No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ରବିବାର ବାଙ୍କୀ ବିଚାର ବିଭାଗୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏଥିରେ ଷ୍ଟେଟ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ , ୟୁକୋ ବ୍ୟାଙ୍କ ଋଣ ବାବଦକୁ ୭,୬୦,୧୩୨ଟଙ୍କା ଆଦାୟ କରାଯାଇଥିବା ବେଳେ ଅନ୍ୟାନ୍ୟ ମକୋଦ୍ଦମା ପାଇଁ ୬,୭୦୦ଟଙ୍କା ଆଦାୟ କରାଯାଇଛି । ବାଙ୍କୀ ଉପଖଣ୍ଡ ସିନିୟର ଡିଭିଜନ ସଭିଲ ଜଜ୍ ଦୀପଙ୍କର ପଟ୍ଟନାୟକ ଓ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି ଏହି ଲୋକଅଦାଲତକୁ ପରିଚାଳନା କରିଥିଲେ ।
କୋର୍ଟ କର୍ମଚାରୀ ନାଜର ପ୍ରଶାନ୍ତ କୁମାର ବେହେରା, ରଶ୍ମୀରଞ୍ଜନ ସାହୁ, ଗଣେଶ ମଲ୍ଲୀକ, ମାନସ କୁମାର ପ୍ରଧାନ, ସୁଜିତ୍ କୁମାର ମହାନ୍ତି, ଧୂଳେଶ୍ୱର ପରିଡା, କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ସହଯୋଗ କରିଥିଲେ । ଓକିଲ ସଂଘ ସଭାପତି ଗୌରୀଶଙ୍କର ନନ୍ଦ , ଉପସଭାପତି ଓ ସରକାରୀ ଓକିଲ ସନ୍ତୋଷ କୁମାର ରଣା, ସଂପାଦକ ବିଶ୍ୱରଞ୍ଜନ ପଣ୍ଡା, ସରକାରୀ ଓଖିଲ ପ୍ରଦୀପ କୁମାର ପୃଷ୍ଟି , ବକ୍ସି ସୁଧାଂଶୁ ମୋହନ ପଟ୍ଟନାୟକ, ସୁଜିତ କୁମାର ପଣ୍ଡା, ସନ୍ତୋଷ କୁମାର ମିଶ୍ର, ସରକାରୀ ଓକିଲ ପ୍ରଦୀପ କୁମାର ପୃଷ୍ଟି , ଶିବପ୍ରସାନ ପାଢ଼ୀ, ବିକାଶ ବହାରୀ କର, ଆଶୁତୋଷ ପଣ୍ଡା, ଅଜୟ କୁମାର ପଟ୍ଟନାୟକ ପ୍ରମୁଖ ଆଇନଜୀବୀମାନେ ଉପସ୍ଥିତ ରହି ମୋକଦ୍ଦମା ଫଇସଲାରେ ସହଯୋଗ କରିଥିଲେ । କରୋନା ନିୟମ ଅନୁଯାୟୀ ଆବାସୀ ମାଧ୍ୟମରେ କେତେକ ମୋକଦ୍ଦମା ଫଇସଲା କରାଯାଇଥିଲା ।
No Result
View All Result