No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ଆମାଜନ ପକ୍ଷରୁ ଭାରତରେ ଏହାର ବିଶ୍ୱସ୍ତରୀୟ କମ୍ପ୍ୟୁଟର ସାଇନ୍ସ (ସିଏସ) ଶିକ୍ଷା କାର୍ଯ୍ୟକ୍ରମ ଆମାଜନ ଫ୍ୟୁଚର ଇଞ୍ଜିନିୟରର ଶୁଭାରମ୍ଭର ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କମମାତ୍ରାରେ ପ୍ରଦର୍ଶିତ ହେଉଥିବା ଏବଂ ନିମ୍ନ ସେବା ପାଉଥିବା ସମ୍ପ୍ରଦାୟର ବିଦ୍ୟର୍ଥୀମାନଙ୍କୁ ଶ୍ରେଷ୍ଠ ସିଏସ ଶିକ୍ଷା ଏବଂ କ୍ୟାରିୟର ସୁଯୋଗ ପ୍ରଦାନ କରାଯିବ ା ଏହାର ପ୍ରଥମ ଶୁଭାରମ୍ଭ ବର୍ଷରେ ଏହି ଅଭିଯାନ ମାଧ୍ୟମରେ ୭ଟି ରାଜ୍ୟର ୯୦୦ ସରକାରୀ ଏବଂ ସରକାରୀ ସ୍ୱିକୃତୀପ୍ରାପ୍ତ ବିଦ୍ୟାଳୟର ୧ଲକ୍ଷରୁ ଅଧକ ବିଦ୍ୟାର୍ଥୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବ ।
ଆମାଜନ ଫ୍ୟୁଚର ଇଞ୍ଜିନିୟର, ଏକ ଆକର୍ଷଣୀୟ ଚାଇଲଡ୍ଡହୁଡ-ଟୁ-କ୍ୟାରିୟର ସମ୍ପ୍ରଦାୟିକ କାର୍ଯ୍ୟକ୍ରମ, ଯାହା ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବ୍ୟକ୍ତିଗତଭାବେ, ଅନଲାଇନ ଏବଂ ମିଶ୍ରଣ ଶିକ୍ଷା ପଦ୍ଧତି ମାଧ୍ୟମରେ ପ୍ରାଥମିକ ଶିକ୍ଷା ମଧ୍ୟରେ ଅନ୍ତରକୁ ଦୂର କରିବାର ଉଦ୍ଦେଶ୍ୟ ରଖିଛି । ଆମାଜନ କମ୍ପ୍ୟୁଟର ସାଇନ୍ସ ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଏକ ବିଶ୍ୱସ୍ତରୀୟ ଅଣଲାଭକାରୀ ସଙ୍ଗଠନ ତଥା ଏହାର ବିଶ୍ୱସ୍ତରୀୟ ନଲେଜ ପାର୍ଟନର କୋଡ.ଓଆରଜି ସହିତ କାର୍ଯ୍ୟ କରି ଭାରତୀୟ ବିଦ୍ୟାର୍ଥୀମାନଙ୍କୁ ଉଚ୍ଚମାନର ଏବଂ ମୋବାଇଲ ମାଧ୍ୟମୀୟ ସିଏସ ବିଷୟବସ୍ତୁ ଆଦାନପ୍ରଦାନ କରିବାରେ ସାହାଯ୍ୟ କରୁଛି । ସ୍ଥାନୀୟ ପାର୍ଥକ୍ୟକୁ ନଜରରେ ରଖି ଏହି ବିଷୟବସ୍ତୁ ଭାରତୀୟ ଶିକ୍ଷକ ଏବଂ ବିଦ୍ୟାର୍ଥୀ ସମ୍ପ୍ରଦାୟ ପାଇଁ ସରକାରୀ ବିଦ୍ୟାଳୟ ସେଟିଙ୍ଗ ପୃଷ୍ଟିଭୂମି ପରି ସ୍ଥାପନ କରାଯାଇଛି ।
ଏବଂ ଏହା ମଧ୍ୟ ବିଦ୍ୟାର୍ଥୀମାନଙ୍କୁ କୋଡିଙ୍ଗ ପ୍ରାଥମିକ ଶିକ୍ଷା ସହିତ ଭବିଷ୍ୟତ କେନ୍ଦ୍ରିୟ ପ୍ରଯୁକ୍ତି ଶିକ୍ଷା ଯେପରିକି ଆର୍ଟିଫିସିଆଲ ଇଂଟେଲିଜେନ୍ସ, ମେସିନ ଲର୍ଣ୍ଣିଙ୍ଗ ଏବଂ ନାଚ୍ୟୁରାଲ ଲାଙ୍ଗୁଏଜ ପ୍ରୋସେସ (ଭଏସ ଟେକ୍ନୋଲୋଜି) ପ୍ରଦାନ କରିବ । ଆମାଜନ ମଧ୍ୟ ବିଭିନ୍ନ ଶିକ୍ଷା-କେନ୍ଦ୍ରିତ ଅଣ-ସୁବିଧା ପ୍ରାପ୍ତ ଅନୁଷ୍ଠାନ ସହିତ ସହଭାଗୀ ହୋଇଛି ଯାହାକି ବିଭିନ୍ନ ରାଜ୍ୟ ତଥା କର୍ଣ୍ଣାଟକ, ଦିଲ୍ଲୀ, ମହାରାଷ୍ଟ୍ର, ତାମିଲ ନାଡୁ, ଓଡିଶା ଏବଂ ତେଲେଙ୍ଗାନା ପରି ରାଜ୍ୟରେ ସରକାରୀ ସ୍କୁଲରେ ଶ୍ରେଷ୍ଠ ସିଏସ ଶିକ୍ଷା ପ୍ରଦାନ କରିବ । ଏହି ଅଭିଯାନ ପ୍ରାଥମିକ ଭାବେ ୬ରୁ ୧୨ଗ୍ରେଡର ବିଦ୍ୟାର୍ଥୀମାନଙ୍କ ଉଦ୍ଦେଶ୍ୟରେ କରାଯାଇଛି ଏବଂ ଏହା ମଧ୍ୟ ଶିକ୍ଷକ ଏବଂ ଶିକ୍ଷାବିତମାନଙ୍କୁ ସହଜରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବ ।
ବିଷୟବସ୍ତୁ ଏବଂ ପାଠ୍ୟକ୍ରମ ବ୍ୟତୀତ ଆମାଜନ ଫ୍ୟୁଚର ଇଞ୍ଜିନିୟର ବିଦ୍ୟାର୍ଥୀମାନଙ୍କୁ କମ୍ପ୍ୟୁଟର ସାଇନ୍ସ ଜଗତକୁ ଜାଣିବା ଏବଂ ଶିଖିବା ପାଇଁ ଏବଂ ବିଭିନ୍ନ ଅନୁଭୂତି ସହିତ ବାସ୍ତବ ଜୀବନରେ ଏହାର ପ୍ରୟୋଗ କରିବାରେ ସାହାଯ୍ୟ କରିବ । ଏହି ସମ୍ବନ୍ଧରେ ଆମାଜନ ଇଣ୍ଡିଆର ଗ୍ଲୋବାଲ ବରିଷ୍ଠ ଉପ ସଭାପତି ଏବଂ ଦେଶ ମୁଖ୍ୟ ଅମିତ ଅଗ୍ରୱାଲ କହିଛନ୍ତି ଯେ, “ଭାରତରେ ନିମ୍ନ ସେବା ପ୍ରାପ୍ତ ସମ୍ପ୍ରଦାୟର ବିଦ୍ୟାର୍ଥୀମାନେ ସଠିକ ଶିକ୍ଷା ପ୍ରାପ୍ତ କରିବାରେ ଅସୁବିଧାର ସମ୍ମୁଖିନ ହୁଅନ୍ତି ସ୍ୱତନ୍ତ୍ରଭାବେ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ । ଭାରତକୁ ଆମାଜନ ଫ୍ୟୁଚର ଇଞ୍ଜିନିୟର ଅଭିଯାନ ଆଣିଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ । ଆମ୍ଭେମାନେ ବିଶ୍ୱାସ କରୁଛୁ କି ସେମାନଙ୍କର ଯେକୌଣସି ବ୍ୟାକଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଯୁବ ପିଢି ଅଂଶଗ୍ରହଣ କରିପାରିବେ ଏବଂ ଶ୍ରେଷ୍ଠ କମ୍ପ୍ୟୁଟର ସାଇନ୍ସ ଶିକ୍ଷା ଗ୍ରହଣ କରିବା ପାଇଁ ଇଚ୍ଛୁକ ହେବେ ।
ଆମ୍ଭେମାନେ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପସନ୍ଦ ଏବଂ ଆରାମଦାୟକ ଭାଷାରେ ଆଣିବା ପାଇଁ ଏବଂ ସେମାନଙ୍କୁ ସଶକ୍ତ କରିବା ସହିତ ସଠିକ ଦକ୍ଷତା ଏବଂ ଉପକରଣ ଦ୍ୱାରା ସେମାନଙ୍କ କ୍ୟାରିୟର ପନ୍ଥାକୁ ସମ୍ପ୍ରସାରିତ କରିବା ପାଇଁ ଉଦ୍ଦେଶ୍ୟ ରଖିଛୁ । ବିଦ୍ୟାର୍ଥୀମାନେ ପ୍ରଯୁକ୍ତିଭିତିକ ସାମାଧାନ କ୍ଷେତ୍ରରେ ଆତ୍ମବିଶ୍ୱାସୀ ଏବଂ ଦକ୍ଷ ହୋଇପାରିବେ ଏବଂ ସେମାନଙ୍କର ଏବଂ ସେମାନଙ୍କ ଆଖପାଖ ପରିବେଶରେ ଏକ ଭଲ ଭବିଷ୍ୟତ ଗଠନ କରିପାରିବେ ବୋଲି ଆମ୍ଭମାନଙ୍କର ବିଶ୍ୱାସ ରହିଛି ।” ଏହି ସମ୍ବନ୍ଧରେ କୋଡ.ଓଆରଜି ର ପ୍ରତିଷ୍ଠାତା ତଥା ସିଇଓ ହଦି ପାର୍ତୋଭି କହିଛନ୍ତି ଯେ, “ଆମ୍ଭେମାନେ ଆମାଜନ ଫ୍ୟୁଚର ଇଞ୍ଜିନିୟର ଅଭିଯାନ ସହିତ ବହୁ ଦେଶରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିବାରୁ ଖୁବ ସମ୍ମାନିତ ଏବଂ ଆମାଜନ ସହିତ ଭାରତରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ୍ଭମାନଙ୍କର ସହଭାଗିତାକୁ ସୁଦୃଢ କରିବା ପାଇଁ ମଧ୍ୟ ଖୁବ ଉତ୍ସାହିତ ।
ଆମ୍ଭେମାନେ ଆମାଜନ ଫ୍ୟୁଚର ଇଞ୍ଜିନିୟରର ନେଟୱର୍କ ସହିତ ସହଭାଗି ହୋଇ ଭାରତରେ ଆମ୍ଭମାନଙ୍କର ଉଚ୍ଚମାନର କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ଏବଂ ଶ୍ରେଷ୍ଠ ବିଷୟବସ୍ତୁ ପ୍ରଦାନ କରିବା ପାଇଁ ଇଚ୍ଛୁକ ଯେଉଁଥିରେ କି ସେମାନେ ଦେଶର ବିଭିନ୍ନବିଦ୍ୟାର୍ଥୀମାନଙ୍କୁ ୨୧ ଦଶନ୍ଧିର ବିଷୟବସ୍ତୁର ପ୍ରାଥମିକତା ଶିକ୍ଷା ସମ୍ପର୍କରେ ଶିକ୍ଷା ପ୍ରଦାନ କରିପାରିବେ ।” ପିପୁଲ ଇଣ୍ଡିଆର ପ୍ରତିଷ୍ଠାତା ତଥା ସିଇଓ କୃତି ବାରୁଚା ମନ୍ତବ୍ୟ ରଖିଛନ୍ତି ଯେ, “ଆମ୍ଭେମାନେ ଆମାଜନ ଫ୍ୟୁଚର ଇଞ୍ଜିନିୟର ସହିତ ସହଭାଗିତାରେ ଶିକ୍ଷା ପ୍ରାପ୍ତର ଖୁସି ନେବା ସହିତ ଭାରତରେ ବାସ୍ତବ ଜୀବନରେ କମ୍ପ୍ୟୁଟର ସାଇନ୍ସକୁ ପ୍ରୟୋଗ କରିବା ଏବଂ ଶିକ୍ଷା ସ୍ତରରେ ଶ୍ରେଷ୍ଠତା ଆଣିବାକୁ ଖୁବ ଉତ୍ସାହିତ ।”
No Result
View All Result