No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ପାରଳାଖମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ତ ରାଣୀପେଣ୍ଠ ଗ୍ରାମ ପଞ୍ଚାୟତର ରଣିପେଣ୍ଠl ଠାରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା । ରାଣୀପେଣ୍ଠ ଗ୍ରାମ ସ୍ଥିତ ରାଜାଷ୍ଟିଲ ଇଣ୍ଡଷ୍ଟ୍ରିର ଲିଫ୍ଟ ବେସ-ପ୍ଲେଟ ଖସିଯିବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ରାଜାଷ୍ଟିଲ ଇଣ୍ଡଷ୍ଟ୍ରିରେ ପଶ୍ଚିମବଙ୍ଗ ଅଞ୍ଚଳର ୪ ଜଣ କାର୍ଯ୍ୟରତ ଶ୍ରମିକ ବିଭିନ୍ନ ସାମଗ୍ରୀ ଧରି ଲିଫ୍ଟ ଯୋଗେ ଇଣ୍ଡଷ୍ଟ୍ରିର ୪ ମହଲା ଉପରୁ ଆସୁଥିଲେ ।

ତେବେ କୋଣସି କାରଣ ବଶତଃ ଲିଫ୍ଟ ଭିତରେ ଠିଆହୋଇ ଆସୁଥିବା ବେଳେ ହଠାତ ଠିଆ ହୋଇଥିବା ବେସ-ପ୍ଲେଟ ୱେଲଡିଂ ଛାଡି ଖସି ଯାଇଥିଲା ।ଫଳରେ ଲିଫ୍ଟଟି ପୁରା ତଳକୁ ଖସି ଯାଇଥିଲା ତେବେ ସେଥିରେ ଥିବା ଜଣକର ୨୩ ବର୍ଷୀୟ ଶେଖ ଆସିଫଙ୍କ ମୃତ୍ୟୁ ହେବା ସହ୩ଜଣବି.ଗଣେଶ(୩୦),ଏମ.ଡି.ଚାନ୍ଦ(୨୫) ଓ ଏମ.ଡି.ଗୁଲହା(୨୧) ଗୁରୁତର ହୋଇ ପଡ଼ିଥିଲେ । ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସ୍ୟଳୟ ଓ ପରେ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ କିମସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result