No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ସେପ୍ଟେମ୍ୱର ଗୁରୁବାର ) ବାଙ୍କୀ :- ଓଡିଶା ର ସାମାଜିକ, ପରିବେଶ ଓ ସାଂସ୍କୃତିକ ଅନୁଷ୍ଠାନ ‘ଅସ୍ତିତ୍ୱ’ ପକ୍ଷରୁ ଆଜି ଆଭାସି ମାଧ୍ୟମରେ ଶୁକ୍ରବାର ଠାରୁ ମୁଣ୍ଡଳୀ ମହାନଦୀ ପାଣି ରେ ହାତୀ ଟି ଜୀବନ କୁ ବଞ୍ଚେଇବା ପାଇଁ ସଂଗ୍ରାମ କରି ରବିବାର କଟକ ଯୋବ୍ରା ଠାରେ ମୃତର ମୃତ ଦେହ ଲାଗିବା ଅତ୍ୟନ୍ତ ଦୁଃଖ ଦାୟକ । ହାତୀ ର ମୃତ୍ୟୁ ହୋଇଥିବାରୁ ଅସ୍ତିତ୍ୱ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଅନୁଷ୍ଠାନ ର ସମ୍ପାଦକ ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର ଆଭାସି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ବୈଠକ କୁ ଉଦଘାଟନ କରିଥିଲେ । ବୈଠକରେ ଶ୍ରୀ ମିଶ୍ର କହିଲେ “ହାତୀ ପାଇଁ ପଦଟିଏ”। ଗତ ଶୁକ୍ରବାର ଆଠଗଡ ସୁକାଶନ ଜଙ୍ଗଳରୁ ଚନ୍ଦକା ଆସୁଥିବା ହାତୀ ପଲହ ମଧ୍ୟରୁ ଏକ ଛୁଆ ହାତୀ ମହାନଦୀ ରେ ଫସି ଯାଇଥିଲା ହାତୀ ଉଦ୍ଧାର କରିବା ପରିବର୍ତ୍ତେ ଲୋକେ ମୁଣ୍ଡଳୀ ସେତୁ ଉପରୁ ହାତୀ ର ଜୀବନ ବଞ୍ଚେଇବା ସଂଗ୍ରାମ କୁ ଲୋକେ ଉପଭୋଗ କରି ଭିଡ଼ ଜମେଇଥିଲେ ।
କିଛି ସମୟ ପରେ ଓଡ୍ରାଫ ଟିମ ସାମ୍ବାଦିକ ଙ୍କୁ ନେଇ ହାତୀ କୁ ଘଉଡେ଼ଇବା କାର୍ଯ୍ୟ କରି ସେମାନେ ଦୁର୍ଘଟଣା ର ସମୁଖୀନ ହୋଇଥିଲେ ୨ଜଣଙ୍କ ମୂଲ୍ୟବାନ ଜୀବନ ଚାଲି ଗଲା ।ହାତୀ କୁ କୂଳକୁ ଆଣିବାକୁ ବନ ବିଭାଗ କି ପ୍ରଶାସନ କୌଣସି ଆଗ୍ରହ ଦେଖା ଯାଉଥିବା ପରିଲକ୍ଷିତ ହେଉ ନଥିଲା । ବସ୍ତବିକ ମହାନଦୀ ର ଉକ୍ତ ରାସ୍ତା ହାତୀ ମାନଙ୍କ ଚଲାବାଟ ଏହି ହାତୀ ଟି ହାତୀ ପଲହ ରୁ ଅଲଗା ହୋଇ ନଦୀ ରେ ଫସି ରହିଥିଲା । ବହୁ ଲୋକ ଙ୍କ ଉପସ୍ଥିତି କୋଳାହଳ ରେ ହାତୀ ଭୟଭିତ ହୋଇ ମହାନଦୀ ରୁ ବାହାରକୁ ବହାରିନଥିଲା ।ଭୟ ଆତଙ୍କ ରେ ମହାନଦୀ ର ଶ୍ରେତ ପାଣିରେ ଜୀବନ ସହ ସଂଗ୍ରାମ କରି ରବିବାର କଟକ ଯୋବ୍ରା ଠାରେ ହାତୀ ର ମୃତ ଦେହ ଲାଗିଲା । ମୁଣ୍ଡଳୀ ସେତୁ ରେ ବନ ବିଭାଗ ଓ ଅନ୍ୟାନ୍ୟ ବିଭାଗ ର କର୍ମକର୍ତ୍ତା ଉପସ୍ଥିତ ଥିଲେ ମାତ୍ର ସବୁ ଥାଇ ହାତୀ କୁ ଉଦ୍ଧାର କରିନଥିଲେ କି ହାତୀ ଭୟ କରୁଥିବା ଜନସାଧାରଣ ଙ୍କୁ ପୋଲ ରୁ ଖାଲି କରିନଥିଲେ ।
ଘଟଣା ସ୍ଥଳରେ ବନ ବିଭାଗ ର ଉଚ୍ଚ ଅଫିସର ଥିଲେ ସେମାନେ ପ୍ରଶାସନ କୁ ଅନୁରୋଧ କରି ସେତୁ ଉପରେ ୧୪୪ଧାରା ଲାଗୁ କରି ଲୋକଙ୍କୁ ସେତୁ ରୁ ଖାଲି କରି ହାତୀ କୁ ଘଉଡେଇ ଥିଲେ ହାତୀ ସଙ୍ଘର୍ଷ କରି କୂଳକୁ ଆସି ପାରିଥାନ୍ତା । ଜନ ଗହଳି ଯୋଗୁଁ ସେ ବାହାରକୁ ବାହାରି ପାରିନଥିଲା । ବନ ବିଭାଗ କି ପ୍ରଶାସନ ହେଲିକ୍ୟାପ୍ଟର ମାଧ୍ୟମରେ ହାତୀ ଟିକୁ ଉଦ୍ଧାର କରି ପାରିରିଥାନ୍ତେ । ନିକଟରେ ଚାରିବାଟିଆ ପତିରକ୍ଷା ବିଭାଗ ଅଛି ଯଦି ସରକାର ଅନୁରୋଧ କରିଥାନ୍ତେ ତେବେ ସ୍ୱତନ୍ତ୍ର ପତିରକ୍ଷା ହେଲିକପ୍ଟର ରେ ସେନା ଉକ୍ତ ହାତୀ କୁ ଉଦ୍ଧାର କରି ପରିଥାନ୍ତା । ପ୍ରଶାସନ ଓ ବନ ବିଭାଗ ଦେଖେଣା ହାରୀ ହୋଇ ବସି ରହିଲେ । ରାଜ୍ୟ ସରକାର ହାତୀ ର ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନନେବା ବସ୍ତବିକି ନିନ୍ଦନୀୟ ଓ ଦୁଃଖଦ ଘଟଣା ଯାହା ଫଳରେ ନିରୀହ ହାତୀ ଟି ନିଜ ପ୍ରାଣ ହରେଇଲା । ଆଠଗଡ଼ ସୁକାଶନ ଓ ମେଘା ଜଙ୍ଗଲ ରୁ ବହୁ ହାତୀ ମହାନଦୀ ଦେଇ ବାଙ୍କୀ ଦେଇ ଚନ୍ଦକା ଅଭୟାରଣ୍ୟ କୁ ଆସନ୍ତି।ହାତୀ ଚଲାପଥ ର ଉନ୍ନତି କରଣ ଓ କରିଡର ଅଭାବ ରୁ ବହୁ ହାତୀ ପ୍ରତ୍ୟେକ ବର୍ଷ ହଇରାଣ ର ସମ୍ମୁଖନ ହେଉଛନ୍ତି।ସରକାର ହାତୀ ସୁରକ୍ଷା ପାଇଁ ଯନ୍ତବାନ ହେବାକୁ ଶ୍ରୀ ମିଶ୍ର ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି ।
ଏହି ବୈଠକରେ ସମାଜସେବୀ ନଳୀନ ରାୟ ଯୋଗଦେଇ କହିଲେ ସରକାର ପିପିଲି ନିର୍ବାଚନ ପାଇଁ ହାତୀ ଟିକୁ ବଳୀ ଦେଇଦେଲେ । ପିପିଲି ନିର୍ବାଚନ ପ୍ରଚାର ରେ ମସଗୁଲ ରାଜ୍ୟ ସରକାର ମୁଣ୍ଡଳୀ ରୁ ହାତୀ କୁ ଉଦ୍ଧାର ପାଇଁ କୌଣସି ଉଦ୍ୟମ ନକରିବା ବସ୍ତବିକି ଏ ଘଟଣା ନିନ୍ଦନୀୟ । ସେଠାରେ ଉପସ୍ଥିତ ଥିବା ବନ ବିଭାଗ କର୍ମକର୍ତ୍ତା ପ୍ରଶାସନ କଣ କରୁଥିଲେ ଆଧୁନିକ ଜ୍ଞାନ କୌଶଳ ରେ ହାତୀ କୁ ଉଦ୍ଧାର କରାଯାଇ ପାରିଥାନ୍ତା । କାହାର ଆନ୍ତରିକ ଆଗ୍ରହ ନଥିଲା କେବଳ ଗଣମାଧ୍ୟମ ସେଠାରେ ଉପସ୍ଥିତ ଥିଲା ତେଣୁ ଉପସ୍ଥାପନ ପକେଇବା ପାଇଁ ବନ ବିଭାଗ ଓ ପ୍ରଶାସନ ସେଠାରେ କେବଳ ଦେଖେଣା ହାରୀ ହୋଇ ଠିଆ ହୋଇଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ବନ୍ୟ ଜନ୍ତୁ ଙ୍କୁ ସୁରକ୍ଷା କରିବା କର୍ମକର୍ତ୍ତା ଯଦି ନିରବ ରହିବେ ତେବେ ପ୍ରାଣୀ ଙ୍କ ପ୍ରାଣ ସଙ୍କଟ ରେ ।ସରକାର ଏଥିପ୍ରତି ଚିନ୍ତା କରନ୍ତୁ ବୋଲି ଶ୍ରୀ ରାୟ ପ୍ରକାଶ କରିଥିଲେ । ଏହି ବୈଠକରେ ସମାଜସେବୀ ବନ୍ଦନା ଦାସ,ସୁଶାନ୍ତ ଖଟୁଆ ଙ୍କ ସମିତ ୧୨ରୁ ଉର୍ଦ୍ଧ୍ବ ପାରିବେଶ ପ୍ରେମୀ ଯୋଗ ଦେଇଥିଲେ । ଦେବୀ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସମସ୍ତେ ମୃତ ହାତୀ ପାଇଁ ନିରବ ପାର୍ଥନା କରିଥିଲେ ।
No Result
View All Result