• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉତରପ୍ରଦେଶରେ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାର୍ପଣ କଲେ – କେନ୍ଦ୍ରମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
September 24, 2021
in ଓଡ଼ିଶା, ଦେଶ, ମହାନଗର, ରାଜନୀତି, ହୋମ୍
0
ଉତରପ୍ରଦେଶରେ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାର୍ପଣ କଲେ – କେନ୍ଦ୍ରମନ୍ତ୍ରୀ
Share on FacebookShare on TwitterWhatsapp

ରାଷ୍ଟ୍ରୀୟ ପୋଷଣ ଅଭିଯାନ ଦ୍ୱାରା ପିଲା ମାନଙ୍କ ମଧ୍ୟରେ
ମଧ୍ୟାହ୍ଣ ଭୋଜନ – ଧର୍ମେନ୍ଦ୍ର ପ୍ରଧା

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର) ଭୁବନେଶ୍ୱର :- ଉତରପ୍ରଦେଶ ରାଷ୍ଟ୍ରୀୟ ପୋଷଣ ମାସ ଅଧୀନରେ ନିଆଯାଇଥିବା ଉଦ୍ୟମ ଏବଂ ନୂଆ ଯୋଜନା ଦ୍ୱାରା ପିଲା ମାନଙ୍କ ମଧ୍ୟରେ ମଧ୍ୟାହ୍ଣ ଭୋଜନ ପ୍ରତି ଲୋକପ୍ରିୟତା ବଢିଛି ବୋଲି ଗୁରୁବାର ଉତରପ୍ରଦେଶର ସିଦ୍ଧାର୍ଥନଗର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାର୍ପଣ କରିବା ସହ ସାଧାରଣ ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିନିଦିନିଆ ଉତରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରୀୟ ପୋଷଣ ମାସ ଅଭିଯାନରେ ସିଦ୍ଧାର୍ଥନଗର ସ୍ଥିତ ମଧୁବେନିଆ ପ୍ରାଥମିକ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି ।

ସେ କହିଛନ୍ତି ଯେ ସନ୍ତୁଳିତ ଭାବରେ ସୁସ୍ଥ ଖାଦ୍ୟକୁ ଏକ ଜନଆନ୍ଦୋଳନ କରିବା ଏବଂ ପୋଷଣ ଗତିବିଧିକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ପୋଷଣ ଅଭିଯାନ ପରିକଳ୍ପନା ଅପପୃଷ୍ଟିକୁ ସମାପ୍ତ କରିବାରେ ସକରାତ୍ମକ ପରିବର୍ତନ ଆଣିବ ବୋଲି ସେ କହିଛନ୍ତିା କେନ୍ଦ୍ରୀୟ ବିଦ୍ୟାଳୟର ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଭବନ ସ୍ଥାନୀୟ ଅଂଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଆଧୁନିକ ଏବଂ ସର୍ବୋତମ ସୁବିଧା ବ୍ୟବସ୍ଥା ଥିବା ଏହି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ମାଧ୍ୟମ ହେବ । ଯେତେବେଳେ ଗୋଟିଏ ପିଲା ଶିକ୍ଷିତ ହୁଏ ସେତେବେଳେ ତାହାର ଲାଭ ପରିବାରକୁ ମିଳିଥାଏ । ଏହି ପବିତ୍ର ଭୂମିରେ ଗୁଣାତ୍ମକ ଶିକ୍ଷା ପ୍ରାପ୍ତ କରି ପିଲାମାନେ ଦେଶର ଭବିଷ୍ୟତର ନେତୃତ୍ୱକର୍ତା ବେବେ ।

ପ୍ରଭାରୀ ଦାୟିତ୍ୱ ମିଳିବା ପରେ ନିଜ ପ୍ରଥମ ଉତରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତରପ୍ରଦେଶର ବିକାଶ ପାଇଁ ଅଭୁତପୂର୍ବ ପ୍ରାଥମିକତା ଦେଇଛନ୍ତି । ଆଜି ଲୋକାର୍ପିତ ବିଦ୍ୟାଳୟ ଭବନ ହେଉ କିମ୍ବା ଆଗାମୀ ଦିନ ଗୁଡ଼ିକରେ ମେଡ଼ିକାଲ କଲେଜ୍ ନିର୍ମାଣ, ଏହା ବିଜେପିର ଡ଼ବଲ ଇଞ୍ଜିନର ବିକାଶର ପ୍ରାଥମିକତାର ପରିଚୟ । ଉଜ୍ଜ୍ୱଳା ଭଳି ଯୋଜନା ଦ୍ୱାରା ଗରିବ ମାଆ ଭଉଣୀଙ୍କୁ ସଶକ୍ତ କରିବା ହେଉ କିମ୍ବା ଟିକାକରଣ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଉତରପ୍ରଦେଶ ଆଜି ସବୁ କ୍ଷେତ୍ରରେ ଉପଲବ୍ଧିର ନୂଆ ରେକର୍ଡ କରୁଅଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ସାଢ଼େ ୪ ବର୍ଷରେ ରାଜ୍ୟର ପ୍ରତିଛବି ପରିବର୍ତନ କରିଛନ୍ତି ।

ବୈଶ୍ୱିକ ଚ୍ୟାଲେଞ୍ଜ୍ ସମୟରେ ଆଜି ଭାରତ ଦୁନିଆ ଆଗରେ ଏକ ଉଦାହରଣ ଭାବେ ଉଭା ହେଉଛି । ଉତରପ୍ରଦେଶ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଶ୍ୱରେ ଦୁନିଆ ଆଗରେ ନୂଆ କୀର୍ତିମାନ ସ୍ଥାପିତ କରୁଛି । ବିକାଶର ଏହି ଧାରାକୁ ବଜାୟ ରଖିବା ପାଇଁ ୨୦୨୨ରେ ମଧ୍ୟ ରାଜ୍ୟରେ ଯୋଗୀ ସରକାରର ଆବଶ୍ୟକତା ରହିଛି । ସବୁ କ୍ଷେତ୍ରରେ ରାଜ୍ୟକୁ ୧ ନମ୍ବର କରିବାର ନେତା ହେଉଛି ଯୋଗୀ ଆଦିତ୍ୟନାଥ । ରାଜ୍ୟରେ ସୁବ୍ୟବସ୍ଥା, ସୁଶାସନ ତଥା ଭଲ ନେତୃତ୍ୱ ରହିଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଡ଼ବଲ ଇଞ୍ଜିନର ଗତି ତ୍ୱରାନ୍ୱିତ ହେବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଶ୍ରୀ ପ୍ରଧାନ ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ସେବା ସମର୍ପଣ ଅଭିଯାନ ଅନ୍ତର୍ଗତ ଉତରପ୍ରଦେଶ ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ଉପରେ ପ୍ରଦର୍ଶନୀର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ସହ ଆକାଶମାର୍ଗରୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରକୁ ଦେଖିବାର ସାନ୍ନିଧ୍ୟ ଲାଭ କରିଥିଲେ । ୟୁପିରେ ସିଦ୍ଧାର୍ଥନଗରରେ ଦଳ ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ସହ ବ୍ରହ୍ମଲୀନ ଗୋରକ୍ଷପିଠାଧୀଶ୍ୱର ମହନ୍ତ ଦିଗବିଜୟନାଥ ମହାରାଜଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଉଲ୍ଲେଖନୀୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଲକ୍ଷେ୍ନା ଠାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ, ବିଧାନସଭା ସହପ୍ରଭାରୀ, ପଦାଧିକାରୀଙ୍କ ସହ ସାଂଗଠନିକ ବୈଠକରେ ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାଗବତ ପ୍ରଚାର ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା

ଭାଗବତ ପ୍ରଚାର ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା

May 16, 2026
ଦଧିଚି ଫାର୍ମାସି କଲେଜ ଓ CSIR-IMMT ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

ଦଧିଚି ଫାର୍ମାସି କଲେଜ ଓ CSIR-IMMT ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

May 16, 2026
ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସମନ୍ୱୟ ସଭା ଅନୁଷ୍ଠିତ

ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସମନ୍ୱୟ ସଭା ଅନୁଷ୍ଠିତ

May 16, 2026
ପାରାମେଡିକାଲ୍ କୋର୍ସରେ ଅଗ୍ରଣୀ ସଫଳତା ; ବିଶ୍ୱାସ ପାରାମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଦୃଢ ପରିଚୟ

ପାରାମେଡିକାଲ୍ କୋର୍ସରେ ଅଗ୍ରଣୀ ସଫଳତା ; ବିଶ୍ୱାସ ପାରାମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଦୃଢ ପରିଚୟ

May 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାଗବତ ପ୍ରଚାର ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା

ଭାଗବତ ପ୍ରଚାର ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା

May 16, 2026
ଦଧିଚି ଫାର୍ମାସି କଲେଜ ଓ CSIR-IMMT ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

ଦଧିଚି ଫାର୍ମାସି କଲେଜ ଓ CSIR-IMMT ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

May 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version