No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) କୋରାଇ :- କୋରାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦର ବଜରଙ୍ଗ ଦଳ ପକ୍ଷରୁ ତାହାରପୁର ପଂଚାୟତର ତେନ୍ତୁଲିଖୁଂଟା ଗ୍ରାମଠାରେ ଆଜି (ରବିବାର)ଏକ ନୂତନ ଶାଖା ଉଦ୍ଘାଟିତ ହୋଇଛି । ଏହି ଶାଖାକୁ ଯାଜପୁର ଜିଲା ବଜରଙ୍ଗ ଦଳର ମାର୍ଗଦର୍ଶକ ଅରବିନ୍ଦ ଦାସ ମୁଖ୍ୟଅତିଥିଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏକ ସଭା କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳର ସଂଯୋଜକ ଭୂପତିଭୁଷଣ ଦାଶଙ୍କ ସଭାପତିତ୍ୱରେ ହୋଇଥିଲା ବେଳେ ସମ୍ମାନୀତ ଅତିଥିଭାବେ ଯାଜପୁର ଜିଲା ସୁରକ୍ଷା ପ୍ରମୁଖ ବାଦଲ ନାୟକ, ବିଶ୍ୱହିନ୍ଧୁ ପରିଷଦର କାର୍ଯ୍ୟାକରୀ ସଭାପତି ଅକ୍ଷକୁମାର ବଳ, ଜିଲାସୂଚନା ପ୍ରମୁଖ ମୃତ୍ୟୁଞ୍ଜୟ ପଟ୍ଟନାୟକ, ଜିଲାସଂଯୋଜକ ସମୀର କୁମାର ନାୟକ, କୋରାଇ ବିଶ୍ୱହିନ୍ଦୁ ପରିଷଦର ସଂପାଦକ ହୃଷିକେଶ ମହାନ୍ତି, କୋରାଇ ସଂପର୍କ ପ୍ରମୁଖ ଦେବୀପ୍ରସାଦ ସାହୁ , ରସୁଲପୁର ପ୍ରଖଣ୍ଡ ସହସଂଯୋଜକ ଯଶୋବନ୍ତ ଦାଶ ପ୍ରମୁଖ ଯୋଗଦେଇ ଶାଖାର ଉଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ‘ସମାଜ’ର କୋରାଇ ପ୍ରତିନିଧି ସାମ୍ବାଦିକ ମଳୟ କୁମାର ମଲ୍ଲିକ ଓ ୱେବ ଚେନାଲର ସାମ୍ବାଦିକ ବିନୟକୁମାର ରାଉତଙ୍କୁ କରୋନା ଯାଦ୍ଧା ଭାବେ ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍ଘାଟିତ ଏହି ନୂତନ ଶାଖା ପରିଚାଳନା ଦାୟିତ୍ୱରେ ଆନନ୍ଦକୁମାର ମଲିକ, ବିଶ୍ୱଜିତ ବିଶ୍ୱରାଜ ମଲିକ, ଭାରତ ଭୁଷଣ ମଲିକ, ଚନ୍ଦ୍ରଶେଖର ମଲିକ, ବିକାଶ କୁମାର ମଲିକ, ସୁଶାନ୍ତକୁମାର ମଲିକ, ହେମନ୍ତ କୁମାର ମଲିକ, ସୁବାସ ମଲିକଙ୍କୁ ଦାୟିତ୍ୱ ପ୍ରଦାନ ପୂର୍ବକ ଅଧିକାରୀଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା ।

କାର୍ଯ୍ୟକ୍ରମ ପରିଚାଳନାରେ ରଞ୍ଜନ ଖିଲାର, ଅନିଲ ଦାଶ, ଅଜୟ ମଲ୍ଲିକ, ସୁନିଲ ଦାଶ, ରାଜାରାମ ଖିଲାର, ପ୍ରକାଶଚନ୍ଦ୍ର ସାହୁ, ବଳରାମ ଖିଲାର, ରବୀନ୍ଦ୍ର ମଲ୍ଲିକ, ଅମର ସାହୁ, ବିଶାଲ ସିଂହ, ସୁରେଶ ମହାନ୍ତି, ସୁଶାନ୍ତକୁମାର ସାହୁ, କାର୍ତିକ ମଲ୍ଲିକ, ଅମ୍ଳାନ ସାହୁ, ଅମର ମଲିକ ପ୍ରମୁଖ ଶତାଧିକ କର୍ମୀ ଓ କର୍ମକର୍ତା ସମୂହ ଉପସ୍ଥିତ ରହି ସହାୟତା କରିଥିଲେ । କୋରାଇ ପ୍ରଖଣ୍ଡର ସହସଂଯୋଜକ ବଙ୍ଗନ ଖିଲା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଖଣ୍ଡ ଗୋ-ରକ୍ଷା ପ୍ରମୁଖ ପ୍ରଦୀପ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।

No Result
View All Result