• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଓ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ

Proprietor Abhimanyu Maharana by Proprietor Abhimanyu Maharana
September 22, 2021
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଓ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ
Share on FacebookShare on TwitterWhatsapp

x.  ୨୧ ବର୍ଷର ଶାସନ କାଳରେ ନବୀନ ସରକାର ଭୁବନେଶ୍ୱର ସହରକୁ ବିକୃତ କରିଛନ୍ତି ।

x,  ଶତାବ୍ଦୀ ନଗର ଛାତ୍ର ମୃତ୍ୟୁ ପାଇଁ ନବୀନ ସରକାର ଦାୟୀ । ୟାସିର ନୱାଜ, ସଭାପତି, ପ୍ରଦେଶ ଛାତ୍ର କଂଗ୍ରେସ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର) ଭୁବନେଶ୍ୱର :- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଟକର ମହାନଦୀ କି କାଠଯୋଡ଼ି ନୁହେଁ, ଯାଜପୁରର ବ୍ରାହ୍ମଣୀ କି ବୈତରଣୀ ନୁହେଁ, ରାଜଧାନୀ ଭୁବନେଶ୍ୱରରେ ଡ୍ରେନ ପାଣିରେ ପଡ଼ି ଦଶମ ଶ୍ରେଣୀର ଛାତ୍ର ଜ୍ୟୋତି ପ୍ରକାଶର ମୃତ୍ୟୁ ହୋଇଛି । ଏଭଳି ଘଟଣା ନୂଆ ନୁହେଁ । ୨୦୧୫ ରୁ ଅଦ୍ୟାବଧି ୭ ଜଣଙ୍କର ଏପରି ମୃତ୍ୟୁ ଘଟିଛି । ନୂଆପଲ୍ଲି ବେହେରା ସାହି, ଶୈଳଶ୍ରୀ ବିହାର, ଗଙ୍ଗନଗର ଏବଂ ସିରାପି ଛକରେ ଡ୍ରେନରେ ପଡ଼ି ଜଣେ ଲେଖାଏଁ ମରିଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ଏ ସମସ୍ତ ମୃତ୍ୟୁ ପାଇଁ ନବୀନ ସରକାରକୁ ଦାୟୀ କରୁଛି ।

କେନ୍ଦ୍ରର ମନମୋହନ ସିଂ ସରକାର ହେଉ ବା ତାର ପରବର୍ତୀ ସରକାର ଭୁବନେଶ୍ୱର ସହରର ବିକାଶ ଏବଂ ଡ୍ରୋନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ଦେଉଥିଲେ ମଧ୍ୟ ନବୀନ ସରକାର ଏହାକୁ ବିନିଯୋଗ କରିବାରେ ଉଦାସୀନତା ଏବଂ ବାଟମାରଣ କରିଛନ୍ତି । ଅପରପକ୍ଷରେ ବିଡିଏ ଲାଂଚ ନେଇ ବଡ଼ ବଡ଼ ବିଲଡର ମାନଙ୍କୁ ଅନୁମତି ଦେବା ଫଳରେ ସେହି ବିଲଡର ମାନେ ରାଜଧାନୀର ପ୍ରାକୃତିକ ଡ୍ରେନ ଉପରେ ଅଟ୍ଟାଳିକା କରିଦେଲେ ଯାହା ଫଳରେ ସାରା ଭୁବନେଶ୍ୱରର ଡ୍ରେନେଜ ସିଷ୍ଟମ ବିପର୍ଯ୍ୟସ୍ତ ହୋଇପଡ଼ିଲା ।

କେତେକ ବ୍ୟକ୍ତି ବିଶେଷକଙ୍କ ଆବେଦନକୁ ବିଚାରକୁ ନେଇ ଭୁବନେଶ୍ୱରର ସମସ୍ତ ମୁକୁଳା ଡ୍ରେନକୁ ଘୋଡ଼ାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନବୀନ ସରକାର ଏହାକୁ ଖାତିର କରିନାହାଁନ୍ତି । ଭୁବନେଶ୍ୱରରେ ପୁର୍ତ ବିଭାଗର ୬ଶହ କିଲୋମିଟର ଲମ୍ବର ଡ୍ରେନରୁ ୩ଶହ କିଲୋମିଟର ମୁକୁଳା । ବିଏମସିର ୬ଶ କିଲୋମିଟର ଡ୍ରେନରୁ ୩ ଶହ କିଲୋମିଟର ମୁକୁଳା । ଇଡ୍‌କୋର ୧୫ କିଲୋମିଟର ଡ୍ରେନରୁ ୭ କିଲୋମିଟର ଡ୍ରେନ ମୁକୁଳା । ଜାତୀୟ ରାଜପଥର ୫୦ କିଲୋମିଟର ଡ୍ରେନରୁ ୫ କିଲୋମିଟର ମୁକୁଳା । ଏ ହେଉଛି ସାରା ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥାର ବାସ୍ତବ ଚିତ୍ର ।

ଏତଦ୍‌ବ୍ୟତିତ ୭୦ କିଲୋମିଟର ଲମ୍ବର ନ୍ୟାଚୁରାଲ ଡ୍ରେନ ଅଛି, ଯାହାକି ଗଙ୍ଗୁଆ ନାଳକୁ ସଂଯୋଗ କରୁଛି । ସେଥିରେ ଗାର୍ଡ ୱାଲ କରିବାର ଆବଶ୍ୟକତା ମଧ୍ୟ ରହିଛି । ସୁବଠାରୁ ମୁଖ୍ୟ ପ୍ରସଙ୍ଗ ଏହିକିଯେ ନଗର ଉନ୍ନୟନ ବିଭାଗର ସଚିବ ଭି.ମାଥିଭାଥନନ୍ ସେହି ବିଭାଗରେ ୬ବର୍ଷ ଧରି କାମ କରୁଛନ୍ତି ଏବଂ ଏହି ୭ ଜଣଙ୍କ ମୃତ୍ୟୁ ପାଇଁ ସେ ଦାୟୀ । ଏହି ସଚିବଙ୍କୁ ଏତେ ବର୍ଷ କାହିଁକି ଗୋଟିଏ ବିଭାଗରେ ରଖାଯାଇଛି ବୋଲି ବିଧାନସଭାରେ ଉପସ୍ଥାପିତ ହୋଇଥିବା ପ୍ରଶ୍ନର ଉତର ସରକାର ରଖିଛନ୍ତି ଯେ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ବିଭାଗରେ ରଖାଯାଇଛି । ନବୀନ ସରକାରଙ୍କର ଏଭଳି ଅଦଭୁତ ସମସ୍ତଙ୍କୁ ବ୍ୟଥିତ କରିଛି ।

ନବୀନ ସରକାର ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ୨୦୧୯ ରେ ୧ ହଜାର କୋଟି ଟଙ୍କା ଘୋଷଣା କଲେ । ସେ ଟଙ୍କା ଗଲା କୁଆଡେ? ତିନିବର୍ଷ ତଳେ ଡ୍ରେନ ନିର୍ମାଣ ପାଇଁ ୧୫୦ କୋଟି ଟଙ୍କା ବିଏମସିକୁ ମିଳିଥିଲା । ତାର ହିସାବ ନାହିଁ । ଅନ୍ୟ ପକ୍ଷରେ ବିଏମସି ଡ୍ରେନ ସଫା ପାଇଁ ୧୩୫ କୋଟିର ଏକ ପ୍ରସ୍ତାବ ଦେଇଥିଲା । ତାହାକୁ ନଗର ଉନ୍ନୟନ ବିଭାଗର ସଚିବ ଭି.ମାଥିଭାଥନନ୍ ଚାପି ଦେଇଛନ୍ତି । ଜବାହରଲାଲ ନେହେରୁ ସହରାଂଚଳ ବିକାଶ ଯୋଜନା, ଅମୃତ ଯୋଜନା ଏବଂ ସ୍ମାର୍ଟସିଟି ଯୋଜନା ଜରିଆରେ ଭୁବନେଶ୍ୱର ସହରାଂଚଳ ବିକାଶ ଏବଂ ଡ୍ରେନେଜ ସିଷ୍ଟମ ଉନ୍ନତ କରିବାପାଇଁ ପ୍ରଚୁର ଅର୍ଥ କେନ୍ଦ୍ର ସରକାର ଦେଇଥିଲେ ବି ନବୀନ ସରକାରର ଉଦାସୀନତା ଓ ବାଟମାରଣା ପାଇଁ ଜନସାଧାରଣ ଏହାର ସୁଫଳ ପାଇପାରୁ ନାହାଁନ୍ତି ।

ଜବାହରଲାଲ ନେହେରୁ ସହରାଂଚଳ ବିକାଶ ଯୋଜନାର କାର୍ଯ୍ୟକାରିତାରେ ଅବହେଳା ସଂପର୍କରେ ୨୦୧୨ ମସିହାରେ ସିଏଜି ଉଲ୍ଲେଖ କରିଥିଲେ । ଏପରିକି ଜୁନ-୨୬, ୨୦୧୨ ରେ ଇଣ୍ଡିଆନ ଏକ୍ସପ୍ରେସ ପ୍ରଭୃତି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଏହି ଯୋଜନାରେ ଯେ ମଞ୍ଜୁର ହୋଇଥିବା ଜମା ୩୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବାରୁ ଓଡ଼ିଶା ଏହି ଯେଜାନାର ଅର୍ଥ ସରେଣ୍ଡର କରିଦେଇପାରେ । ସେପ୍ଟେମ୍ବର ୧, ୨୦୧୪ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଯୋଜନାର ୩୨.୨ ପ୍ରତିଶତ ଅର୍ଥକୁ ଠିକ୍ ସମୟରେ ବିନିଯୋଗ କରିପାରିନାହିଁ । ବିନିଯୋଗ ଅର୍ଥର ହିସାବ ମଧ୍ୟ କେନ୍ଦ୍ର ସରକାରଙ୍କୁ ଦେଉନାହିଁ ।

ସେହିପରି ସ୍ମାର୍ଟସିଟି କାର୍ଯ୍ୟର ରୂପାୟନରେ ମଧ୍ୟ ନବୀନ ସରକାର ଉଦାସୀନ ରହୁଛନ୍ତି । କ୍ଷୋଭର ବିଷୟ ଏହିକିଯେ ଆଜି ଯିଏ ଭୁବନେଶ୍ୱର ମଧ୍ୟ ବିଧାୟକ ସେ ଭୁବନେଶ୍ୱର ମହାନଗର ନିଗମର ୧୦ବର୍ଷର ମେୟର ଥିଲେ । ସେ ନିଜକୁ ଦାୟୀ ନକରି ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସୁତରାଂ ଭୁବନେଶ୍ୱରରେ କୁତ୍ରିମ ବନ୍ୟା, ବିପର୍ଯ୍ୟସ୍ତ ଡ୍ରେନେଜ ସିଷ୍ଟମ ଓ ଏଥି ପାଇଁ ଲୋକଙ୍କ ଜୀବନ ହାନି ପାଇଁ ନବୀନ ସରକାର ଦାୟୀ । ଆମର ଦାବି : ମୃତ ଛାତ୍ର ଜ୍ୟୋତି ପ୍ରକାଶର ପରିବାରକୁ ୪ଲକ୍ଷ ଟଙ୍କା ଦିଆଯାଇଛି । ଏହା ଉପହାସ, ତୁରନ୍ତ ତାର ପରିବାରକୁ ୫୦ଲକ୍ଷ ଟଙ୍କା ଦିଆଯାଉ । ନଗର ଉନ୍ନୟନ ମନ୍ତ୍ରୀଙ୍କ ବହିସ୍କାର, ବିଏମସି କମିଶନର ଏବଂ ନଗର ଉନ୍ନୟନ ସଚିବଙ୍କୁ ନିଲମ୍ବିତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ତୁରନ୍ତ ଡ୍ରେନ କାର୍ଯ୍ୟ ଆରମ୍ଭ କରାଯାଇ ଏହାର ପୂର୍ଣ୍ଣାଙ୍ଗ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରାଯାଉ । ସାମ୍ବାଦିକ ସମ୍ମିଳନୀପରେ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ଏବଂ ଏହି ବିକ୍ଷୋଭରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ବିଏମସି କମିଶନର, ନଗର ଉନ୍ନୟନ ସଚିବ ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କୁଶପୁତଳିକ ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂକୁନା କହଁର, ନିହାର ବେହେରା, ବାବୁ ଜେନା, ସୁନିଲ ମାଟିଆ, ସାଗର ପଟ୍ଟନାୟକ, ଅବିନାଶ ନନ୍ଦ, ଅଭିରାମ ଗୌଡ, ମହମ୍ମଦ ଗୁଲଫାମ, ଅଖିଲେଷ ୟାଦବ, ଅଜିତ ବାରିକ, ସାସ୍ୱତ ନନ୍ଦ, ସାହାରୁଖ ଖାନ, ଆଦିତ୍ୟ କହଁର, ସୂର୍ଯ୍ୟକାନ୍ତ ସାହୁ, ପ୍ରତ୍ୟୁଷ ପ୍ରଧାନ, ଚିରଞ୍ଜିବ ମହାନ୍ତି, ରାଜଦ୍ୱୀପ ବେହେରା, ସୁବ୍ରତ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡାରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ପାଳିଲେ ସାବିତ୍ରୀ ବ୍ରତ

ବାଲିଗୁଡାରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ପାଳିଲେ ସାବିତ୍ରୀ ବ୍ରତ

May 16, 2026
ଭାଗବତ ପ୍ରଚାର ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା

ଭାଗବତ ପ୍ରଚାର ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା

May 16, 2026
ଦଧିଚି ଫାର୍ମାସି କଲେଜ ଓ CSIR-IMMT ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

ଦଧିଚି ଫାର୍ମାସି କଲେଜ ଓ CSIR-IMMT ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

May 16, 2026
ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସମନ୍ୱୟ ସଭା ଅନୁଷ୍ଠିତ

ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସମନ୍ୱୟ ସଭା ଅନୁଷ୍ଠିତ

May 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡାରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ପାଳିଲେ ସାବିତ୍ରୀ ବ୍ରତ

ବାଲିଗୁଡାରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ପାଳିଲେ ସାବିତ୍ରୀ ବ୍ରତ

May 16, 2026
ଭାଗବତ ପ୍ରଚାର ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା

ଭାଗବତ ପ୍ରଚାର ସମିତି ପକ୍ଷରୁ ମ୍ୟାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା

May 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version