No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ,ଶୁକ୍ରବାର ) ବାଙ୍କୀ :- ବାଙ୍କୀ ଏନ୍.ଏ.ସି ଅର୍ନ୍ତତ ୧ନମ୍ବର ୱାର୍ଡ ଚକାପଦା ଗ୍ରାମରେ ୧୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ସ୍ମାର୍ଟ ପୋଖରୀ ଭୁଶୁଡ଼ି ପଡିବା ପରେ ବାଙ୍କୀ ନଗର ମଣ୍ଡଳ ବିଜେପି ସଭାପତି ସଂଜୟ ରଣାଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତାମାନଙ୍କର ଏକ ପ୍ରତିନିଧି ଦଳ ସାଧାରଣ ସଂପାଦକ ସରୋଜ କୁମାର ସାମନ୍ତରାୟ ଏବଂ ତୁଷାରକାନ୍ତ ତ୍ରିପାଠୀ, ଉପସଭାପତି ପ୍ରସନ୍ନ ବେହେରା ଓ ପ୍ରହ୍ଲାଦ ଗାଣ୍ଠିଆ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ ବିଭୂତିରାୟ, ମୁକେଶ ରାଉତ , ଅରବିନ୍ଦ ରାଉତ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗରିବ ଲୋକମାନଙ୍କ ଅର୍ଥକୁ ବାଟମାରଣା କରିବାର ସୁଚିନ୍ତିତ ଯୋଜନା କରାଯାଇଥିବା ସଂପର୍କରେ ଆଜି ଉପଜିଲ୍ଲାପାଳଙ୍କୁ ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରିଛନ୍ତି । ଗତ ତା.୨୫.୦୭.୨୧ ରିଖରେ ଏହି ପୋଖରୀର ପଶ୍ଚିମ ପାଶ୍ୱର୍ର ଗାର୍ଡୱାଲ୍ ଭୁଶୁଡି ପଡିଥିଲା ।
ପ୍ରଶାସନ ଏ ସଂପର୍କରେ ଅବଗତ ଥାଇ ମଧ୍ୟ ଅନ୍ୟ ଗାର୍ଡୱାଲ ନିର୍ମାଣ ସମୟରେ ଯତ୍ନବାନ ନହେବା ଯୋଗୁଁ ଗତ ତା. ୧୩.୦୯.୨୧ରିଖରେ ପୂର୍ନବାର ଆଉଗୋଟିଏ ଗାର୍ଡୱାଲ୍ ରାସ୍ତା ସହ ଭୁଶୁଡି ପଡିବା ଯୋଗୁ ଏଥି ପାଇଁ ପ୍ରଶାସନ ବାଟମାରଣାକୁ ଯୋଗ କରୁଥିବା ଅଭିଯୋଗ କରାଯାଇଛି । ଦୁଇ ପାଶ୍ୱର୍ର ଗାର୍ଡୱାଲ ଭୁଶୁଡି ପଡିବା ଯୋଗୁଁ ରାସ୍ତାର ୧୦ଫୁଟ ଓସାରର ଧସି ପୋଖରୀ ଭିତରକୁ ପଶିଯାଇଛି । ରାସ୍ତା ଧସେଇ ଯିବା ଯୋଗୁଁ ପୋଖରୀ ପାଶ୍ୱର୍ରେ ଥିବା ଅଧିବାସୀମାନେ ସେମାନଙ୍କର ଜୀବନ ଜିବିକା ପ୍ରତି ବିପଦ ଆଶଙ୍କା ପ୍ରକାଶ କରିଥିଲେ ମଧ୍ୟ ପ୍ରଶାସନ ଏଥି ପାଇଁ ତତ୍ପରତା ପ୍ରକାଶ ନକରିବା ଅଞ୍ଚଳବାସୀଙ୍କ ପ୍ରତି ବେଖାତିରି ଭାବ ପ୍ରକାଶ କରିଛନ୍ତି । ବିନା ସୂଚନା ଫଳକରେ ଏହି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ଉକ୍ତ ଘଟଣାର ନିରପକ୍ଷ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଯାଇ ଦାୟୀତ୍ୱରେ ଥିôବା ଅଧିକାରୀ ଓ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଦାବୀ କରାଯାଇଛି । ବାଙ୍କୀ ନଗର ବିଜେପି ସଭାପତି ସଂଜୟ ରଣାଙ୍କ ନେତୃତ୍ୱରେ ଆଜି ଶିବପ୍ରସାଦ ମାଝୀ, ଗଗନ ପଟ୍ଟନାୟକ, ଉତ୍କଳ ମନ୍ତ୍ରୀ , ଅଜିତ ସୁବୁଦ୍ଧି, ସର୍ବେଶ୍ୱର ନାୟକ ,ଯୁଗୋଳ ମନ୍ତ୍ରୀ ପ୍ରଭୃତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ ।
No Result
View All Result