No Result
View All Result
ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ଅଲଣ୍ଡା ୧୦୮ ଫାର୍ମାଶିଷ୍ଟଙ୍କ ମହାନତା, ଗର୍ଭବତୀ ମହିଳାଙ୍କୁ ଷ୍ଟେଚ଼ରରେ ବୋହି ଆଣିଲେ ୩ କିମି ରାସ୍ତା

ଓଡ଼ିଶା ତାଜା ନ୍ୟୁଜ୍ (୨୧ ସେପ୍ଟେମ୍ବର ମଙ୍ଗଳବାର) ପାରଳାଖେମୁଣ୍ଡି :- କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ତଥା ମୌଳିକ ସମସ୍ୟାର ସମାଧାନ ପାଇଁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଳକର ଉପାନ୍ତ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଏହି ବ୍ଳକରେ ଏବେ ମଧ୍ୟ ବହୁ ଗ୍ରାମ ରହିଛି ଯେଉଁଠି କି ଗମନାଗମନ କରିବା କାଠିକର ପାଠ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧିନ ଅଲଣ୍ଡା ଗ୍ରାମରେ ।
ଏହି ଗ୍ରାମର ଜଣେ ଗର୍ଭବତୀ ମହିଳା ସୁନିଲା ଶବର (୩୩) ଗର୍ଭ ଯନ୍ତ୍ରଣା ସହ୍ୟ କରି ନ ପାରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲେନ୍ସକୁ ଖବର କରିଥିଲେ। ଖବର ପାଇ ୧୦୮ର ଫାର୍ମାଶିଷ୍ଟ ବିବ୍ୟାଧର ସାହୁ ଓ ଚାଳକ ଯାଇଥିଲେ । ଗାଡିଟି ରାଜ୍ୟ ରାଜପଥ କଡରେ ପଡୁଥିବା ଅଲଣ୍ଡା ଛକଠାରେ ଅଟକି ଥିଲା । ସେଠାରୁ ୫ କି.ମି ଦୂର ଅଲଣ୍ଡା ଗ୍ରାମର ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ୧୦୮ ଯିବା ସମ୍ଭବପର ହୋଇନଥିଲା ।
ଏଣୁ ଫାର୍ମାଶିଷ୍ଟ ବିଦ୍ୟାଧର ଷ୍ଟେଚର ଧରି ପାଦରେ ଚାଲି ଚାଲି ଅଲଣ୍ଡା ଗ୍ରାମରେ ପହଞ୍ଚିଲେ। ସେଠାରୁ ଗର୍ଭବତୀ ମହିଳାଙ୍କୁ ଷ୍ଟେଚ଼ରରେ ଶୁଆଇ ବୋହି ବୋଲି ୩ କି.ମି ଦୁର୍ଗମ ରାସ୍ତା ପାର ହୋଇ ଅଟକି ରହିଥିବା ୧୦୮ରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। କିଛି ଘଣ୍ଟାର ବ୍ୟବଧାନ ପରେ ସୁନିଲାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି। ମା’ ଓ ପୁଅ ଉଭୟେ ସୁସ୍ଥ ଅଛନ୍ତି। (ଗରୁଡ଼ଧ୍ଵଜଚୌଧୁରୀ)
No Result
View All Result