No Result
View All Result
ଓଡ଼ିଶା ତାଜା ନ୍ୟୁଜ (୯ ଅକ୍ଟୋବର ଶନିବାର ) ନୟାଗଡ଼ :- ଓଡ଼ିଶାର ବରପୁତ୍ର ,ଜାତୀୟ ସ୍ୱାଧିନତା ସଂଗ୍ରାମର ଅନ୍ୟତମ ପୁରୋଧା ତଥା ସମର୍ପିତ ବ୍ୟକ୍ତିତ୍ୱ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 144 ତମ ଜନ୍ମ ଜୟନ୍ତୀ ନୟାଗଡ଼ ବ୍ଲକ ଶିକ୍ଷକ ସମାଜ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯାଇଥିଲା ।
ଶିକ୍ଷକସଂଘ ପକ୍ଷରୁ ଶେଖ ଅବଦୁଲ ଖାଲିକ,ଲକ୍ଷ୍ମୀଧର ସାହୁ,ସୁରେଶ ସେଠୀ,ପ୍ରଦୀପ କୁମାର ସାହୁ,ଅଶୋକ ମଲ୍ଲ,ରବିନ୍ଦ୍ର ବେହେରା ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ୱାଧିନତା ସଂଗ୍ରାମରେ ଗୋପବନ୍ଧୁଙ୍କ ଅବଦାନ ତଥା ଦୁଃଖିଗରୀବଙ୍କ ସେବାରେ ନିଜର ସମଗ୍ର ଜୀବନକାଳକୁ ଉତ୍ସର୍ଗ କରି ସେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଥିବା ଉପସ୍ଥିତ ଶିକ୍ଷକମାନେ ମତବ୍ୟକ୍ତ କରିଥିଲେ ( ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result