No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ,ଶୁକ୍ରବାର ) ବାଙ୍କୀ :- ଆଜି ବିଜେପି ବାଙ୍କୀ ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ କୁମାର ସ୍ବାଇଁ ଙ୍କ ନେତୃତ୍ୱରେ ବାଙ୍କୀ ବଜେପି ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ବାଙ୍କୀ ବ୍ଲକ ଘୋଡ଼ାବାର (ହୁଲୁହୁଲା) ବ୍ରିଜ଼ରେ କୁ ଗ୍ରସ୍ତ କରିଥିଲେ । ହୁଲୁହୁଲା ପୋଲ ଉପରେ ୪ ଫୁଟ ଉଚ୍ଚ ରେ ମହାନଦୀ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ସେଠାରେ ପ୍ରଶାସନ ତୁରନ୍ତ ଡ଼ଙ୍ଗା ପକେଇବା ସହ ଏକ ପାୱାର ବୋଟ ମହଜୁଦ ରଖିବାକୁ ଶ୍ରୀ ପାଢ଼ୀ ରାଜ୍ୟ ସରକାର ଙ୍କୁ କହିଥିଲେ। ବାଙ୍କୀ ରେ ଯେଉଁ ଅଞ୍ଚଳମାନଙ୍କ ରେ ବନ୍ୟା ପାଣିରେ ଫସଲ ନଷ୍ଟ ହୋଇଛି
ସେହି ଅଞ୍ଚଳରେ କୃଷି ଋଣ ଛାଡ଼ କରିବା ସହ ହୁଲୁହୁଲା ବ୍ରିଜ଼ କୁ ୧୦ ଫୁଟ ଉଚ୍ଚତା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନା କରିଛନ୍ତି । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଉଥିବା କୋଭିଡ ଟୀକା କୁ ଠିକ ସମୟରେ ଜନସାଧାରଣ ଙ୍କୁ ଦିଆ ଯାଉଛି କି ନାହିଁ ଅନୁଧ୍ୟାନ କରିଥିଲେ।ଏହାପରେ ସ୍ୱାସ୍ଥ୍ୟ କେନ୍ଦବୁଲି ସେଠାକାର ବିପର୍ଯ୍ୟସ୍ତ ଅବସ୍ଥା ଫଟା କାନ୍ଥରେ ଚୁନ ଲିପା,ରୋଗୀ ମାନଙ୍କ ପାଇଁ ଶଯ୍ୟା ନଥିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦନ ଟଙ୍କା ବାଟମାରଣା ସହ ଠିକ ସେ ଖର୍ଚ୍ଚ ହେଉନଥିବା ବିଜେପି ଅଭିଯୋଗ କରିଛି। ସ୍ୱାସ୍ଥ୍ୟ କେନ୍ଦ୍ର ରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ସହ ୫୦ ଜଣଙ୍କ ପାଇଁ ରୋଗୀ ଶଯ୍ୟା କରିବା ପାଇଁ ଶ୍ରୀ ପାଢ଼ୀ ସରକାର ଙ୍କ ପାଖରେ ଦାବି ରଖିଥିଲେ।
No Result
View All Result