No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ) ବରଗଡ଼ :- ବରଗଡ଼ର ହାଜତ ମୃତ୍ୟୁ ଘଟଣା ରେ ଅଭିଯୁକ୍ତ ପୋଲସି କର୍ମୀଙ୍କ ନାମ ରେ ୩୦୨ କେଶ ରୁଜୁ କରି ତୁରନ୍ତ ଗିରଫ କରିବାକୁ ସମ୍ବିଧାନ ସୁରକ୍ଷା ମଂଚ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ସେହିପରି ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଅଫିସ ଆଗରେ ସମ୍ବିଧାନ ସୁରକ୍ଷା ମଂଚର ସଭ୍ୟ ମାନେ ଧାରଣାରେ ବସିଥିଲେ ।
ସନ୍ଧିଗ୍ଧ ଭାବେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ ରେ ଜନ ଆକ୍ରୋଶ ଦେଖା ଦେଇଥିଲା ,ଏପରିକି ପୋଲିସ ନିର୍ଦୟ ଭାବେ ଲାଠି ଚାଳନା କରିଥିଲା ଯାହାକୁ ସମସ୍ତେ ନିନ୍ଦା କରିଥିଲେ। ଆବାହକ ପବିତ୍ର ଦେହେରି, ରମେଶ ମହାପାତ୍ର, ଜ୍ୟୋସ୍ନା ପାଇକ, ମରିୟମ ବାର୍ଲା,ବାସ୍ମତି ବଂଛୋର, ଭବାନୀ ସାହୁ, ଅମିତାଭ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟୋପ୍ପୋ ସ୍ମାରକ ପତ୍ର ଗ୍ରହଣ କରିଥିଲେ ।
No Result
View All Result