No Result
View All Result
ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ର ଦୁର୍ଗମ ଅଞ୍ଚଳରେ ଥିବା ଖାରିସାହିର ୬ ଅନାଥ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍ । ଗତବର୍ଷ ଏପ୍ରିଲ୍ ମାସରେ ସେମାନଙ୍କ ବାପା ଉର୍ବଙ୍ଗ ଦଳବେହେରା ଓ ମାଆ ସୁଜନୀ ଜ୍ୱରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିବା ପରେ ସେମାନଙ୍କର ୬ ଝିଅ ଅନାଥ ହୋଇଯାଇଥିଲେ। ବଡ଼ ଦୁଇ ଝିଅ ସୁରଜନୀ ଓ ଉର୍ବନି ଏବେ ପରିବାର ପ୍ରତିପୋଷଣ କରିବା ପାଇଁ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଏହି ଖବର କନ୍ଧମାଳ ସାଂସଦ ତଥା କିସ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ତୁରନ୍ତ ଏହି ଅନାଥ ଭଉଣୀଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଶ୍ରୀ ସାମନ୍ତ ନିଜ ପ୍ରତିନିଧିଙ୍କ ଜରିଆରେ ସେମାନଙ୍କ ସହ ଯୋଗାଯୋଗ କରିବା ପରେ ତୁରନ୍ତ ୫ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।
ଏହା ସହ ସେମାନେ ପାଠ ପଢ଼ିବା ଜାରି ରଖିବା ପାଇଁ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ । ଏବେ ସେମାନଙ୍କ ଚଳିବା ଓ ପାଠ ପଢ଼ିବା ପାଇଁ କିସ୍ ଫାଉଣ୍ଡେସନ୍ ମାସିକ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ଭବିଷ୍ୟତରେ ଯେଭଳି ସେମାନଙ୍କ ପାଠ ପଢ଼ିବାରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି କିସ୍ ଫାଉଣ୍ଡେସନ୍ ଯତ୍ନବାନ ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ । ଦାରିଦ୍ର୍ୟ ଯୋଗୁଁ କୌଣସି ପିଲା ଯେଭଳି ପାଠ ପଢ଼ାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କିସ୍ ଫାଉଣ୍ଡେସନ୍ ସର୍ବଦା ଯତ୍ନବାନ ରହି ଆସିଛି । ଏହି ସହାୟତା ପାଇଁ ୬ ଭଉଣୀ ସାଂସଦ ଶ୍ରୀ ସାମନ୍ତ ତଥା କିସ୍ ଫାଉଣ୍ଡେସନ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି । (ଗରୁଡ଼ ଧ୍ଵଜଚୌଧୁରୀ)
No Result
View All Result