No Result
View All Result
ସୋ’ରୁମ୍ରେ ଏହି ଇଟାଲୀୟ ବ୍ରାଣ୍ଡ୍ର ପୂର୍ଣ୍ଣଙ୍ଗ ବିଏସ୬ ବର୍ଗର ମୋଟରସାଇକେଲ ପ୍ରଦର୍ଶିତ ହେଉଛି ଅନୁସନ୍ଧାନ : ବୁକିଂ ଏବଂ ଯୋଗାଣ ଗ୍ରାହକଙ୍କ ପାଇଁ ଉନ୍ମୁକ୍ତ

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ଭୁବନେଶ୍ୱର :- ବିଶ୍ୱବ୍ୟାପୀ ପ୍ରିମିୟମ ବାଇକଗୁଡିକର ଏକ ଅଗ୍ରଣୀ ନିର୍ମାତା ବେନେଲି ଏବଂ ଆଦିଶ୍ୱର ଅଟୋ ରାଇଡ ଇଣ୍ଡିଆ – ମହାବୀର ଗ୍ରୁପ୍ ସେପ୍ଟେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ଏହାର ୪୫ତମ ଏକ୍ସକ୍ଲୁସିଭ ସୋ’ରୁମ ଉଦଘାଟନ କରିଛନ୍ତି । ସର୍ବାଧୁନିକ ବେନେଲି- ଭୁବନେଶ୍ୱର ସୋ’ରୁମ ଭୁବନେଶ୍ୱରର ପାହାଳସ୍ଥିତ ପ୍ଲଟ ନମ୍ବର ୬୩୮ରେ ଏକ ସମ୍ଭାନ୍ତପୂର୍ଣ୍ଣ ଅଞ୍ଚଳରେ ଅବସ୍ଥିତ । ଏସ ଆର ଅଟୋମୋବାଇଲ ଡିଲରସିପ୍ ଅଧୀନରେ ଏହି ସୋ’ରୁମ୍ରେ ବେନେଲି ସୁପରବାଇକଗୁଡିକର ବିଏସ୬ ସଂସ୍କରଣ ପ୍ରଦର୍ଶିତ ହେଉଛି, ଯେଉଁଥିରେ ରହିଛି : ୧. ଇମ୍ପେରିଆଲେ ୪୦୦-ରେଟ୍ରୋ କ୍ଲାସିକ- ୧,୮୯,୯୦୦ ଟଙ୍କା (ରୂପେଲି ରଙ୍ଗ): ୧,୯୫,୮୬୦ ଟଙ୍କା (ଲାଲ ଓ କଳା ରଙ୍ଗ) ।
୨. ଲିଓନସିନୋ ୫୦୦-ଷ୍ଟ୍ରିଟ ସ୍କ୍ରାମ୍ବଲର- ୪,୭୯,୯୦୦ ଟଙ୍କା (ଷ୍ଟିଲ ଧୂସର ରଙ୍ଗ), ୪,୮୯,୯୦୦ ଟଙ୍କା (ଲିଓନସିନୋ ଲାଲ ରଙ୍ଗ । ୩. ଟିଆରକେ ୫୦୨- ଗ୍ରାଣ୍ଡ ଟୁରର୍ (ପ୍ରଚଳନକାଳୀନ ମୂଲ୍ୟ)- ୪,୮୯,୯୦୦ ଟଙ୍କା (ଗାଢ ଧୂସର ରଙ୍ଗ), ୪,୯୯,୯୦୦ ଟଙ୍କା (ସଂପୂର୍ଣ୍ଣ ଧଳା ଏବଂ ବେନେଲି ଲାଲ ରଙ୍ଗ) । ବେନେଲି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିକାଶ ଝାବାଖ କହିଛନ୍ତି, “ଏସ ଆର ଅଟୋମୋବାଇଲ ସହିତ ସହଭାଗିତା କରିବା ଅତ୍ୟନ୍ତ ଆନନ୍ଦର ବିଷୟ ହୋଇଛି । ଆମର ଗ୍ରାହକ ସେବା ଦର୍ଶନ ଆମର ଭୁବନେଶ୍ୱର ଡିଲର ସହଭାଗୀଙ୍କ ନୀତି ମୁତାବକ ହୋଇଛି ।
ବେନେଲି- ଭୁବନେଶ୍ୱରରେ କର୍ମଚାରୀମାନେ ବିକ୍ରୟ, ସେବା ଏବଂ ଗ୍ରାହକ ଅନୁଭୂତି କ୍ଷେତ୍ରରେ ସର୍ବୋତ୍ତମ ପ୍ରଦାନ କରିବାକୁ ତାଲିମପ୍ରାପ୍ତ ହୋଇଛନ୍ତି ଏବଂ ସେମାନେ ଗ୍ରାହକଙ୍କୁ ଏହି ଶ୍ରେଣୀରେ ସର୍ବୋତ୍ତମ, ଚିନ୍ତାମୁକ୍ତ ମାଲିକାନା ଉପଭୋଗ କରିବାକୁ ସୁଯୋଗ ଯୋଗାଇ ଦେଉଛନ୍ତି ।” ସେ ଆଉ ମଧ୍ୟ କହିଥିଲେ, “ଏକ ମଜଭୁତ ବ୍ରାଣ୍ଡ୍ ଉପସ୍ଥିତି ଜାହିର କରିବାକୁ ସମଗ୍ର ଭାରତରେ ବେନେଲିର ୩-ଏସ ସୁବିଧା ଯେଭଳି ଉପଲବ୍ଧ ହେବ ତାହା ସୁନିଶ୍ଚିତ କରିବା ଆମର ଉଦ୍ଦେଶ୍ୟ । ସେହି ଦୃଷ୍ଟିକୋଣରୁ, ଆମ ପାଇଁ ଭୁବନେଶ୍ୱର ମହାନଗର ବେଶ୍ ଗୁରୁତ୍ୱ ରଖୁଛି ।
ଆମେ ଏହା ମଧ୍ୟ ବିଶ୍ୱାସ କରୁଛୁ ଯେ ଆମର ଡିଲରସିପ କେବଳ ଗ୍ରାହକଙ୍କୁ ସେବା ଯୋଗାଇବାର ଏକ ପ୍ଲାଟଫର୍ମ ହେବନାହିଁ, ତାହାସହିତ ଏହା ଆଗ୍ରହୀ ଏବଂ ଖାଌକ୍ଷଗ୍ଧ;ି ବ୍ରାଣ୍ଡ୍ପ୍ରେମୀଙ୍କୁ ଏକତ୍ର କରିବା ଏବଂ ଅନ୍ୟ ସମଭାବାପନ୍ନ ଚାଳକଙ୍କ ସହିତ ଭାବ ବିନିମୟ କରିବାକୁ ଏକ ପ୍ଲାଟଫର୍ମ ହେବ ।” ବେନେଲି-ଭୁବନେଶ୍ୱରର ଡିଲର ପ୍ରିନସିପାଲ ସୌମ୍ୟସାର୍ଥକ ରାୟ କହିଥିଲେ, “ଭୁବନେଶ୍ୱରକୁ ବେନେଲିକୁ ଆଣି ଆମେ ବାସ୍ତବରେ ଉଲ୍ଲସିତ ଅନୁଭବ କରୁଛୁ, ବେନେଲି ଇଣ୍ଡିଆ ସହିତ ସହଭାଗିତା କରିବା ଏକ ସମ୍ମାନର ବିଷୟ, ଏବଂ ଏହି ଅବସରରେ ମୁଁ ଆପଣମାନଙ୍କୁ ଲାୟନ୍ସ ଡେନକୁ ସ୍ୱାଗତ କରୁଛି, ଯାହା ବେନେଲି ଦ୍ୱାରା ପ୍ରସ୍ତୁତ କେତେକ ଚମତ୍କାର ଇଟାଲୀୟ ମେସିନର ଏକ ସ୍ଥଳ ହୋଇଛି ।
ସ୍ଥାନୀୟ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଗାଡିଚାଳନା ଇଛା ଓ ସ୍ୱାଧୀନତାକୁ ଖୋଜିବାକୁ ଏକ ପ୍ଲାଟଫର୍ମ ଯୋଗାଇଦେଇ ସେମାନଙ୍କର ସ୍ୱପ୍ନ ସାକାର କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।” ଇଟାଲୀୟ ମୋଟରସାଇକେଲ ବ୍ୟତୀତ ଏହି ସୋ ରୁମ୍ରେ ମଧ୍ୟ ବିଭିନ୍ନ ପଣ୍ୟସାମଗ୍ରୀ ଏବଂ ଆସେସୋରିଜ ରହିଛି । ଏକାଧିକ ମୋଟରସାଇକେଲ କଷ୍ଟମାଇଜେସନ ବିକଳ୍ପ ସହିତ ସମଗ୍ର ଭାରତରେ ପର୍ଯ୍ୟାୟକ୍ରମେ ଆଉ ଅଧିକ ପ୍ରଚଳନ କରାଯିବାକୁ ରହିଛି । ସମସ୍ତ ମୂଲ୍ୟ, ଏକ୍ସ-ସୋ ରୁମ୍, ଭାରତ । ଇମ୍ପେରିଆଲ ୪୦୦ ଏକ ରେଟ୍ରୋ-କ୍ଲାସିକ ମୋଟରସାଇକେଲ ଯାହା ୧୯୫୦ ଦଶକର ମୋଟୋ-ବାଇ ରେଞ୍ଜ୍ ଦ୍ୱାରା ଅନୁପ୍ରେରିତ ହୋଇଛି । ଏଥିରେ ବିଏସ୬ ୩୭୪ ସିସି, ସିଙ୍ଗଲ-ସିଲିଣ୍ଡର, ଏୟାର- କୁଲ୍ଡ ଇଞ୍ଜିନ ଖଞ୍ଜାଯାଇଛି ଯାହା ୨୧ପିଏସ୍ଅ ୬୦୦୦ ଆରପିଏମ୍ ଏବଂ ୨୯ଏନଏମଅ ୩୫୦୦ଆରପିଏମ୍ ପ୍ରଦାନ କରୁଛି ।
ବେନେଲିର ୧୦୦ରୁ ଅଧିକ ବର୍ଷର କିମ୍ବଦନ୍ତୀପୂର୍ଣ୍ଣ ଇତିହାସ ରହିଛି, ଏବଂ ଏହି ଶ୍ରେଣୀରେ ବେନେଲି ଲିଓନସିନୋ ୫୦୦ ଅପେକ୍ଷା ଅନ୍ୟ କୌଣସି ମେସିନ ଏଭଳି ଭାବପୂର୍ଣ୍ଣ ଐତିହାସିକ ଆଗ୍ରହକୁ ପ୍ରତିଫଳିତ କରୁନାହିଁ । ଏଥିରେ ଏକ ବିଏସ୬ ୫୦୦ ସିସି, ଟ୍ୱିନ ସିଲିଣ୍ଡର, ଲିକ୍ୱିଡ-କୁଲ୍ଡ ଇଞ୍ଜିନ ଖଞ୍ଜାଯାଇଛି, ଯାହା ୮୫୦୦ ଆରପିଏମ୍ରେ ୪୭.୫ପିଏସ୍ର ସର୍ବାଧିକ ଶକ୍ତି ଏବଂ ୬୦୦୦ ଆରପିଏମ୍ରେ ୪୬ଏନଏମ ଟର୍କ ପ୍ରଦାନ କରୁଛି । ନୂଆ ପିଢିର ଟିଆରକେ ୫୦୨ ଏକ ପରିବର୍ଦ୍ଧିତ ଚାଳନା ଅନୁଭୂତି ସହିତ ଆସିଛି, ଯାହା ଯାତ୍ରାକୁ ପରବର୍ତ୍ତୀ ସ୍ତରକୁ ନେଇଯାଉଛି । ଏହାର ବିଏସ୬ ୫୦୦ ସିସି, ଟ୍ୱିନ-ସିଲିଣ୍ଡର, ଲିକ୍ୱିଡ-କୁଲ୍ଡ ମୋଟର, ଟିଆରକେ ୫୦୨ (ଗ୍ରାଣ୍ଡ ଟୁରର୍) ପାଇଁ ୮୫୦୦ ଆରପିଏମ୍ରେ ୪୭.୫ପିଏସ ଏବଂ ୬୦୦୦ ଆରପିଏମ୍ରେ ୪୬ଏନଏମ ଶୀର୍ଷ ଟର୍କ ଉତ୍ପାଦନ କରୁଛି ।
ବେନେଲି ଇଣ୍ଡିଆ ମଧ୍ୟ ଏକ ସୀମିତ ସମୟ ଅଫର ପ୍ରଚଳନ କରିଛି, ଯେଉଁଥିରେ ଗ୍ରାହକମାନେ ମାସିକ ୪୯୯୯ ଟଙ୍କାର କମ୍ ଇଏମଆଇ ସୁବିଧା ନେଇପାରିବେ ଏବଂ ଇମ୍ପେରିଆଲ ୪୦୦ ଉପରେ ୮୫% ପର୍ଯ୍ୟନ୍ତ ପାଣ୍ଠି ଉପଲବ୍ଧ ହେଉଛି, ଯାହା ଗ୍ରାହକଙ୍କ ପାଇଁ ଏହାକୁ ଅଧିକ ନିକଟବର୍ତ୍ତୀ କରାଉଛି । ଇମ୍ପେରିଆଲ ୪୦୦ ସହିତ ଦୁଇ ବର୍ଷର ଅସୀମିତ କିଲୋମିଟର ୱାରା’ ଏକ ମାନକ ଭାବରେ ଆସୁଛି, ସେହି ସମୟରେ ଲିଓନସିନୋ ୫୦୦, ଟିଆରକେ ୫୦୨ ଗ୍ରାଣ୍ଡ ଟୁରର୍ ତିନି ବର୍ଷର ଅସୀମିତ ୱାରା’ ମାନକ ଭାବରେ ଆସୁଛି । ବେନେଲି ଇଣ୍ଡିଆ ମଧ୍ୟ ତାହାର ଗ୍ରାହକଙ୍କୁ ଚବିଶ ଘ’ଆ ରାସ୍ତାପାଶ୍ୱର୍ ସହାୟତା (ଆରଏସଏ) ଯୋଗାଇ ଦେଉଛି ।
No Result
View All Result