No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ବାଙ୍କୀ :-ବାଙ୍କୀ ଡମପଡା ଆଞ୍ଚଳିକ ମହାବିଦ୍ୟାଳୟ ପରିସର ରେ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପବିତ୍ର ୧୫୨ ତମ ଗାନ୍ଧୀ ଜୟନ୍ତୀ ଅବସରରେ ୩୦୦ ବୃକ୍ଷ କରାଗଲା ରୋପଣ କରାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇ ଅନେକ ବୃକ୍ଷ ରୋପଣ କରିଥିଲେ। ସାହା ଚାରି ଟେବୁଲ ଟ୍ରଷ୍ଟ ର ମ୍ୟାନିଜିଙ୍ଗ ଡ଼ାଇରେକ୍ଟର ଜୀବନ ବାବା ଙ୍କ ପ୍ରତ୍ୟକ ତତ୍ତ୍ୱବୋଧନ ରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଗାମୀ ଦିନରେ ଏହି ମହାବିଦ୍ୟାଳୟ ପରିସରରେ ୧ ହଜାର ବୃକ୍ଷ ରୋପଣ କରାଯିବା ର ଲକ୍ଷ ରଖାଯାଇଛି ବୋଲି

ଟ୍ରଷ୍ଟି ଜୀବନ ବାବା ପ୍ରକାଶ କରିଛନ୍ତି।ଏହି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଉପସ୍ଥିତ ରହିଥିବା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ ବୃକ୍ଷ ହିଁ ଜୀବନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା। ପ୍ରତିଟି ଛାତ୍ରଛତ୍ରୀ ନିଜନିଜ ବାଡି ବଗିଚାରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ଜୀବନ ବାବା ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କଲେ ସଠିକ ଭାବେ ବର୍ଷା ହେବା ସହିତ ପରିବେଶ ସନ୍ତୁଳନ ବଜାୟ ରହିବ ଆଉ ପଶୁ ପକ୍ଷୀ ମାନେ ଆଉ ଖାଦ୍ୟ ନପାଇ ଅନାହାର ରେ ମୁର୍ତ୍ତୃ ବରଣ
କରିବେ ନାହିଁ । ଆଜିର ଏହି କାର୍ଯ୍ୟକ୍ରମ ଅନ୍ୟତମ ସଂମ୍ମାନିତ ଅତିଥି ରହିଥିଲେ ଭୁବନେଶ୍ୱର ସେଭନ ବାଟାଲିୟନ ଡ଼ି ସି. ପି ବିଜୟ କୁମାର ସାହୁ, ସମାଜସେବୀ କେଶବ ଚନ୍ଦ୍ର ବେହେରା, ଆଇନଜୀବୀ ଗୌରୀ ଶଙ୍କର ନନ୍ଦ,ଭବାନୀ ପ୍ରସାଦ ଧଳ ମହାବିଦ୍ୟାଳୟ ଅଧକ୍ଷ ଚିତ୍ତ ରଂଜନ ରଣା, ଡମପଡ଼ା ବନସଂରକ୍ଷଣବିଭାଗର ରେଞ୍ଜର ଅଶୋକ ଦାସ, ଯୁବ ସମାଜ ସେବୀ ପିଣ୍ଟୁ ପରିଡା, ପ୍ରଭୁ ପଢିଆରୀ, ଶିବପ୍ରସାଦ ସାହୁ ଙ୍କ ସମିତ ବହୁ ବ୍ୟକ୍ତି ଓ ଛାତ୍ର ଛାତ୍ରୀ ବୃକ୍ଷ ରୋପଣ କାର୍ୟ୍ଯରେ ସହଯୋଗ କରିଥିଲେ।
No Result
View All Result