No Result
View All Result
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ବିଜେପିକୁ ଶକ୍ତଧକ୍କା
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନଗର ବିଜେପି ସଭାପତି ଜମିଦାର ପଟ୍ଟନାୟକ ବିଜେଡିରେ ଯୋଗ ଦେଇଥିବାର ଜଣାପଡିଛି ଏଥିସହ ବହୁ ବିଜେପି କର୍ମୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଏକ ସ୍ୱତନ୍ତ୍ର ସମାବେଶରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା, ଡ. ତିରୁପତି ପାଣିଗ୍ରାହୀ ପ୍ରମୁଖଙ୍କ ଉପସ୍ଥିତିରେ ପଟ୍ଟନାୟକ ଏବଂ ତାଙ୍କ ସମର୍ଥକ ମାନେ ବିଜେଡିରେ ଯୋଗ ଦେଇଥିଲେ ।
ପଟ୍ଟନାୟକଙ୍କ ବିଜେଡିରେ ଯୋଗଦାନ ପରେ ଦଳୀୟ ସଂଗଠନ ଅଧିକ ମଜବୁତ ହେବ ବୋଲି ସାଂସଦ ସାହୁ କହିଛନ୍ତି ଶ୍ରୀ ପଟ୍ଟନାୟକ ବିଧାୟକ ଶ୍ରୀ କେ.ନାରାୟଣ ରାଓ ଙ୍କଜଣେ ଦୃଢସମର୍ଥକବହୁ ବର୍ଷ ଧରି ପୂର୍ବରୁ ବିଜେଡି ଦଳରେ ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରୁଥିଲେ । ସେ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଭାଜପାରେ ଯୋଗଦେଇଥିଲେ ।
ବିଜେଡିକୁ ପୁଣି ଫେରିବା ପରେ ପଟ୍ଟନାୟକ କହିଛନ୍ତି ଯେ, ଦଳ ପରିବର୍ତ୍ତନ କରିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ସଦାସର୍ବଦା ଅନୁପ୍ରାଣିତ ହୋଇ ଆସୁଥିଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନୟନ ମୁଳକ କାର୍ଯ୍ୟକ୍ରମରେ ମୁଁ ନିଜକୁ ସାମିଲ କରି ଲୋକଙ୍କ ସେବା ପାଇଁ ମୋର ପୁରୁଣା ଘରକୁ ଫେରି ଆସିଛି ବୋଲି କହିଛନ୍ତି । ଶ୍ରୀ ପଟ୍ଟନାୟକ ବିଜେଡ଼ି ଦଳକୁ ଫେରିବା ନେଇଏଠାରେ “ବୋସ ଇଜ୍ ବେକ୍”ବୋଲି ଆଲୋଚନା ଚାଲିଛି l
No Result
View All Result