No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର ସୋମବାର) ଟାଙ୍ଗି :- ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଦଲାଲଗିରି , ଗତ କାଲି ଚାନ୍ଦପୁର ପୋଲିସ ଏଭଳି ଏକ ଦଲାଲ କୁ ଗିରଫ କରିଛି । ତେବେ ଚିକିତ୍ସାଳୟରେ ଦୂରଦୂରାନ୍ତର ରୋଗୀଙ୍କୁ ସେବା ଦେବା ବାହାନା ରେ ରୋଗୀଙ୍କୁ ଶୋଷଣ କରି ଆସୁଥିଲେ ଦଲାଲ । ଯାହାର ସୁରାକ ପାଇ ପୋଲିସ ଦଲାଲଗିରି କରୁଥିବା ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି । ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟ କୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ଓ ସମସ୍ତ ସୁବିଧା ଯୋଗାଇଦେବା ବାହାନା ରେ ଚାନ୍ଦପୁର ଅଞ୍ଚଳର ସଞ୍ଜିତ ଆଚାର୍ଯ୍ୟ (ସିପା) ନାମକ ଏକ ବ୍ୟକ୍ତି ଅନୈତିକ ଅର୍ଥରାଶି ଆଦାୟ କରୁଥିଲା ବୋଲି ଆଇଆଇସି ରଶ୍ମିରଞ୍ଜନ ଦାଶ କହିଛନ୍ତି ।
ତେବେ ଗତକାଲି ଉକ୍ତ ଦଲାଲ ଜଣଙ୍କ ଚିକିତ୍ସାଳୟ ରେ କାର୍ଯ୍ୟରତ ଥିବା ଡା. ପ୍ରଭାତ ସାହୁଙ୍କୁ କିଛି ବେଆଇନ କାର୍ଯ୍ୟ କରିବା ପାଇଁ କହିଥିଲା । ସେଥିରେ ଡାକ୍ତର ରାଜି ନହେବାରୁ ତାଙ୍କୁ ଧମକ ମଧ୍ୟ ଦେଇଥିଲା । ଏହି ଘଟଣା ରେ ଉତକ୍ଷିପ୍ତ ହୋଇ ଡାକ୍ତର .ସାହୁ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଏବଂ ସେହି ଅଭିଯୋଗ କୁ ଆଧାର କରି ଥାନାରେ ୧୩୯/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ପରେ ଆଇପିସି ଧାରା ୩୪୧ / ୪୪୮/୨୯୪/୩୮୫/୩୫୩/୫୦୬ ଅନୁସାରେ ସଞ୍ଜିତ କୁ କୋର୍ଟ ଚାଲାଣ କରାଯାଇଛି ।
No Result
View All Result