No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶନିବାର ) ବୈପାରିଗୁଡା :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ବୈପାରିଗୁଡା ବିଜେଡି ଯୁବଗୋଷ୍ଠୀ ପକ୍ଷରୁ ପାଳନ କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କ ଫଳ ବଣ୍ଟନ କରିଥିବାର ଦେଖିବାକୁ ମିଳିଛି ! ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୬ ତାରିଖରେ ୭୫ ବର୍ଷରେ ପଦାର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଦୀର୍ଘାୟୁ କାମନା କରି ବୈପାରିଗୁଡା ବ୍ଲକ ବିଜେଡି ଯୁବ ଗୋଷ୍ଠୀଙ୍କ ପକ୍ଷରୁ ପାଳନ ନ କରିଥିଲେ ମଧ୍ୟ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ନିରୋଗ ଜୀବନ କାମନା କରିଛନ୍ତି ବିଜେଡି ଯୁବ ସଂଗଠନ !

ଜିଲ୍ଲା ଯୁବ ଉପସଭାପତି ବିଶ୍ବଜୀତ ନାୟକଙ୍କ ନେତୁତ୍ବରେ ଯୁବଗୋଷ୍ଠୀର ଅଶୋକ ଦାସ, ପ୍ରଦୀପ ଗୈଡ,ଜି.ନରେନ୍ଦ୍ର ରାଓ, ସନ୍ତୋଷ ସହୁ ,ବୁଲା ସାହୁ,ସଦାନନ୍ଦ ମଲ୍ଲିକଙ୍କ ସହ ବହୁ ଯୁବସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ !


No Result
View All Result