• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୮ତମ ପ୍ରତିଷ୍ଠା ଦିବସ ଅଧିକ କ୍ରିୟାଶୀଳ ଓ ଦକ୍ଷ ହେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ପରାମର୍ଶ

Proprietor Abhimanyu Maharana by Proprietor Abhimanyu Maharana
September 17, 2021
in ଓଡ଼ିଶା, ପୁରୀ, ମହାନଗର, ହୋମ୍
0
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୮ତମ ପ୍ରତିଷ୍ଠା ଦିବସ ଅଧିକ କ୍ରିୟାଶୀଳ ଓ ଦକ୍ଷ ହେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ପରାମର୍ଶ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ମାନବ ସମାଜର ସ୍ୱାସ୍ଥ୍ୟରକ୍ଷା ଓ ସାମଗି୍ରକ ବିକାଶ ପାଇଁ ଆଜି ସମଗ୍ର ବିଶ୍ୱରେ ପ୍ରଦୂଷଣ ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ପ୍ରଦୂଷଣ କମାଇବା ପାଇଁ ପ୍ରତିକାର ଏବଂ ହ୍ରାସ ସମ୍ବନ୍ଧୀୟ ବ୍ୟବସ୍ଥା ହେଉଛି ପ୍ରମୁଖ ଅସ୍ତ୍ର । ରାଜ୍ୟ ସରକାର ଏଥି ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅଧିକ କ୍ଷମତାପନ୍ନ ଓ କ୍ରିୟାଶୀଳ କରିଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମିଳନୀ କକ୍ଷରେ ବୋର୍ଡର ୩୮ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ୧୯୮୩ ମସିହାରେ ଗଠିତ ହୋଇଥିବା ଏହି ବୋର୍ଡ ଦୀର୍ଘ ୩୭ ବର୍ଷ ଧରି ଜଳ, ବାୟୁ ଓ ପରିବେଶଜନିତ ପ୍ରଦୂଷଣକୁ ଯଥାସମ୍ଭବ ହ୍ରାସ କରାଇବା ପାଇଁ ସାରା ରାଜ୍ୟରେ ତାି୩୯;ର କାର୍ଯ୍ୟ ଜାରି ରଖିଛି ।

ବୋର୍ଡ ଦ୍ୱାରା ବିଭିନ୍ନ ବର୍ଜ୍ୟ ପରିଚାଳନା ସହିତ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳ ଓ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳରେ ବାୟୁ ପ୍ରଦୂଷଣର ପ୍ରତିକାର ପାଇଁ କାର୍ଯ୍ୟ କରାଯାଉଛି । ପାରାଦୀପଠାରୁ ଧାମରା ପର୍ଯ୍ୟନ୍ତ ସମୁଦ୍ର ଜଳ, କେତେକ ପ୍ରମୁଖ ନଦୀ ଜଳର ଗୁଣାତ୍ମକ ମାନକୁ ବୋର୍ଡ ଦ୍ୱାରା ଯାଞ୍ଚ କରାଯାଉଛି । ମହାନଦୀର ଉଭୟ ପାଶ୍ୱର୍ର ସୁରକ୍ଷା ଏବଂ ସବୁଜ ବଳୟ ସୃଷ୍ଟି ପାଇଁ ସବୁଜ ମହାନଦୀ ମିଶନ କାର୍ଯ୍ୟକାରୀ ହୋଇଛି । ମନ୍ତ୍ରୀ ଶ୍ରୀ ଆରୁଖ ଆହୁରି ମଧ୍ୟ କହିଲେ ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ ତଥା ଇଂଜିନିୟରମାନେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଆମ ପାଇଁ ଗୌରବ ଆଣି ଦେଇଛନ୍ତି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍ୱଚ୍ଛତା ମାନକ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବୋର୍ଡର ଅଧ୍ୟକ୍ଷ ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ଅଭିନନ୍ଦନ ଜଣାଇଥିଲେ ।

ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ପାଇଁ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ଓ ସେମାନଙ୍କ ଦ୍ୱାରା ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ବୋର୍ଡର ସମସ୍ତ ବୈଜ୍ଞାନିକ, ଇଂଜିନିୟର ଏବଂ କର୍ମଚାରୀଙ୍କ ନିଷ୍ଠା ଓ ଆନ୍ତରିକତା ବଳରେ ରାଜ୍ୟରେ ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ନିଶ୍ଚିତ ରୂପେ ହ୍ରାସ ପାଇବ ଏବଂ ଆଗାମୀ ବଂଶଧରମାନେ ଏକ ସୁସ୍ଥ ବାତାବରଣ ମଧ୍ୟରେ ଜୀବନଧାରଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଜଳ ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣରୁ କାର୍ଯ୍ୟ ଆରମ୍ଭ କରିଥିବା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଇତି ମଧ୍ୟରେ ନିଜର କାର୍ଯ୍ୟ ପରିସରକୁ ପରିବ୍ୟାପ୍ତ କରିଛି ା

କଠିନ ବର୍ଜ୍ୟବସ୍ତୁ ପରିଚାଳନା, ମେଡିକାଲ ବର୍ଜ୍ୟ ପରିଚାଳନା, ଜଳ ଓ ବାୟୁ ପ୍ରଦୁଷଣ ବିଷୟରେ ବାସ୍ତବ ତଥ୍ୟ ସଂଗ୍ରହ, ଜନସାଧାରଣଙ୍କୁ ପ୍ରଦୂଷଣ ସମ୍ବନ୍ଧିତ ବାସ୍ତବ ସୂଚନା ପ୍ରଦାନ ଆଦି କ୍ଷେତ୍ରରେ ବୋର୍ଡ ନିଜର ଦକ୍ଷତା ପ୍ରମାଣ କରିଛି । ବିଭିନ୍ନ ସେବା ପ୍ରଦାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ଢାଞ୍ଚାଗତ ପରିବର୍ତ୍ତନରେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବେଶ୍‌ ଆଗୁଆ ରହିଛି । ଆଗାମୀ ଦିନରେ ଏହି ସମସ୍ତ ପ୍ରଚେଷ୍ଟାକୁ ଅଧିକ ଲକ୍ଷ୍ୟଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବକୁ ଯଥାସମ୍ଭବ କମ୍‌ କରିବା ଦିଗରେ ବୋର୍ଡର ନିଷ୍ଠାପର ଉଦ୍ୟମ ରହିଆସିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ମତବ୍ୟକ୍ତ କରିଥିଲେ ା

ପୁରୀ ବେଳାଭୂମିକୁ ପରିଷ୍କାର-ପରିଚ୍ଛନ୍ନ କରି ବ୍ଲଚ୍ଚଞ୍ଛ;ୁଫ୍ଲାଗ୍‌ ବେଳାଭୂମିରେ ପରିଣତ କରିବା ବୋର୍ଡ ପାଇଁ ଏକ ଗୌରବର ବିଷୟ ବୋଲି ଉଲ୍ଲେଖ କରି ସମଗ୍ର ଦେଶରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଜି ଶ୍ରେଷ୍ଠ ସ୍ଥାନରେ ଅଛି ଏବଂ ଆଗାମୀ ଦିନରେ ବୋର୍ଡର କାର୍ଯ୍ୟ ପରିସର ଅଧିକ ବ୍ୟାପକ ହେବ ବୋଲି ସେ କହିଥିଲେ । ସମାରୋହ ପ୍ରାରମ୍ଭରେ ବୋର୍ଡର ସଦସ୍ୟ ସଚିବ ଡ. କେ. ମୁରୁଗାସନ୍‌ ବୋର୍ଡର କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ । ପରିବେଶ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଶାନ୍ତ ନନ୍ଦ ବୋର୍ଡର ସଫଳତା ଏବଂ କାର୍ଯ୍ୟବଳୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ପରିବେଶ ସମାଚାର ନିୟୁଜ ଲେଟର ସମେତ ଅନ୍ୟାନ୍ୟ ପ୍ରକାଶନର ଉନ୍ମୋଚନ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ମନୋନିତ ଶିଳ୍ପ, ଖଣି ଏବଂ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ପରିବେଶ ଇଂଜିନିୟର ଡ. ଏନ୍‌.ଆର୍‌. ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ବୋର୍ଡର ଅତିରିକ୍ତ ପ୍ରଶାସନିକ ଅଧିକାରୀ ଦେବଦତ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

June 15, 2026
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

June 15, 2026
ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026
ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର, ସାନିଟାରୀ ନ୍ୟାପକିନ୍ସ ବାଣ୍ଟି ସ୍ୱଚ୍ଛତାର ବାର୍ତ୍ତା ଦେଲେ ମହିଳା ସ୍ବେଚ୍ଛାସେବୀ

ନିଆରା ଢଙ୍ଗରେ ପାଳିତ ହେଲା ରଜ ଉତ୍ସବ ଝୁମର, ସାନିଟାରୀ ନ୍ୟାପକିନ୍ସ ବାଣ୍ଟି ସ୍ୱଚ୍ଛତାର ବାର୍ତ୍ତା ଦେଲେ ମହିଳା ସ୍ବେଚ୍ଛାସେବୀ

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

June 15, 2026
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version