No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ଗତକାଲି ରାତି ପ୍ରାୟ 12 ଟା ସମୟରେ ଛତିଶଗଡରୁ ରାଜ୍ୟ ସୀମା ପାରି ହୋଇ କଲିକତାକୁ ଏକ କଣ୍ଟେନରରେ ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବରଗଡ଼ ବଜରଙ୍ଗ ଦଳ ର କର୍ମୀ ମାନଙ୍କ ଦ୍ଵାରା ଧରାପଡିଥଲା । ତେବେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚିବା ପୂର୍ବରୁ ସମସ୍ତ ଙ୍କୁ ଚକମା ଦେଇ କଣ୍ଟେନର ଡ୍ରାଇଭର ଫେରାର ହୋଇଯାଇଥିଲା । ସୂଚନା ମତେ ଗତକାଲି ରାତିରେ ଛତିଶଗଡ଼ରୁ କୋଲକାତା କୁ ସଂଯୋଗ କରୁଥିବା ୫୨ ନମ୍ବର ଜାତୀୟ ରାଜପଥ ଦେଇ ଏକ କଣ୍ଟେନରରେ ୫୦ରୁ ଅଧିକ ଗାଈମାନଙ୍କୁ ଚୋରାଚାଲାଣ କରୁଥିବା ଖବର ପାଇ ବଜରଙ୍ଗ ଦଳ ଜନୈକ କର୍ମୀ ସୋହେଲା ଠାରୁ ତା ପଛରେ ଗୋଡ଼େଇ ଥିଲା ।

ହେଲେ ସେ ତାକୁ ରୋକିବା ବିଫଳ ହୋଇଥିଲେ । ପରେ ବରଗଡ଼ ବଜରଙ୍ଗ ଦଳ ର କର୍ମୀ ମାନଙ୍କୁ ଏସଂପର୍କରେ ଜଣାଥିବା ପରେ ବିକାଶ ଅଟଳ ଛକଠାରେ ଉକ୍ତ କଣ୍ଟେନରକୁ କର୍ମୀମାନେ ରୋକିବା ରେ ସଫଳ ହୋଇଥିଲେ । ଏସଂକ୍ରାନ୍ତରେ ସେମାନେ ପୋଲିସ ର ରାତ୍ରୀ କାଳୀନ ପେଟ୍ରୋଲି° କୁ ଖବର ଦେବା ସମୟରେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

କଣ୍ଟେନର ନ:WB- 49 -0042 ନମ୍ବର ଥିବା ଗାଡି କୁ ବରଗଡ ପୋଲିସ ଜବତ କରିବା ସହ ଗାଈମାନଙ୍କୁ ସେଥି ମଧ୍ୟରୁ ଉଦ୍ଧାର କରାଯାଇଥିଲା । ସେଥିରେ ପାଖାପାଖି ୫୦ରୁ ଅଧିକ ଗୋରୁ ଥିବା ଅନୁମାନ କରାଯାଉଛି । ଆବଶ୍ୟକ ଠାରୁ ଅଧିକ ଗାଈ ସେଥିରେ ଥିବାରୁ ଅନେକ ଗୋରୁଙ୍କୁ ମୃତ୍ୟୁ ହୋଇଥିବା ବେଳେ ଅନେକ ମୁମୁର୍ଷୁ ଅବସ୍ଥା ରେ ରହିଥିବ ଦେଖିବାକୁ ମିଳିଛି । ବରଗଡ଼ ଟାଉନ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

No Result
View All Result