ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ବରଗଡ଼ :- ବରଗଡ ସୌଖୀନ ରଙ୍ଗମଂଚଠାରେ ମହାନ ଚିନ୍ତାନାୟକ ତଥା ରାଜନେତା କିଶନ ପଟ୍ଟନାୟକଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ଆଜି ସଂଧ୍ୟା ରେ ପାଳିତ ହୋଇଯାଇଛି । କିଶନ ପଟ୍ଟନାୟକ ସମତା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଉତ୍ପନ୍ନ ଭୋଇ ଙ୍କ ସଭାପତିତ୍ୱ କରିଥିଲେ। ସଭାକୁ ଚାଷୀ ନେତା ଲିଙ୍ଗରାଜ ସଂଯୋଜନା କରିଥିଲେ । ଏ ଅବସରରେ ସାଂପ୍ରତିକ କୃଷକ ଆନ୍ଦୋଳନର ଦିଶା ଏବଂ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ଶୀର୍ଷକ ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ସମଦୃଷ୍ଟିର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ସୁଧିର ପଟ୍ଟନାୟକ ଯୋଗ ଦେଇସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ ।














