• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ୍‌ ହୋଇଥିବା ଓଡ଼ିଶାର ସମାଜବାଦୀ ଆନ୍ଦୋଳନର ଭୀଷ୍ମ ପିତାମହ : ପୂର୍ବତନ ବିଧାୟକ ଓ ସାଂସଦ ୰ ସାରଙ୍ଗଧର ଦାସ

Proprietor Abhimanyu Maharana by Proprietor Abhimanyu Maharana
September 18, 2021
in ଓଡ଼ିଶା, ଢେଙ୍କାନାଳ, ହୋମ୍
0
ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ୍‌ ହୋଇଥିବା ଓଡ଼ିଶାର ସମାଜବାଦୀ ଆନ୍ଦୋଳନର ଭୀଷ୍ମ ପିତାମହ : ପୂର୍ବତନ ବିଧାୟକ ଓ ସାଂସଦ ୰ ସାରଙ୍ଗଧର ଦାସ
Share on FacebookShare on TwitterWhatsapp

ବିଧାୟକ : ଲେଖକ, ଶ୍ରୀ ସୁଧୀର କୁମାର ସାମଲ – ଢେଙ୍କାନାଳ 

ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ଶନିବାର) ଢେଙ୍କାନାଳ :- ବ୍ରିଟିଶ୍ ଶାସନ ଅଧିନରେ ଓଡ଼ିଶାରେ ଥିବା ୨୬ଗୋଟି ଗଡ଼ଜାତର ରାଜାମାନେ ବ୍ରିଟିଶ୍ ସରକାରଙ୍କୁ କର ପ୍ରଦାନ କରିବା ସଙ୍ଗେସଙ୍ଗେ ଗଡ଼ଜାତର ଶାସନ ଭାର ଗ୍ରହଣ କରିଥିଲେ । ଏହି ରାଜାମାନଙ୍କ ମଧ୍ୟରୁ ଅଧିକାଂଶ ସୁଶାସନ ପରିବର୍ତ୍ତେ ବିଳାସମୟ ଜୀବନଯାପନ କରି ପ୍ରଜାପୀଡନ କରି ପ୍ରଜାମାନଙ୍କ ଅର୍ଥରେ ଗାଡ଼ି କିଣିବା, ବିଳାସମୟ କୋଠି ନିର୍ମାଣ ସହିତ ସେହି କାର୍ଯ୍ୟରେ ପ୍ରଜାମାନଙ୍କୁ ବେଠିରେ ଲଗେଇ କାର୍ଯ୍ୟ ସମ୍ପାଦନ କରୁଥିଲେ । ଢେଙ୍କାନାଳ ଗଡ଼ଜାତର ପ୍ରଜାପୀଡ଼ନ ଚରମ ସୀମାରେ ପହଞ୍ôଚଥିଲା ଓ ପ୍ରଜାମାନେ ତ୍ରାହି ତ୍ରାହି ଡାକୁଥିଲେ । ରାଜ ଅତ୍ୟାଚାର ବିରୋଧରେ ଢେଙ୍କାନାଳର ସଚେତନ ସ୍ୱାଧୀନଚେତା ନେତୃତ୍ୱ ମହେଶ୍ୱର ସୁବାହୁସିଂହ, ବୀର ବୈଷ୍ଣବ ପଟ୍ଟନାୟକ, ମୁଷା ମଲ୍ଲିକ, ନରୋତ୍ତମ ଦାସ ପ୍ରମୁଖ ରାଜତନ୍ତ୍ର ବିରୋଧରେ ସଂଗ୍ରାମ କରିଥିଲେ । ଏହା ବ୍ୟତୀତ ଆମେରିକାରେ ସାହେବ ଜୀବନ ଯାପନ କରି ଚଳୁଥିବା ବିଶିଷ୍ଟ କୃଷି ବିଜ୍ଞାନୀ, ମା’ ମାଟିର ମମତାରେ ଓ ପ୍ରଜାଙ୍କ ଦୁଃଖ ଲାଘବ ପାଇଁ ଆମେରିକା ପରିତ୍ୟାଗ କରି ଜନ୍ମ ମାଟିକୁ ଫେରି ଆସିଲେ ।

ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ୍‌ ହୋଇଥିବା ଓଡ଼ିଶାର ସମାଜବାଦୀ ଆନ୍ଦୋଳନର ଭୀଷ୍ମ ପିତାମହ, ପୂର୍ବତନ ବିଧାୟକ ଓ ସାଂସଦ ୰ ସାରଙ୍ଗଧର ଦାସ ୧୮୮୭ ମସିହା ଅକ୍ଟୋବର ୧୭ତାରିଖରେ ଢେଙ୍କାନାଳ ଜିଲ୍ଲା ହରେକୃଷ୍ଣପୁର ଗ୍ରାମରେ ପିତା ୰ ହରେକୃଷ୍ଣ ଦାସ ଓ ମାତା ମାଣିକ ଦେଈଙ୍କ ଗର୍ଭରୁ ଜନ୍ମ ହୋଇଥିଲେ । ୧୧ ବର୍ଷ ବୟସରେ ପିତୃ ବିୟୋଗ ହେତୁ ମାଆ ମାଣିକ ଦେବୀ ତାଙ୍କର ଶିକ୍ଷାଭାର ମୁଣ୍ଡକୁ ନେଇଥିଲେ । ସେ ଢେଙ୍କାନାଳ ଗଡ଼ ହାଇସ୍କୁଲ୍‌ରୁ ୧୯୦୭ ମସିହାରେ ମାଟ୍ରିକ୍ୟୁଲେସନ୍ ପାସ୍ କରି ରେଭେନ୍ସା କଲେଜରୁ ବି.ଏସ୍‌ସି.ରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ନିମନ୍ତେ ବିଦେଶକୁ ଯିବାକୁ ଉଦ୍ୟମ କଲେ । ପ୍ୟାରୀମୋହନ ଆଚାର୍ଯ୍ୟ, ପଣ୍ଡିତ ଗୋପବନ୍ଧୁ ଦାସ ଓ ଆଚାର୍ଯ୍ୟ ହରିହର ଦାସ ତାଙ୍କୁ ବିଦେଶ ଶିକ୍ଷାଲାଭ ନିମନ୍ତେ ସହଯୋଗର ହାତ ବଢେଇଥିଲେ, ମାତ୍ର ଅର୍ଥ ଯୋଗାଡ଼ ନ ହେବାରୁ ସେ ଢେଙ୍କାନାଳ ରାଜାଙ୍କଠାରୁ ଛାତ୍ରବୃତ୍ତି ନେଇ ଜାପାନର ଟୋକିଓ ଠାରେ ଦୁଇବର୍ଷ ରସାୟନ ବିଜ୍ଞାନରେ ଶିକ୍ଷା କଲେ । ମାତ୍ର ଜାପାନର ଶିକ୍ଷା ତାଙ୍କୁ ଭଲ ନ ଲାଗିବାରୁ ସେ ଜାପାନ ପରିତ୍ୟାଗ କରି ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ, ବର୍କେଲୀ ବିଶ୍ୱବିଦ୍ୟାଳୟରେ କୃଷି ଓ ବୈଷୟିକ ଶିଳ୍ପ ଉପରେ ସ୍ନାତକୋତ୍ତର ଶିକ୍ଷା ଲାଭ କଲେ ।

ଉଚ୍ଚ ଶିକ୍ଷା ପରେ ସେ ବିଦେଶରେ ବିଭିନ୍ନ ଚିନିକଳରେ ବୈଷୟିକ ଯନ୍ତ୍ରୀ ଓ ଉପଦେଷ୍ଟା ଭାବରେ ଉଚ୍ଚ ବେତନରେ ନିଯୁକ୍ତି ପାଇଲେ । କାଲିଫର୍ଣ୍ଣିଆରେ ଅଧ୍ୟୟନ ବେଳେ ଜଣେ ସ୍ୱିଡେନ୍ ମହିଳା ଫ୍ରିଡା ହର୍ସୱିର୍‌ଥ ଯେ କି ଜଣେ ଉଚ୍ଚକୋଟିର ଲେଖକ ଓ ଚିତ୍ରକର ଥିଲେ, ତାଙ୍କ ସହ ସାରଙ୍ଗଧରଙ୍କ ପରିଚୟ ହେଲା ଓ ଏହି ପରିଚୟ ପ୍ରେମରେ ପରିଣତ ହେବାପରେ ସାରଙ୍ଗଧର ତାଙ୍କୁ ବିବାହ କରିଥିଲେ । ଫ୍ରିଡା ‘ମ୍ୟାରେଜ୍ ଟୁ ଇଣ୍ଡିଆ’ ନାମକ ଏକ ପୁସ୍ତକ ରଚନା କରି ତାଙ୍କ ବିବାହର ସାର୍ଥକତା ବର୍ଣ୍ଣନା କରିଛନ୍ତି । ୧୯୧୭ରେ ସେ ଫ୍ରିଡାଙ୍କ ସହ ଭାରତ ଫେରିଲେ । ସାରଙ୍ଗଧର ଜଣେ ସାହେବ ଭାବରେ ଜୀବନ ଯାପନ କରୁଥିଲେ ଓ ସାହେବ ଭାବରେ ପତ୍ନୀଙ୍କୁ ଧରି ଭାରତ ଫେରିଲେ । ନିଜ ଜନ୍ମମାଟିରେ ଶିଳ୍ପ ପ୍ରତିଷ୍ଠା ପାଇଁ ତାଙ୍କର ଅଦ୍ୟମ ଇଚ୍ଛା ଥିଲା ।

ମାତ୍ର ପ୍ରତିବନ୍ଧକ ହେତୁ ସେ ବିଭିନ୍ନ ଘରୋଇ ଚିନି କାରଖାନାର ଉପଦେଷ୍ଟା ଓ ପରେ ଟାଟା କମ୍ପାନୀ ଅଧୀନରେ ଚିନିକଳ ଉପଦେଷ୍ଟା ନିୟୋଜିତ ହେଲେ । ମାତ୍ର ତାଙ୍କର ମନ ଏଥିରେ ବୁଝିଲା ନାହିଁ । ନିଜ ଜନ୍ମମାଟିର ଆକର୍ଷଣ ତାଙ୍କୁ ଟାଣି ଆଣିଲା । ସେ ବ୍ରହ୍ମକୁଣ୍ଡ ଜଙ୍ଗଲରେ ଆଖୁ ଚାଷ ଆରମ୍ଭ କଲେ । ମଧୁବାବୁଙ୍କ ପରେ ସେ ଶିଳ୍ପାୟନ ପାଇଁ ଉଦ୍ୟମ କରିବାରେ ଦ୍ୱିତୀୟ ଓଡ଼ିଆ । ବିନା ସରକାରୀ ସହାୟତାରେ ସେ ଫିଲିପାଇନ୍ସରୁ ଯନ୍ତ୍ରପାତି ଆଣି ଏକ ଚିନିକଳ ସ୍ଥାପନ କଲେ । ସାରଙ୍ଗଧର ଚିକିତ୍ସା ପାଇଁ କଲିକତା ଯାଇଥିବା ସମୟରେ ତାଙ୍କ ଚିନିକଳକୁ ରାଜାଙ୍କ ଲୋକେ ନିଆଁ ଲଗେଇ ପୋଡ଼ିଦେଲେ । ସେହି ସମୟରେ ଅନ୍ୟ ଗଡ଼ଜାତ ଗୁଡ଼ିକ ସହ ଢେଙ୍କାନାଳରେ ପ୍ରଜାପୀଡନ ଶେଷ ସୀମାରେ ପହଞ୍ôଚଥିଲା । ବେଠି, ବେଗାରୀ, ରସଦ, ମାଗଣ ଆଦି ପ୍ରଜାଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ଯିଏ ବିରୋଧ କରୁଥିଲେ ତାହା ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା ।

ଏହି ସମୟରେ ସାରଙ୍ଗଧର ଦାସ ପ୍ରଜାମାନଙ୍କୁ ରାଜ ଅତ୍ୟାଚାରରୁ ମୁକ୍ତି ଦେବାକୁ ପ୍ରଜାମଣ୍ଡଳରେ ସାମିଲ୍‌ ହେବାକୁ ଲାଗିଲେ । ଜଣେ ସ୍ୱାଧୀନଚେତା ପ୍ରକୃତି ଓ ପରିବେଶ ସହିତ ଜଡ଼ିତ ଲେଖିକା ଓ ଚିତ୍ରଶିଳ୍ପୀ ଫ୍ରିଡ଼ା ବିପ୍ଳବୀଙ୍କର ସଂଘର୍ଷମୟ ଚଳଣିରେ ନିଜକୁ ଖାପ୍ ଖୁଆଇ ନପାରି ଏହି ସମୟରେ ସାରଙ୍ଗଧରଙ୍କୁ ପରିତ୍ୟାଗ କରି ବିଦେଶ ଫେରିଗଲେ । ସାରଙ୍ଗଧର ପ୍ରଜା ସମ୍ମିଳନୀ ଗଠନ କଲେ ଓ ସେଥିରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିଦେଲେ । ଢେଙ୍କାନାଳ ଗଡ଼ଜାତର ନିର୍ଯ୍ୟାତନା ଓ ଅତ୍ୟାଚାର ବିଷୟ ପାର୍ଲାମେଣ୍ଟରେ ମଧ୍ୟ ଆଲୋଚନା ହେଲା । ରାଜା ଭାବିଲେ ସାରଙ୍ଗଧର ଦାସ ପାର୍ଲାମେଣ୍ଟର ସଭ୍ୟ ଥିବା ଭୁବନାନନ୍ଦଙ୍କୁ ସବୁ ଗୁପ୍ତ ତଥ୍ୟ ଦେଉଛନ୍ତି । ତେଣୁ ତାଙ୍କ ଉପରେ ତାଙ୍କର ଆକ୍ରୋଶ ବଢିବାକୁ ଲାଗିଲା । ଆଗରୁ ସାରଙ୍ଗଧରଙ୍କର ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ନବକୃଷ୍ଣ ଚୌଧୁରୀ ସହ ସୁସମ୍ପର୍କ ଥିଲା । ସେ ସେମାନଙ୍କ ସହଯୋଗରେ ଢେଙ୍କାନାଳର ଗ୍ରାମେ ଗ୍ରାମେ ପ୍ରଜା ସଂଗଠନ ଗଢ଼ି ତୋଳିଲେ ।

୧୯୩୮ରେ କଟକ ଟାଉନ୍ ହଲ୍‌ରେ ବିଭିନ୍ନ ଗଡ଼ଜାତ ନେତାଙ୍କୁ ନେଇ “ଗଡ଼ଜାତ ପ୍ରଜା ସମ୍ମିଳନୀ” ଆୟୋଜିତ ହେଲା । ୧୯୩୮ରେ ଗାନ୍ଧିଜୀଙ୍କ ଆହ୍ୱାନରେ ସାରଙ୍ଗଧର କଂଗ୍ରେସ ଦଳରେ ସାମିଲ୍‌ ହେଲେ । ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କ ଅଧ୍ୟକ୍ଷତାରେ ଗଠିତ ଅଲ ଇଣ୍ଡିଆ ପିପୁଲ୍ସ କନ୍‌ଫରେନ୍ସରେ ସେ ସମ୍ପାଦକ ଦାୟିତ୍ୱ ନିର୍ବାହ କଲେ । ୧୯୩୮ ସେପ୍ଟେମ୍ବର ୧୩ତାରିଖରେ ସାରଙ୍ଗଧର, ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରଙ୍କ ନେତୃତ୍ୱରେ ରାଜ ଶାସନ ବିରୋଧରେ ଢେଙ୍କାନାଳଠାରେ ଏକ ବିରାଟ ପ୍ରଜା ସମ୍ମିଳନୀ ଆୟୋଜିତ ହୋଇଥିଲା । ତାହାପରେ ୧୯୩୯ ସେପ୍ଟେମ୍ବର ୧ ଓ ୨ ତାରିଖରେ ଢେଙ୍କାନାଳ ସୀମା ଜେନାପୁରଠାରେ ସାରଙ୍ଗଧରଙ୍କ ଅଧ୍ୟକ୍ଷତାରେ ଏକ ବିରାଟ କୃଷକ ସମାବେଶ ଅନୁଷ୍ଠିତ ହେଲା ଯାହାର ପ୍ରଭାବ ଢେଙ୍କାନାଳ ପ୍ରଜାମଣ୍ଡଳକୁ ସୁଦୃଢ କରିବା ସହ ପ୍ରଜାମେଳିଙ୍କୁ ବିସ୍ତାରିତ କଲା । ୧୯୩୯ ଅକ୍ଟୋବର ୧୦ ତାରିଖରେ ଭୁବନରେ ପ୍ରଜାମେଳି କରୁଥିବା ୧୮ଜଣଙ୍କୁ ଗିରଫ କରାଗଲା ।

ସେମାନଙ୍କୁ ଖଲାସ ପାଇଁ ପ୍ରଜାମାନେ ଅଡି ବସିବାରୁ ଏହାକୁ ଦମନ ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ସହ ଫୋର୍ସ ଭୁବନ ଯିବାକୁ ନୀଳକଣ୍ଠପୁର ନଦୀଫେରି ଘାଟଠାରେ ଡଙ୍ଗା ଆଣିବାକୁ ୧୨ ବର୍ଷର ବାଳକ ବାଜି ରାଉତଙ୍କୁ ନିର୍ଦ୍ଦେଶ ଦେଲେ । ସେ ରାଜି ନହେବାରୁ ତାକୁ ଗୁଳି କରାଗଲା ଓ ଭାରତବର୍ଷର ସର୍ବକନିଷ୍ଠ ବାଳକ ଭାବେ ବାଜି ରାଉତ ଦେଶ ପାଇଁ ପ୍ରାଣବଳୀ ଦେଲେ । ତା’ପରେ ହିନ୍ଦୋଳ ରେଳଷ୍ଟେସନ୍‌ରେ ଏକ ଗୁଳିକାଣ୍ଡରେ ୬ଜଣ ଆନ୍ଦୋଳନକାରୀ ପ୍ରଜା ମୃତ୍ୟୁବରଣ କଲେ । ବାଜି ରାଉତଙ୍କ ସହ ସମସ୍ତ ଶହୀଦଙ୍କ ଶବକୁ ପ୍ରଜାମଣ୍ଡଳ ନେତାମାନେ କଟକ ଆଣି ଶଗଡ଼ରେ କଟକ ସହର ପରିକ୍ରମା କରାଇ ବ୍ରିଟିଶ୍ ସରକାର ଓ ରାଜ ଅତ୍ୟାଚାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହାର ପ୍ରତିବାଦରେ ଅକ୍ଟୋବର ୨୯ତାରିଖରେ ବିଭିନ୍ନ ରାଜନୈତିକ ଦଳ ଗଡ଼ଜାତ କଳାଦିବସ ପାଳନ କଲେ । ସାରଙ୍ଗଧର ଦାସ ଢେଙ୍କାନାଳ ସହିତ ବିଭିନ୍ନ ଗଡ଼ଜାତକୁ ଯାଇ ପ୍ରଜାମଣ୍ଡଳ ଆନ୍ଦୋଳନକୁ ସକ୍ରିୟ କରିବା ସହ ରାଜଶକ୍ତି ଓ ବ୍ରିଟିଶ ସରକାର ବିରୋଧରେ ଏକ ଦୁର୍ବାର ଆନ୍ଦୋଳନ ଗଢ଼ିତୋଳିଲେ ।

ତେଣୁ ତାଙ୍କୁ ଗଡ଼ଜାତ ଗାନ୍ଧୀ ଭାବେ ସମ୍ବୋଧନ କରାଯାଇଥାଏ । ସେହି ସମୟରେ ମୋଗଲବନ୍ଦୀ ତିର୍ତ୍ତୋଲଅଞ୍ଚଳରେ କୃଷକ ସଂଗଠନ କରିବା ଦାୟିତ୍ୱରେ ସାରଙ୍ଗଧର ନିୟୋଜିତ ଥିଲେ ଓ ତିର୍ତ୍ତୋଲ ଏରସମାରୁ ୧୯୪୬ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହେଲେ । ସେ ବିଧାୟକ ଭାବେ ଓଡ଼ିଶା ପ୍ରଦେଶର ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଏକ ଭାବବିହ୍ୱଳ ଭାଷଣ ଦେଲେ । ୧୯୪୮ ମସିହାରେ ଉତ୍କଳ ନବଜୀବନ ମଣ୍ଡଳର ସଭାପତି ଦାୟିତ୍ୱ ଗ୍ରହଣ କଲେ । ଆଦିବାସୀ, ଦଳିତ, ଶୋଷିତ ଜନସାଧାରଣଙ୍କ ସୁରକ୍ଷା ଅପେକ୍ଷା କଂଗ୍ରେସ ଦଳ ଗଡ଼ଜାତ ରାଜାଙ୍କ ସ୍ୱାର୍ଥ ରକ୍ଷା କରୁଛି ଅଭିଯୋଗ କରି ୧୯୪୮ରେ ସାରଙ୍ଗଧର କଂଗ୍ରେସ ଦଳ ଓ ବିଧାୟକ ପଦବୀରୁ ଇସ୍ତଫା ଦେଇ ଉଚ୍ଚ ରାଜନୈତିକ ମୂଲ୍ୟବୋଧ ପ୍ରଦର୍ଶନ କଲେ । ସେ ୧୯୪୯ରେ ସେ ସୋସାଲିଷ୍ଟ ପାର୍ଟିରେ ଯୋଗଦାନ କରି ୧୯୫୧ ମସିହାରେ ଢେଙ୍କାନାଳ- ପଶ୍ଚିମକଟକ ନିର୍ବାଚନ ମଣ୍ଡଳୀରୁ ସୋସାଲିଷ୍ଟ ପାର୍ଟି ପ୍ରାର୍ଥୀ ଭାବେ କଂଗ୍ରେସର ମଦନ ମୋହନ ପ୍ରଧାନଙ୍କୁ ପରାଜିତ କରି ଲୋକସଭାକୁ ନିର୍ବାଚିତ ହେଲେ ।

ପାର୍ଲାମେଣ୍ଟରେ ସାରଙ୍ଗଧର ହୀରାକୁଦ ନଦୀବନ୍ଧ ନିର୍ମାଣ, ରାଉକେଲା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ସହ ଷଢେଇକଳା ଓ ଖରସୁଆଁକୁ ଓଡ଼ିଶାରେ ମିଶ୍ରଣ ପାଇଁ ଏକ ଭାବଗର୍ଭକ ଭାଷଣ ପ୍ରଦାନ କରିଥିଲେ ଓ ତାଙ୍କ ବକ୍ତବ୍ୟରେ ଗୃହ ନୀରବ ହୋଇଯାଇଥିଲା । ଜଣେ କୃଷକ ନେତା ଭାବେ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ଦ୍ୱାରା ସମ୍ପାଦିତ କୃଷକ ପତ୍ରିକାରେ ସେ ‘ଲଣ୍ଡା ଦେହୁରୀ’ ଛଦ୍ମ ନାମରେ ତାଙ୍କର ଲେଖା ଓ ପ୍ରଚାର ପତ୍ର ବାଣ୍ଟି ପ୍ରଜାମାନଙ୍କୁ ସଚେତନ କରୁଥିଲେ । ବିଳାସମୟ ଜୀବନ ତ୍ୟାଗକରି ଗାନ୍ଧିଜୀ ଦେଶପାଇଁ କାର୍ଯ୍ୟ କରିଥିବା ବେଳେ ସାରଙ୍ଗଧର ଦାସ ମଧ୍ୟ ନିଜ ଢେଙ୍କାନାଳ ମାଟି ପାଇଁ ବିଦେଶର ବିଳାସବ୍ୟସନ ଓ ସର୍ବସ୍ୱ ତ୍ୟାଗ କରିଥିଲେ । ୧୯୫୭ ମସିହାରେ ସେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସର ନିତ୍ୟାନନ୍ଦ କାନୁନ୍‌ଗୋଙ୍କଠାରୁ ପରାଜିତ ହେଲେ, ଯାହାକି ତାଙ୍କୁ ଗଭୀର ମାନସିକ ଆଘାତ ଦେଲା ଓ ତା’ପରେ ସେ ଅସୁସ୍ଥ ହୋଇପଡ଼ିଲେ ୧୯୫୭ ମସିହା ସେପ୍ଟେମ୍ବର ୧୮ ତାରିଖରେ କଟକଠାରେ ପରଲୋକ ଗମନ କଲେ ଓ କଟକ ସତୀଚଉରାଠାରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ତାଙ୍କ ସମସ୍ତ ସମ୍ପତ୍ତି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଦେଇଥିଲେ । ଆଜି ତାଙ୍କ ୬୪ତମ ଶ୍ରାଦ୍ଧବାର୍ଷିକୀରେ ଗଡ଼ଜାତ ଗାନ୍ଧୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଅଛି । (ରିପୋର୍ଟ୍ ଅମର ରଞ୍ଜନ ଦାସ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

May 5, 2026
ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

May 5, 2026

Recent News

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

May 5, 2026
ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

May 5, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version