ ସ୍ୱାମୀ ଭରତଦାଶ୍ ଙ୍କ ଭୂମିକା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ..??? ।

ଅପର ପକ୍ଷରେ ମୃତ ଶାନ୍ତି ଲତା ଙ୍କ ବାପ ଘର ଧର୍ମଶାଳା ବ୍ଲକ ଶ୍ରୀ ରାମ ପୁର ଗ୍ରାମର ପିତାମ୍ବର ପରିଡା ଙ୍କ ଝିଅ ହୋଇଥିଲା ବେଳେ ବିଗତ ୧୦ବର୍ଷ ପୂର୍ବେ ହରିଚନ୍ଦନ ପୁର ଗ୍ରାମର ଭାରତ ଦାଶ୍ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ, ତେବେ ପାରିବାରିକ କଳହର କାରଣ କଣ ଯାହା କି ଜୀବନ ନେବାକୁ ବି ପଛାଇ ନାହାନ୍ତି ଶାଶୁ ସଞ୍ଜୁ । ପରିବାର ପକ୍ଷରୁ ବଡଚଣା ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

No Result
View All Result