No Result
View All Result
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇ୍ସିଏମ୍ଆର୍ ଓ ଏଚ୍ଆଇସିଏର ବିଶେଷଜ୍ଞଙ୍କ ମତରେ ଭାରତ ମଶା ଜନିତ ରୋଗ ମୁକ୍ତ ହେବାକୁ ଚାହୁଁଥିଲେ ନବସୃଜନ ଓ ସହଯୋଗିତା ଆବଶ୍ୟକ ଭାରତରେ ବିକଶିତ ନବସୃଜନ ଏକ କାଗଜ ଭିତିକ ମଶା ଘଉଡ଼ାଇବା ଉପାଦାନ ଯାହା ତୁରନ୍ତ ମଶା ମାରିବ ଏବଂ ଏହାର ପ୍ରଭାବ ୪ ଘଂଟା ପର୍ଯ୍ୟନ୍ତ ରହିବ, ଯାହା ଗୋଦରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ ଦ୍ୱାରା ବିକଶିତ
ନବସୃଜନକୁ ଗୁଡ୍ନାଇଟ୍ ଜମ୍ବୋ ଫାଷ୍ଟ୍ କାର୍ଡ୍ ଭାବେ ଉନ୍ମୋଚନ, ବ୍ୟବହାର ପିଛା ୧.୫ ଟଙ୍କା ଭଳି ସୁଲଭ ମୂଲ୍ୟ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇ୍ସିଏମ୍ଆର୍ ଓ ଏଚ୍ଆଇସିଏର ବିଶେଷଜ୍ଞଙ୍କ ମତରେ ଭାରତ ମଶା ଜନିତ ରୋଗ ମୁକ୍ତ ହେବାକୁ ଚାହୁଁଥିଲେ ନବସୃଜନ ଓ ସହଯୋଗିତା ଆବଶ୍ୟକ
ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ଭୁବନେଶ୍ୱର :- ଭାରତର ସଂପ୍ରତି ମହାମାରୀର ମୁକାବିଲା କରୁଥିବା ବେଳେ ମାଲେରିଆ ଓ ଡେଙ୍ଗୁ ମାମଲାରେ ବୃଦ୍ଧି ଦ୍ୱେତ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିଛି । ଏହି ସମସ୍ୟାର ସମାଧାନ ଲାଗି “ମଶା ଜନିତ ରୋଗ ବିରୋଧ ଲଢ଼େଇ ଓ ନବସୃଜନର ଆବଶ୍ୟକତା’ ବିଷୟରେ ଏକ ଆଲୋଚନା ଆୟୋଜନ କରାଯାଇଛି ଯେଉଁଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର,. ଭାରତୀୟ ମେଡିକାଲ୍ ଗବେଷଣା ପରିଷଦ (ଆଇ୍ସିଏମ୍ଆର୍), ଦି ଗେଟ୍ସ ଫାଉଣ୍ଡେସନ୍, ଘର ମଶା ନିୟନ୍ତ୍ରଣ ପରିଷଦ (ଏଚ୍ଆଇସିଏ) ଓ ଗୋଦ୍ରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ର ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନା ସମୟରେ ଏକ ବୈପ୍ଳବିକ ନବସୃଜନ ବିଷୟରେ ଘୋଷଣା କରାଯାଇଛି ଯେ ସହଜରେ, ପ୍ରଭାବଶାଳୀ ଢଙ୍ଗରେ ଏବଂ ସୁଲଭ ମୂଲ୍ୟରେ ସହରାଚଂଳ ଓ ଗ୍ରାମାଚଂଳର ଲୋକମାନଙ୍କ ପାଖରେ ପହଂଚି ସେମାନଙ୍କୁ ମଶାରୁ ସୁରକ୍ଷା ପ୍ରଦାନ କରିବ । ଗୋଦ୍ରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ର ଆର୍ ଆଣ୍ଡ୍ ଡିି ଟିମ୍ ପକ୍ଷରୁ ବିକଶିତ ଏହା ହେଉଛି ଏକ କାଗଜ ଭିତିକ ମଶା ଘଉଡ଼ାଇବା ଯାହା ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରେ ଏବଂ ମଶାରୁ ୪ ଘଂଟା ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ ।
ଗୁଡ୍ନାଇଡ୍ ଜମ୍ବୋ ଫାଷ୍ଟ୍ କାର୍ଡ ଭାବେ ଉନ୍ମୋଚିତ ଏହା ହେଉଛି ଏକ ସ୍ପାଇରାଲ୍ ଆକାର କାଗଜ କାର୍ଡ । ଜଣେ ଏକ ଜମ୍ବୋ ଫାଷ୍ଟ୍ କାର୍ଡରେ ନିଆଁ ଲଗାଇବା ମାତ୍ରେ, ପ୍ରଯୁକ୍ତି ତତ୍କାଳ ସକ୍ରିୟ ହୋଇଥାଏ ଏବଂ ମଶା ଉପରେ ତୁରନ୍ତ ପ୍ରହାର କରିଥାଏ । ଏଥିରୁ ବହୁତ ଭଲ ସୁଗନ୍ଧ ମଧ୍ୟ ବାହାରେ ଯାହା ଲମ୍ବା ସମୟ ପର୍ଯ୍ୟନ୍ତ କୋଠରିରେ ରହିଥାଏ । ଭାରତରେ ୫୦% ମଶା ଘଉଡ଼ାଇବାକୁ ନିଆଁ ଲଗାଇବା ଢାଂଚାରେ ବ୍ୟବହାର କରାଯାଏ । ସେଥି ମଧ୍ୟରୁ ପ୍ରାୟ ୩୦% ମଞ୍ଜୁର ହୋଇନଥିବା ଏବଂ ବେଆଇନ୍ ମଶା ଘଉଡ଼ାଇବା ଧୁପକାଠି ବ୍ୟବହାର କରନ୍ତି, ଯେଉଁ ଉତ୍ପାଦଗୁଡ଼ିକରେ ହାନିକାରକ ରାସାୟନିକ ଥିବାରୁ ତାହା ସ୍ୱାସ୍ଥ୍ୟ ଉପରେ ଖରାପ୍ ପ୍ରଭାବ ପକାଇଥାଏ । ଏଭଳି ଲୋକଙ୍କ ବ୍ୟବହାର ପାଇଁ ଜମ୍ବୋ ଫାଷ୍ଟ୍ କାର୍ଡ ହେଉଛି ଏକ ଉଚ୍ଚ ମାନର ଏବଂ ସୁରକ୍ଷିତ ବିକଳ୍ପ । ଏହି ବୈପ୍ଳବିକ ଉତ୍ପାଦ ବିଦ୍ୟୁତ୍ ଶକ୍ତି ଉପରେ ନିର୍ଭର କରେନି, ଯାହା ଏହାକୁ ଉଭୟ ସହରାଂଚଳ ଏବଂ ଗ୍ରାମାଚଂଳର ମଶା ଉପଦ୍ରୁତ ଅଂଚଳ ପାଇଁ ଏକ ଉପଯୋଗୀ ବିକଳ୍ପରେ ପରିଣତ କରିଛି ।
ଗୁଡ୍ନାଇଡ୍ ଜମ୍ବୋ ଫାଷ୍ଟ୍କାର୍ଡ ୧୦ଟି କାର୍ଡର ପ୍ୟାକ୍ରେ ମିଳୁଛି ଯାହାର ସୁଲଭ ଦାମ୍ ହେଉଛି ୧୫ ଟଙ୍କା । ଏହାର ଅର୍ଥ ହେଉଛି ପ୍ରତି କାର୍ଡ ପିଛା ଖର୍ଚ ହେଉଛି ମାତ୍ର ୧.୫ ଟଙ୍କା । ଏହି ନବସୃଜନ ଉପରେ ମତ ରଖି ସୁନୀଲ୍ କଟାରିଆ, ସିଇଓ, ଭାରତ ଓ ସାର୍କ, ଗୋଦ୍ରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍) କହିଛନ୍ତି ଯେ, “ଘର ମଶାମରା ବର୍ଗରେ ଅଗ୍ରଣୀ ଭାବେ ଗୁଡ୍ନାଇଟ୍ ନବସୃଜନ ଏବଂ ଅତି କମ୍ ଦାମ୍ରେ ପ୍ରଭାବଶାଳୀ ସୁରକ୍ଷିତ ସମାଧାନ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି । ଜମ୍ବୋ ଫାଷ୍ଟ୍ କାର୍ଡ ହେଉଛି ଆମର ସଦ୍ୟତମ ନବସୃଜନ ଯାହା ଏହି ବର୍ଗକୁ ଆମେ ଭଲ ଭାବେ ବୁଝିପାରିଥିବାରୁ ଏବଂ ସଂପ୍ରତି ଦେଶର ଆବଶ୍ୟକତା ବିଷୟରେ ଜାଣିଥିବାରୁ ସମ୍ଭବ ହୋଇଛି । ଏହି ବୈପ୍ଳବିକ କାଗଜ ଭିତିକ ଫର୍ମାଟ୍ ଗ୍ରାହକମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ଏହାର ପ୍ରଭାବ ୪ ଘଂଟା ପର୍ଯ୍ୟନ୍ତ ରହିବା ଭଳି ଦ୍ୱେତ ଲାଭକୁ ୧୦ଟି କାର୍ଡର ଦାମ୍ କେବଳ ୧୫ ଟଙ୍କା ଭଳି ମୂଲ୍ୟରେ ପ୍ରଦାନ କରିବ ।
ଏହା ଜମ୍ବୋ ଫାଷ୍ଟ୍ କାର୍ଡକୁ ଉଭୟ ସହରାଂଚଳ ଓ ଗ୍ରାମୀଣ ଦୃଶ୍ୟପଟ୍ଟରେ ମଶାଙ୍କ ବିରୋଧରେ ଏକ ପ୍ରଭାବଶାଳୀ ଓ ସୁଲଭ ସମାଧାନରେ ପରିଣତ କରିଛି ।’’ ଏହି ଆଲୋଚନାର ସଂଯୋଜନା କରିଥିଲେ ଜଣାଶୁଣା କଲ୍ୟାଣ ଚାମ୍ପିଆନ୍ ଡକ୍ଟର୍ ମାରକସ୍ ରାନେ ଯେଉଁଥିରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇ୍ସିଏମ୍ଆର୍, ଦି ଗେଟସ୍ ଫାଉଣ୍ଡେସନ୍, ଏଚ୍ଆଇସିଏର ବିଶେଷଜ୍ଞମାନେ ଅଂଶଗ୍ରହଣ କରି କହିଥିଲେ ଯେ ଭାରତ ମଶା ଜନିତ ରୋଗରୁ ମୁକ୍ତି ପାଇବାକୁ ଯଦି ଚାହୁଁଛି ତେବେ ନବସୃଜନ ଓ ସହଯୋଗିତାର ଆବଶ୍ୟକତା ରହିଛି । ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସଙ୍କଟ କୋଭିଡ୍-୧୯ ହେଉଛି ଏକ ଦୃଢ଼ ଉଦାହରଣ ଯାହା ଜଣାଉଛି ଯେ ଜନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲାଗି କିଭଳି ରେକର୍ଡ ସମୟରେ ସମାଧାନ ଆଣିବାରେ ନବସୃଜନ ପ୍ରମୁଖ ଭୂମିକା ଗ୍ରହଣ କରେ । ଡକ୍ଟର ପି କେ ସେନ୍, ପ୍ରମୁଖ ଉପଦେଷ୍ଟା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର କହିଛନ୍ତି ଯେ, “ମଶା ଜନିତ ରୋଗରୁ ମୁକ୍ତି ପାଇବା ଲାଗି ଭାରତକୁ ନବସୃଜନ ଆବଶ୍ୟକ ।
ମାଲେରିଆ ଓ ଡେଙ୍ଗୁ ଋତୁ ଭିତିକ ରୋଗ ଯାହା ଦ୍ରୁତ ଗତିରେ ବ୍ୟାପିଥାଏ । ଅର୍ଥନୀତି ଓ ସ୍ୱାସ୍ଥ୍ୟ ସେବା ଉପରେ ଏହାର ଗଭୀର ପ୍ରଭାବ ରହିଛି । କୋଭିଡ୍ ମହାମାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଥିବା ବେଳେ ଭୂତାଣୁ ଜନିତ ରୋଗର ମୁକାବିଲା ଲାଗି ଗୋଷ୍ଠୀ ଯୋଗାଡ଼କୁ ସୁଦୃଢ଼ କରିବା ଲାଗି ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ଦରକାର୍ । ନବସୃଜନକୁ ସହାୟତା ଦେଲେ ଓ ସହଯୋଗିତାର ଏକ ବ୍ୟବସ୍ଥା ବିକଶିତ କଲେ ତାହା ସ୍ୱତନ୍ତ୍ର ଉପକରଣକୁ ସୃଷ୍ଟି କରିବ । ତାହା ସୁଲଭ ଓ ନିରନ୍ତର ସ୍ୱାସ୍ଥ୍ୟ ସେବା ପାଇଁ ସର୍ବସାଧାରଣଙ୍କ ନିକଟରେ ପହଂଚିବା ଦରକାର ।’’ ଡକ୍ଟର ରଜନୀ କାନ୍ତ୍, ନିର୍ଦେଶକ, ଆଇ୍ସିଏମ୍ଆର୍-ଆଂଚଳିକ ମେଡିକାଲ୍ ଗବେଷଣା କେନ୍ଦ୍ର, ଗୋରଖ୍ପୁର୍ କହିଛନ୍ତି ଯେ, “ଆମକୁ ମାଲେରିଆ ହଟ୍ସ୍ପଟ୍ ଚିହ୍ନଟ କରି ଗବେଷଣାକୁ ଅଗ୍ରାଧିକାର ଦେବାକୁ ହେବ ଏବଂ ଏହାର ମୂଳୋତ୍ପଟନ ଲାଗି ମଡେଲ୍ ପ୍ରକଳ୍ପକୁ ପ୍ରଦର୍ଶିତ କରିବା ଦରକାର ଓ ଏହା ସହିତ ଡେଙ୍ଗୁକୁ ନେଇ ସଚେତନତା ସୃଷ୍ଟି କରିବାକୁ ହେବ ଓ ଟିକା ଗବେଷଣା ଦିଗରେ କାମ କରିବାକୁ ପଡ଼ିବ ।
ଜନସଂଖ୍ୟାରେ ବୃଦ୍ଧି, ସହରୀକରଣ, ବିଶ୍ୱ ଭ୍ରମଣ ଓ ପାଣିପାଗ ପରିବତନ ଯୋଗୁଁ ଆମକୁ ମଶା ଜନିତ ରୋଗର ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିବା ଜରୁରୀ ହୋଇପଡ଼ିଛି । ଅନୁଶୀଳନ ଦ୍ୱାରା ଆମେ ଉନ୍ନତ ଭାବେ ପ୍ରସ୍ତୁତ ହୋଇପାରିବା ।’’ ଆଡ୍ଭୋକେଟ୍ ଜୟନ୍ତ୍ ଦେଶ୍ପାଣ୍ଡେ, ଅବୈତନିକ ସଚିବ, ଘର ମଶା ନିୟନ୍ତ୍ରଣ ସଂଘ (ଏଚ୍ଆଇସିଏ) କହିଛନ୍ତି ଯେ, “ ମାଲେରିଆ ଓ ଡେଙ୍ଗୁକୁ ନେଇ ଲୋକମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି ଏବଂ ସେମାନେ ସେଥିଲାଗି ସଠିକ୍ ଉପାୟ ଚାହୁଁଛନ୍ତି । ବେଆଇନ୍ ମଶା ଘଉଡାଇବା କିମ୍ବା ମାରିବା ଧୂପକାଠି ନକିଣିବା ଲାଗି ଆମେ ଲୋକମାନଙ୍କୁ ସଚେତନ କରୁଛୁ ଏବଂ କେବଳ ଜଣାଶୁଣା କଂପାନିର ସୁରକ୍ଷିତ ଧୁପକାଠି କିଣିବାକୁ କହୁଛୁ ।
ଗୁଡ୍ନାଇଡ୍ ଜମ୍ବୋ ଫାଷ୍ଟ୍ କାର୍ଡ ଭଳି ନବସୃଜନରୁ ଲୋକମାନେ ଲାଭବାନ୍ ହୋଇପାରିବେ ।’’ “ଦେଶର ପ୍ରଗତି ଓ ଲୋକମାନଙ୍କ ଜୀବନରେ ଉନ୍ନତି ପାଇଁ ନବସୃଜନ ଓ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବା ଲାଗି ଏକ ଗ୍ରୁପ୍ ଭାବେ ଗୋଦ୍ରେଜ୍ ସର୍ବଦା ପ୍ରୟାସ କରିଥାଏ । ଗୁଡ୍ନାଇଡ୍ ଜମ୍ବୋ ଫାଷ୍ଟ୍ କାର୍ଡ ହେଉଛି ସେଭଳି ଏକ ସମାଧାନ ଯାହାକୁ ଆମ ଆର୍ ଆଣ୍ଡ୍ ଡି ଟିମ୍ ପ୍ରସ୍ତୁତ କରିଛନ୍ତି । ଏହା ହେଉଛି ଭାରତର ମଶା ଜନିତ ରୋଗ ବିରୋଧ ଲଢ଼େଇ ପ୍ରତି ଆମର ବିନମ୍ର ଯୋଗଦାନ ବୋଲି ସୁନୀଲ କଟାରିଆ, ସିଇଓ, ଗୋଦ୍ରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ ଲିମିଟେଡ୍ କହିଛନ୍ତି । ଗୋଦ୍ରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ର ଅଧ୍ୟକ୍ଷା ଓ ପରିଚାଳନା ନିର୍ଦେଶିକା ନିସାବା ଗୋଦ୍ରେଜ୍ ଭିଡିଓ ବାର୍ତା ମଧ୍ୟ ଦେଇଛନ୍ତି ।
No Result
View All Result