No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ) ପାରଳାଖେମୁଣ୍ଡି :- କୃଷକ ମାନଙ୍କର ଜୀବନ ଜିବିକା ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଜି ଭାରତ ବନ୍ଦ ଡାକରାରେ ୮ଗୋଟି ଦଳର ଡାକରାରେ ପାରଳାଖେମୁଣ୍ଡି ସହରରେ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ଡାକରାରେ ଏଆଇକେଏମଏସ,ବିକେଏମୟୁ, ଓଡିଶା କୃଷକ ସଭା, ଆଦିବାସୀ ଅଧିକାର ମଞ୍ଚପ୍ରମୁଖ ୮ଗୋଟି ଦଳ ନେତୃତ୍ୱ ନେଇଛନ୍ତି । ଏହି ବନ୍ଦ ଡାକରା ଯୋଗୁଁ ପାରଳା ସହରର ପ୍ରାୟ ସମସ୍ତ ଦୋକାନ ବଜାର,ବସ୍ ସେବ, ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ବନ୍ଦ ରହିଥିଲା ।

ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ୮ଗୋଟି ସଂଗଠନ ପକ୍ଷରୁ ପ୍ରମୁଖ ନେତାମାନେ ଯଥା ଜନ୍ନା ସୁବାସ ରାଓ,ଦଣ୍ଡପାଣୀ ରଇତ,କେଦାର ଶବର,ନରସିଂହ ମାଳ ବିଶୋଇ,ଏମ.ବାଙ୍ଗାରୀ,ଜତୀନ ମହାନ୍ତି ପ୍ରମୁଖ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଗୁଡିକୁ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା । ବନ୍ଦ ଯୋଗୁଁ ଜନସାଧାରଣ ପ୍ରଭାବିତ ହୋଇଥିବା ଜଣାପଡିଛି । ( ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result